ଜାନୁଆରୀରେ ମିଳିବ ସୁଭଦ୍ରା ଟଙ୍କା

Key Points
ଜାନୁଆରୀରେ ମିଳିବ ସୁଭଦ୍ରା ଟଙ୍କା
ଅର୍ଗସ ବ୍ୟୁରୋ: ସମାଜର ଶେଷ ପାହାଚରେ ଥିବା ମହିଳାଙ୍କ ପାଖରେ ପହଞ୍ଚିବ ସୁଭଦ୍ରା ଯୋଜନା । ପୁଣି ଏହି କଥାକୁ ଦୋହରାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସେ ଏଥିପ୍ରତି ବିଶେଷ ଗୁରୁତ୍ବ ଦେଇଥିଛନ୍ତି । ସେ ନିଜେ ବଣ୍ଡା ଘାଟିରେ ପହଞ୍ଚି ସେଠାକାର ମହିଳାଙ୍କ ସହ ମିଶିଛନ୍ତି । ଆଉ ସେମାନେ କିଭଳି ସୁଭଦ୍ରା ଯୋଜନାର ଲାଭ ଉଠାଇବେ ସେନେଇ ବ୍ୟବସ୍ଥା କରିଥିବା କହିଛନ୍ତି । ଜାନୁଆରି ମାସରେ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ମହିଳା ୪ର୍ଥ ପର୍ଯ୍ୟାୟରେ ପାଇବେ । ୩୦ ତାରିଖ ସୁଦ୍ଧା ଜଣାପଡିଯିବ କେତେ ପ୍ରତିଶତ ଲୋକ ଆମ ସହ ଯୋଡି ହୋଇଛନ୍ତି । ସେହି ଆଧାରରେ ତାରିଖ ଫିକ୍ସ ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ।
ବଣ୍ଡା ଘାଟିର ପାଖାପାଖି ୧୨ ହଜାର ମହିଳା ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଛନ୍ତି । ସେଥିମଧ୍ୟରୁ ୯ ହଜାର ମହିଳା ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ପାଇସାରିଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ଯେଉଁ ୩ ହଜାର ମହିଳାଙ୍କ ପାଇଁ ପ୍ରତିବନ୍ଧକ ଥିଲା ବା ଯେଉଁମାନେ ସୁଭଦ୍ରାରୁ ବଞ୍ଚିତ ଥିଲେ, ସେମାନଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ବଣ୍ଡା ଘାଟିର ଘରେ ଘରେ ସୁଭଦ୍ରା ଯୋଜନା ପହଞ୍ଚାଇବା ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଉଛି ।
ତେବେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ମିଳିବା ପୂର୍ବରୁ ଯେପରି ୨୦ ଲକ୍ଷ ମହିଳାଙ୍କୁ ମିଳିବ ସେନେଇ ପ୍ରସ୍ତୁତି ଜାରି ରହିଛି । ଘର ଘର ବୁଲି ଭେରିଫିକେସନ କରାଯାଉଛି । ଅନେକ କ୍ଷେତ୍ରରେ ଲୋକଙ୍କ ସମସ୍ୟା ରହିଛି, ଯେଉଁଥିପାଇଁ ଭେରିଫିକେସନ ବିଳମ୍ବ ହେଉଛି । କୌଣସି ବି ପ୍ରକୃତ ମହିଳା ହିତାଧିକାରୀ ସୁଭଦ୍ରା ଯୋଜନାରୁ ଯେପରି ବଞ୍ଚିତ ନହେବେ ସେଥିପ୍ରତି ବିଶେଷ ଗୁରୁତ୍ବ ଦିଆଯାଉଛି । ଯଦି ଡିସେମ୍ବର ୩୦ ତାରିଖ ସୁଦ୍ଧା ଭେରିଫିକେସନ ସରିଗଲା, ତେବେ ଜାନୁଅଆରୀରେ ସୁଭଦ୍ରା ଟଙ୍କା ଦିଅଆଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ।
📱 Get Argus News App
✨ସେହିଭଳି ବଣ୍ଡା ଘାଟିରେ ଥିବା ସ୍କୁଲ ଗୁଡ଼ିକର ସମସ୍ୟା ଉପରେ ମଧ୍ୟ ନଜର ରଖାଯାଇଛି । ସେଠାରେ ସ୍କୁଲ ଗୁଡ଼ିକରେ ଇଣ୍ଟରନେଟ୍ ବ୍ୟବସ୍ଥା ନଥିଲା । ଏମିତିକି ପାନୀୟ ଜଳର ସମସ୍ୟା ମଧ୍ୟ ରହିଥିଲା । ସେଗୁଡ଼ିକ ତୁରନ୍ତ ସମାଧାନ କରିବା ପାଇଁ ସ୍ଥାନୀୟ ଜିଲ୍ଲାପାଳଙ୍କୁ ନିର୍ଦ୍ଧେଶ ଦିଆଯାଇଛି । ଶେଷରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଯଦି କେହି ଅଯୋଗ୍ୟ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇଥିବେ, ତେବେ ତାକୁ ନେଇ କ'ଣ କର୍ଯ୍ୟାନୁଷ୍ଠାନ ନିଆଯିବ ସେନେଇ ମଧ୍ୟ ବ୍ୟବସ୍ଥା କରାଯିବ ।
ତେବେ ପୂର୍ବରୁ କୁହାଯାଇଥିଲା ଯେ, ଡିସେମ୍ବର ୨୫ରେ ମିଳିବ ସୁଭଦ୍ରା ଟଙ୍କା । ଏହାସହ ମାର୍ଚ୍ଚ ୭ ରେ ପ୍ରଥମ କିସ୍ତିର ଶେଷ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ଦିଆଯିବ ବୋଲି ମଧ୍ୟ କୁହାଯାଇଥିଲା। ମାର୍ଚ୍ଚ ୮ ରୁ ଦ୍ଵିତୀୟ କିସ୍ତି ମିଳିବ । ସୁଭଦ୍ରା ଯୋଜନା ଲାଭ ଉଠାଇବା ପାଇଁ ବ୍ୟାଙ୍କ୍ ସମ୍ମୁଖରେ ଏବେ ବି ପ୍ରବଳ ଭିଡ ରହୁଛି। ବ୍ୟାଙ୍କରେ ଅଯଥା ଭିଡ ନକରିବାକୁ ବାରମ୍ବାର ପରାମର୍ଶ ଦେଇ ଆସୁଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
