Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆସିଲା ସୁଭଦ୍ରା ଟଙ୍କା : ଦ୍ଵିତୀୟ ପର୍ଯ୍ୟାୟରେ ୩୫ ଲକ୍ଷ ହିତାଧିକାରୀ ପାଇଲେ ପ୍ରଥମ କିସ୍ତି

Odisha

ଆସିଲା ସୁଭଦ୍ରା ଟଙ୍କା : ଦ୍ଵିତୀୟ ପର୍ଯ୍ୟାୟରେ ୩୫ ଲକ୍ଷ ହିତାଧିକାରୀ ପାଇଲେ ପ୍ରଥମ କିସ୍ତି

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଆସିଲା ସୁଭଦ୍ରା ଟଙ୍କା : ଦ୍ଵିତୀୟ ପର୍ଯ୍ୟାୟରେ ୩୫ ଲକ୍ଷ ହିତାଧିକାରୀ ପାଇଲେ ପ୍ରଥମ କିସ୍ତି

Key Points

  • ଆସିଲା ସୁଭଦ୍ରା ଟଙ୍କା
  • ଦ୍ଵିତୀୟ ପର୍ଯ୍ୟାୟରେ ୩୫ ଲକ୍ଷ ହିତାଧିକାରୀ ପାଇଲେ ପ୍ରଥମ କିସ୍ତି
  • ବାରିପଦାରେ ବଡ଼ ସଭା କରି ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଯାହା କହିଥିଲେ ରାଜ୍ୟ ସରକାର, ସେଇୟା ହିଁ କଲେ । ଅର୍ଥାତ୍‌ ଖାତାକୁ ଆସିଲା ସୁଭଦ୍ରା ଟଙ୍କା । ପାର୍ବଣର ଷଷ୍ଠୀରେ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଆସିଥିବାରୁ ଏବେ ଚର୍ଚ୍ଚା ଜୋର ଧରିଛି । କାରଣ ଦ୍ଵିତୀୟ ପର୍ଯ୍ୟାୟରେ ପ୍ରାୟ ୩୫ ଲକ୍ଷ ହିତାଧିକାରୀ ପାଇଛନ୍ତି ପ୍ରଥମ କିସ୍ତି ଟଙ୍କା । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ବାରିପଦାରେ ବଡ଼ ସଭାର ଆୟୋଜନ କରି ମୁଖ୍ୟମନ୍ତ୍ରୀ ପଠାଇଛନ୍ତି ଟଙ୍କା ।

ଆଜି ପୁଣି ଥରେ ମହିଳାଙ୍କ ଖାତାକୁ ଆସିଲା ସୁଭଦ୍ରା ଟଙ୍କା । ପାର୍ବଣର ମାହୋଲରେ ଆକାଉଣ୍ଟକୁ ଟଙ୍କା ଆସିଥିବାରୁ ସମସ୍ତେ ଖୁସି । ସେପଟେ ଗୋଟିଏ ମାସରେ ସୁଭଦ୍ରା ଯୋଜନା ପାଇଁ ଏକ କୋଟି ମହିଳା ଆବେଦନ କରିବା ଇତିହାସ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସୁଭଦ୍ରା ଯୋଜନା ପାଇଁ ବାରିପଦାରେ ହୋଇଥିଲା ଭବ୍ୟ ଆୟୋଜନ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାରିପଦାର ଐତିହାସିକ ଛଉ ପଡିଆ ସଭାରୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ପଠାଇଛନ୍ତି । ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସହ ଅନେକ ନେତା ଓ ମନ୍ତ୍ରୀ ଉପସ୍ଥିତ ଥିଲେ । ଏହି ଅବସରରେ ସୁଭଦ୍ରା ଯୋଜନାରେ ପଞ୍ଜୀକରଣ କରିଥିବା ପ୍ରଥମ ଓ ଏକ କୋଟିତମ ହିତାଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଥିଲା । ମାସକ ଭିତରେ କୌଣସି ସରକାରୀ ଯୋଜନାରେ ଏକ କୋଟି ମହିଳା ପଞ୍ଜୀକରଣ କରିବା ରେକର୍ଡ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ଗୁରୁତ୍ଵପୂର୍ଣ୍ଣ କଥା ହେଲା, ପାର୍ବଣରେ ମହିଳାଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଯିବାକୁ ଥିବାରୁ ହିତାଧିକାରୀଙ୍କ ଘରେ ଏବେ ବେଶ୍ ଉତ୍ସାହ । ଆଉ କିଛି ମହିଳା ସୁଭଦ୍ରା ଟଙ୍କା ଆସିଲେ ବ୍ୟବସାୟରେ ବିନିଯୋଗ କରିବେ ବୋଲି କହିଛନ୍ତି । ସେପ୍ଟେମ୍ବର ୧୭ରେ ପ୍ରଥମ ପର୍ଯ୍ୟାୟରେ ସୁଭଦ୍ରା ହିତାଧିକାରୀଙ୍କୁ ମିଳିଥିଲା ପ୍ରଥମ କିସ୍ତିର ପ୍ରଥମ ପର୍ଯ୍ୟାୟ ଟଙ୍କା । ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨୫ ଲକ୍ଷ ମହିଳାଙ୍କୁ ଖାତାକୁ ଟଙ୍କା ଯାଇଥିଲା । ସେପଟେ,ତୃତୀୟ ପର୍ଯ୍ୟାୟରେ ଆସନ୍ତା ଡିସେମ୍ବର ସୁଦ୍ଧା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟଙ୍କୁ ଟଙ୍କା ଯିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ଏହାପରେ ମାର୍ଚ୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସରେ ମିଳିବ ଦ୍ୱିତୀୟ କିସ୍ତି ଟଙ୍କା । ତେବେ ସୁଭଦ୍ରା ଯୋଜନାରେ ଏତେ ପରିମାଣରେ ମହିଳାଙ୍କୁ ଟଙ୍କା ମିଳୁଥିବାରୁ ଏବେ ଚର୍ଚ୍ଚା ଜୋର ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Subhadra Yojana | Argus News