Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Subhadra Yojana / ୪ର୍ଥ କିସ୍ତି ଟଙ୍କା କେବେ ଆସିବ ? ଆଉ କେଉଁ ମାନଙ୍କର ଆସିବନି ଜାଣନ୍ତୁ...

Rashmita Mishra
Browse all articles by Rashmita Mishra
·4 months ago·2 min read
 ୪ର୍ଥ କିସ୍ତି ଟଙ୍କା କେବେ ଆସିବ ? ଆଉ କେଉଁ ମାନଙ୍କର ଆସିବନି ଜାଣନ୍ତୁ...
Subhadra Yojana

Key Points

୪ର୍ଥ କିସ୍ତି ଟଙ୍କା କେଉଁମାନେ ପାଇବେ ?
୪ର୍ଥ କିସ୍ତି ଟଙ୍କା କେବେ ଆସିବ ? ଆଉ କେଉଁ ମାନଙ୍କର ଆସିବନି ଜାଣନ୍ତୁ...

ରାଜ୍ୟ ସରକାରଙ୍କ ଫ୍ଲାଗସିପ୍‌ ସ୍କିମ୍‌ ସୁଭଦ୍ରା ଯୋଜନାରେ ୪ର୍ଥ କିସ୍ତି ଖାତାକୁ ଆସିବାକୁ ଯାଉଛି । ୩ଟି କିସ୍ତିରେ ମୋଟ ୧୫ ହଜାର ଟଙ୍କା ପାଇସାରିଛନ୍ତି ୧ କୋଟିରୁ ଅଧିକ ହିତାଧିକାରୀ । ଏହା ସହିତ ଗତ ୨୨ ତାରିଖରେ ନୂଆ କରି ଆବେଦନ କରିଥିବା ଏବଂ ପୂର୍ବ କିସ୍ତି ପାଇନଥିବା ମହିଳାଙ୍କ ଖାତାକୁ ଟଙ୍କା ପଠାଇଥିଲେ ରାଜ୍ୟ ସରକାର ।

ପ୍ରଥମ ଓ ଦ୍ୱତୀୟ କିସ୍ତିରୁ ବାଦ ପଡ଼ିଥିବା ୨ ଲକ୍ଷ ୫୫ ହଜାର ୨୬୫ ଜଣଙ୍କୁ ଟଙ୍କା ଦିଆଯାଇଥିଲା । ସେମାନେ ଏକ ସମୟରେ ପାଇଛନ୍ତି ଦୁଇଟି କିସ୍ତି । ସେହିପରି ଅଭିଯୋଗ ଶୁଣାଣିରେ ୨୪ ହଜାର ୧୮ ଜଣ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ଦିଆଯାଇଥିଲା । ସମସ୍ତଙ୍କ ଖାତାକୁ ଗତ ମାସ ୨୨ ତାରିଖରେ ସୁଭଦ୍ରା ଟଙ୍କା ଆସିଛି ।

ତେବେ ୪ର୍ଥ କିସ୍ତି ଟଙ୍କା କେବେ ଆସିବ? କେଉଁମାନେ ପାଇବେ? ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସୁଭଦ୍ରା ଯୋଜନା ଟଙ୍କା ପହଞ୍ଚାଇବା ନେଇ ପୂର୍ବରୁ ବି ଘୋଷଣା କରିସାରିଛନ୍ତି ରାଜ୍ୟ ସରକାର । ଆସନ୍ତା ମାସରେ ଅର୍ଥାତ ମାର୍ଚ୍ଚ ୮ ତାରିଖରେ ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା । ରାକ୍ଷୀ ପୂର୍ଣ୍ଣିମାରେ ମିଳିଥିଲା ୩ୟ କିସ୍ତି ଟଙ୍କା । ଏହା ପରେ ଘୋଷଣା ମୁତାବକ ମାର୍ଚ୍ଚ ୮ ତାରିଖ ବା ଅନ୍ତର୍ଜାତୀୟ ମହିଳା ଦିବସରେ ସୁଭଦ୍ରା ଟଙ୍କା ଖାତାକୁ ଆସିବାକୁ ଯାଉଛି ।

ପୂର୍ବ ରୁ ୩ଟି କିସ୍ତିରେ ମୋଟ ୧୫ ହଜାର ଟଙ୍କା ଲେଖାଏଁ ପାଇସାରିଛନ୍ତି ରାଜ୍ୟର ୧ କୋଟିରୁ ଅଧିକ ମହିଳା । କିନ୍ତୁ ଅଯୋଗ୍ୟ ହିତାଧିକାରୀଙ୍କୁ ଏଥିରୁ ବାଦ୍ ଦେଇଛନ୍ତି ରାଜ୍ୟ ସରକାର । ଏହା ସହିତ ପୁନଶ୍ଚ ଭେରଫିକେସନ ବେଳେ ଯେଉଁମାନେ ଯୋଗ୍ୟ ଥିବା ଜଣାପଡିଥିଲା ସେମାନଙ୍କୁ ବି ଟଙ୍କା ପଠାଇଥିଲେ ସରକାର । ସେମାନେ ମଧ୍ୟ ୪ର୍ଥ କିସ୍ତି ଟଙ୍କା ପାଇବେ । ଅତି ସହଜରେ ବୁଝିବାକୁ ଗଲେ, ମାର୍ଚ୍ଚ ୮ ତାରିଖରେ ପୁଣି ୫ ହଜାର ଟଙ୍କା ଲେଖାଏ ପାଇବେ ସୁଭଦ୍ରା ହିତାଧିକାରୀ । ତେବେ ନୂଆ ହିତାଧିକାରୀ ଆବେଦନ କରିଥିବା ହିତାଧିକାରୀ ବି ସୁଭଦ୍ରା କିସ୍ତି ପାଇବେ ।

ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ କରିବା ପରେ ଫ୍ଲାଗସିପ୍ ଯୋଜନାର ସୁଭଦ୍ରାର ଶୁଭାରମ୍ଭ କରାଯାଇଥିଲା । ରାଜ୍ୟର ୧ କୋଟିରୁ ଅଧିକ ମହିଳାଙ୍କୁ ଆର୍ଥିକ ଭାବେ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ଏଭଳି ଯୋଜନା ହାତକୁ ନେଇଥିଲେ ରାଜ୍ୟର ମୋହନ ମାଝୀ ସରକାର । ଏହି ଯୋଜନା ବେଶ୍‌ ଲୋକାଭିମୁଖି ମଧ୍ୟ ହୋଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Subhadra Yojana | Subhadra Yojana 4th Installment: Payment Date & Eligibility | Argus News