Videos
|
Odisha

Subhadra Scheme / ଆସନ୍ତା କାଲି ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା, ଖାତାକୁ ଆସିବ ୫ ହଜାର ଟଙ୍କା

Bikash Mohanty
Browse all articles by Bikash Mohanty
·6 months ago·2 min read
ଆସନ୍ତା କାଲି ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା, ଖାତାକୁ ଆସିବ ୫ ହଜାର ଟଙ୍କା
Subhadra

Key Points

ଆସନ୍ତାକାଲି ମିଳିବ ସୁଭଦ୍ରା ଟଙ୍କା | ଚତୁର୍ଥ କିସ୍ତି ପାଇବେ ସୁଭଦ୍ରା ହିତାଧିକାରୀ |  ପୁରୀରେ ହେବ କାର୍ଯ୍ୟକ୍ରମ

ଆସନ୍ତାକାଲି ଆନ୍ତର୍ଜାତୀୟ ମହିଳା ଦିବସରେ ଚତୁର୍ଥ କିସ୍ତି ପାଇବେ ସୁଭଦ୍ରା ହିତାଧିକାରୀ । ପୁରୀରେ ହେବ ଏହି କାର୍ଯ୍ୟକ୍ରମ। ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସଫଳତା ପାଇଥିବା ସୁଭଦ୍ରା ହିତାଧିକାରୀଙ୍କୁ ମଞ୍ଚରେ ଦିଆଯିବ ସମ୍ମାନ। ଏହା ଦ୍ବାରା ଅନ୍ୟ ମହିଳା ମାନଙ୍କୁ ପ୍ରେରଣା ମିଳିବ କହିଛନ୍ତି ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା । ପୁରୀ ତାଳବଣିଆରେ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି।ପୋଲିସ ଠାରୁ ଆରମ୍ଭ କରି ଟ୍ରାଫିକ ମ୍ୟାନେଜମେଣ୍ଟର ସରିଲାଣି ପ୍ରସ୍ତୁତି ।

ସୁଭଦ୍ରା ଯୋଜନା ୧୭ ସେପ୍ଟେମ୍ବର, ୨୦୨୪ ରେ ଆରମ୍ଭ ହୋଇଥିଲା। ଶକ୍ତି ଏବଂ ସୁରକ୍ଷାର ପ୍ରତୀକ ଦେବୀ ସୁଭଦ୍ରାଙ୍କ ନାମରୁ ଏହାର ନାମ ନିଆଯାଇଛି। ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କ ଆକାଉଣ୍ଟରେ ଏପର୍ଯ୍ୟନ୍ତ ତିନୋଟି କିସ୍ତି ଟଙ୍କା ପହଞ୍ଚିସାରିଛି। ତିନୋଟି କିସ୍ତିରେ ୧ କୋଟିରୁ ଅଧିକ ହିତାଧିକାରୀ ମୋଟ ୧୫,୦୦୦ ଟଙ୍କା ପାଇସାରିଛନ୍ତି।

ସୁଭଦ୍ରା ଯୋଜନା ଅଧିନରେ ଥିବା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବା ପାଇଁ ସରକାର ନିରନ୍ତର ପ୍ରୟାସ ଚଳାଇଛନ୍ତି। ଯେଉଁ ମହିଳାମାନେ ୩୧ ମାର୍ଚ୍ଚ ୨୦୨୫ ସୁଦ୍ଧା ୨୧ ବର୍ଷ ବୟସରେ ପହଞ୍ଚିଛନ୍ତି, ସେମାନେ ଏହି ସରକାରୀ ଯୋଜନାରେ ଯୋଗଦାନ ପାଇଁ ଆବେଦନ ମଧ୍ୟ କରିପାରିବେ। ଯଦି ଆବେଦନକାରୀଙ୍କୁ ଯୋଗ୍ୟ ବିବେଚିତ କରାଯାଏ, ତେବେ ସେମାନେ ୮ ମାର୍ଚ୍ଚରେ ସୁଭଦ୍ରା କିସ୍ତି ପାଇପାରିବେ।

ପଢ଼ନ୍ତୁ ଏହି ଖବର: ଆଗକୁ ଆହୁରି ବଢିବ ଗ୍ୟାସ ଦର,ଯେତିକି ଗ୍ୟାସ ଆବଶ୍ୟକ ସେତିକି ବ୍ୟବହାର କରନ୍ତୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୁଭଦ୍ରା ଯୋଜନା ଟଙ୍କାର ଚତୁର୍ଥ କିସ୍ତି ଆସନ୍ତା ଚଳିତ ମାସ ମହିଳା ଦିବସରେ ଅର୍ଥାତ୍ ମାର୍ଚ୍ଚ ୮ ତାରିଖରେ ମିଳିବ ବୋଲି ସରକାର ଘୋଷଣା କରିଥିଲେ। ରାକ୍ଷୀ ପୂର୍ଣ୍ଣିମାରେ ତୃତୀୟ କିସ୍ତି ଟଙ୍କା ମିଳିଥିଲା। ପୂର୍ବ ରୁ ୩ଟି କିସ୍ତିରେ ମୋଟ ୧୫ ହଜାର ଟଙ୍କା ଲେଖାଏଁ ପାଇସାରିଛନ୍ତି ରାଜ୍ୟର ୧ କୋଟିରୁ ଅଧିକ ମହିଳା । କିନ୍ତୁ ଅଯୋଗ୍ୟ ହିତାଧିକାରୀଙ୍କୁ ଏଥିରୁ ବାଦ୍ ଦେଇଛନ୍ତି ରାଜ୍ୟ ସରକାର ।

ଏହା ସହିତ ପୁନଶ୍ଚ ଭେରଫିକେସନ ବେଳେ ଯେଉଁମାନେ ଯୋଗ୍ୟ ଥିବା ଜଣାପଡିଥିଲା ସେମାନଙ୍କୁ ବି ଟଙ୍କା ପଠାଇଥିଲେ ସରକାର । ସେମାନେ ମଧ୍ୟ ୪ର୍ଥ କିସ୍ତି ଟଙ୍କା ପାଇବେ । ଅତି ସହଜରେ ବୁଝିବାକୁ ଗଲେ, ମାର୍ଚ୍ଚ ୮ ତାରିଖରେ ପୁଣି ୫ ହଜାର ଟଙ୍କା ଲେଖାଏ ପାଇବେ ସୁଭଦ୍ରା ହିତାଧିକାରୀ । ତେବେ ନୂଆ ହିତାଧିକାରୀ ଆବେଦନ କରିଥିବା ହିତାଧିକାରୀ ବି ସୁଭଦ୍ରା କିସ୍ତି ପାଇବେ ।

ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ କରିବା ପରେ ଫ୍ଲାଗସିପ୍ ଯୋଜନାର ସୁଭଦ୍ରାର ଶୁଭାରମ୍ଭ କରାଯାଇଥିଲା । ରାଜ୍ୟର ୧ କୋଟିରୁ ଅଧିକ ମହିଳାଙ୍କୁ ଆର୍ଥିକ ଭାବେ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ଏଭଳି ଯୋଜନା ହାତକୁ ନେଇଥିଲେ ରାଜ୍ୟର ମୋହନ ମାଝୀ ସରକାର । ଏହି ଯୋଜନା ବେଶ୍‌ ଲୋକାଭିମୁଖି ମଧ୍ୟ ହୋଇଥିଲା ।