Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଫେବୃୟାରୀ ୮ରେ ମିଳିବ ସୁଭଦ୍ରା ଟଙ୍କା, ଉପମୁଖ୍ୟମନ୍ତ୍ରୀଙ୍କ ଘୋଷଣା

Odisha

ଫେବୃୟାରୀ ୮ରେ ମିଳିବ ସୁଭଦ୍ରା ଟଙ୍କା, ଉପମୁଖ୍ୟମନ୍ତ୍ରୀଙ୍କ ଘୋଷଣା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଫେବୃୟାରୀ ୮ରେ ମିଳିବ ସୁଭଦ୍ରା ଟଙ୍କା, ଉପମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଅର୍ଗସ ବ୍ୟୁରୋ:  ସୁଭଦ୍ରା ଯୋଜନା ନୂଆ ସରକାରଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ ଘୋଷଣା। ଫେବୃୟାରୀ ୮ରେ ମିଳିବ ସୁଭଦ୍ରା ଟଙ୍କା। ଯାଜପୁରରେ ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା। ଚତୁର୍ଥ ପର୍ଯ୍ୟାୟରେ ୧ କୋଟି ଟପିପାରେ ହିତାଧିକାରୀ ସଂଖ୍ୟା। ଏଣୁ ଯେଉଁମାନଙ୍କ ପାଖକୁ ବ୍ୟାଙ୍କରୁ ଫୋନ୍ ଯିବ । ଆବେଦନକାରୀ ୩ ଓ ୪ ତାରିଖରେ ବ୍ୟାଙ୍କରେ NPCI ଚେକ୍‌ କରିପାରିବେ। ଛୋଟଛୋଟ ସମସ୍ୟାକୁ ବ୍ୟାଙ୍କ ଯାଇ ତୁରନ୍ତ ସମାଧାନ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।


ଫେବ୍ରୁଆରୀରେ ଯଦି ବଞ୍ଚିତ ହୁଅନ୍ତି, ଯାଞ୍ଚ କରିବାର ମାସେ ସମୟ ରହିଛି।ମାର୍ଚ୍ଚ ୮ ତାରିଖ ସୁଦ୍ଧା ଯେତେସଂଖ୍ୟକ ମହିଳାଙ୍କୁ ସମ୍ଭବ ଦିଆଯିବ। ଓଡ଼ିଶା ସରକାର ଟଙ୍କା ଦେବାରେ ହେଳା କରିବେ ନାହିଁ। ଏଯାଏ ୮୦ଲକ୍ଷ ମହିଳାଙ୍କ ବ୍ୟାଙ୍କ ଏକାଉଣ୍ଟକୁ ସୁଭଦ୍ରା ଟଙ୍କା ଯାଇସାରିଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପାଇବା ପାଇଁ ଆବେଦନକାରୀମାନେ ଅପେକ୍ଷାରେ ଅଛନ୍ତି। ଅପେକ୍ଷାରତ ଅବେଦନକାରୀଙ୍କୁ କେବେ ଟଙ୍କା ମିଳିବ ସେନେଇ ବିଧିବଦ୍ଧ ଭାବେ ତାରିଖ ଘୋଷଣା ହେବା ପରେ ହିତାଧିକାରୀମାନେ ଖୁସି। ଗତ ବର୍ଷ ସେପ୍ଟେମ୍ବର ୧୭ ତାରିଖରେ ଶୁଭାରମ୍ଭ ହୋଇଥିବା ଯୋଜନାରୁ ଅନେକ ମହିଳା ଉପକୃତ ହୋଇଛନ୍ତି। ଏଣେ ମାର୍ଚ୍ଚ ୮ ତାରିଖରେ ’ସୁଭଦ୍ରା ଯୋଜନା’ର ଦ୍ବିତୀୟ କିସ୍ତିର ପ୍ରଥମ ପର୍ଯ୍ୟାୟ ଟଙ୍କା ମିଳିବ।


ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus Whatsapp Channel Mobile Top
Sponsored
Subhadra Yojana 4th Phase Money on Feb 8 update | Argus News