Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସୁଭଦ୍ରା ଯୋଜନା ଓ ଧାନରେ ଇନପୁଟ୍ ସବସିଡି ସଶକ୍ତ କରିବ ଓଡ଼ିଶା ଅର୍ଥନୀତି

Odisha

ସୁଭଦ୍ରା ଯୋଜନା ଓ ଧାନରେ ଇନପୁଟ୍ ସବସିଡି ସଶକ୍ତ କରିବ ଓଡ଼ିଶା ଅର୍ଥନୀତି

Ritu Das
Browse all articles by Ritu Das
·1 year ago·3 min read
ସୁଭଦ୍ରା ଯୋଜନା ଓ ଧାନରେ ଇନପୁଟ୍ ସବସିଡି ସଶକ୍ତ କରିବ ଓଡ଼ିଶା ଅର୍ଥନୀତି

ପ୍ରଧାନମନ୍ତ୍ରୀ କହିଥିଲେ ଯେବେ ଓଡ଼ିଶାର ମହିଳା ଆର୍ଥିକ ଦୃଷ୍ଟିରୁ ସଶକ୍ତ ହେବେ ରାଜ୍ୟର ଅର୍ଥନୀତିରେ ସେମାନଙ୍କ ଯୋଗଦାନ ବଢିବ। ଓଡ଼ିଶାର ମହିଳାଙ୍କ ମୁଣାରେ ଏବେ ସୁଭଦ୍ରା ଟଙ୍କା। ୨ ଟି କିସ୍ତିରେ ରାଜ୍ୟର ପ୍ରାୟ ୧ କୋଟି ୬୪ ହଜାର ମହିଳାଙ୍କୁ ମିଳିଛି ୧୦ ହଜାର ଲେଖାଏଁ ଟଙ୍କା। ଅର୍ଥାତ ମହିଳାମାନଙ୍କ ହାତକୁ କେବଳ ସୁଭଦ୍ରା ଯୋଜନାରେ ପ୍ରାୟ ୧୦ ହଜାର ୬୪ କୋଟି ଟଙ୍କା ଯାଇଛି । ଏହି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ ପାଇଁ କେତେ ଗୁରୁତ୍ବ ରଖେ ସେମାନଙ୍କ ମୁହଁରୁ ହିଁ ଶୁଣନ୍ତୁ। ମହିଳାମାନେ ଏହି ଅର୍ଥକୁ ନିଜର ବିଭିନ୍ନ ଆବଶ୍ୟକତା ପାଇଁ ଖର୍ଚ୍ଚ କରିବେ । ଥରେ ଚିନ୍ତା କରନ୍ତୁ ଓଡ଼ିଶା ବଜାରକୁ ଯେତେବେଳେ ୧୦ ହଜାର ୬୪ କୋଟି ନଗଦ ଟଙ୍କା ଆସିବ ଏହା ରାଜ୍ୟର ଅର୍ଥନୀତିକୁ କେତେ ବଳ ଯୋଗାଇବ ?


କେବଳ ମହିଳା ନୁହନ୍ତି ରାଜ୍ୟର ଚାଷୀଙ୍କ ହାତକୁ ବି ଆସିଛି ଅଧିକ ଟଙ୍କା। ଗତବର୍ଷ ତୁଳନାରେ ଏବର୍ଷ ଖରିଫ ଋତୁରେ ଚାଷୀଙ୍କୁ ଧାନ କ୍ବିଣ୍ଟାଲ ପିଛା ୯୧୭ ଟଙ୍କା ଲେଖାଏଁ ଅଧିକ ମିଳିଛି। ଏବର୍ଷ ଖରିଫ ଋତୁ ପାଇଁ କେନ୍ଦ୍ର ସରକାର ଧାନର ଏମସପି କ୍ବିଣ୍ଟାଲ ପିଛା ୧୧୭ ଟଙ୍କା ବଢାଇବା ପରେ ତାହା ୨୩୦୦ ଟଙ୍କା ହୋଇଥିଲା ତା ଉପରେ ରାଜ୍ୟ ସରକାର ପୁଣି ଧାନରେ ପ୍ରତି କ୍ବିଣ୍ଟାର ପିଛା ୮୦୦ ଟଙ୍କା ଲେଖାଏଁ ଇନପୁଟ୍ ସବସିଡି ଦେଇଛନ୍ତି। ଅର୍ଥାତ ବର୍ଦ୍ଧିତ ଏମଏସପି ଓ ଇନପୁଟ୍ ସୱସିଡିକୁ ମିଶାଇଲେ ପ୍ରତି ଚାଷୀଙ୍କୁ ଧାନ କ୍ବିଣ୍ଟାଲ ପିଛା ଗତ ବର୍ଷ ତୁଳନାରେ ୯୧୭ ଟଙ୍କା ଲେଖାଏଁ ଅଧିକ ମିଳିଛି। ୨୦୨୩-୨୪ ଖରିଫ ଋତୁରେ ପ୍ରାୟ ୭୧ ଲକ୍ଷ ମେଟ୍ରିକ୍ ଟନ୍ ଅର୍ଥାତ ୭ କୋଟି ୧୦ ଲକ୍ଷ କ୍ବିଣ୍ଟାଲ ଧାନ ବିକ୍ରି ହୋଇଥିଲା। ଆଉ ଯୋଗାଣ ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୧ ଲକ୍ଷ ୫୦ ହଜାରରୁ ଅଧିକ ଧାନ ବିକ୍ରି ହୋଇସାରିଲାଣି। ଅର୍ଥାତ୍ ୭ କୋଟି ୧୫ ଲକ୍ଷ କ୍ବିଣ୍ଟାଲ ଧାନ ବିକ୍ରି ହୋଇସାରିଛି। ମାର୍ଚ୍ଚ ୩୧ ଯାଏ ଖରିଫ ଧନ କିଣା ଚାଲିବ। ତେଣୁ ଏହି ସଂଖ୍ୟା ଆହୁରି ବଢିବ।


ବର୍ତ୍ତମାନ ସୁଦ୍ଧା ବିକ୍ରି ହୋଇଥିବା ଧାନକୁ ଯଦି ହିସାବ କରାଯାଏ ତାହାହେଲେ ୭ କୋଟି ୧୫ ଲକ୍ଷ କ୍ବିଣ୍ଟାଲ ଧାନରେ କ୍ବିଣ୍ଟାଲ ପିଛା ୯୧୭ ଟଙ୍କା ଅଧିକ ପାଇଛନ୍ତି ଚାଷୀ। ଯାହାର ପରିମାଣ ହେଉଛି ପ୍ରାୟ ୬ ହାଜର ୫ଶହ ୫୬ କୋଟି ଟଙ୍କା। ଅର୍ଥାତ ଓଡ଼ିଶା ଚାଷୀଙ୍କ ପକେଟକୁ ଏବର୍ଷ ପ୍ରାୟ ୭ ହଜାର କୋଟି ଟଙ୍କା ଅଧିକ ଆସିଛି। ଯହାକି ଚାଷୀଙ୍କୁ ଆର୍ଥିକ ଦୃଷ୍ଟିରୁ ବଡ଼ ଆଶ୍ବସ୍ତି ଆଣିଦେଇଛି।
ଧାନ ବିକ୍ରି କରି ଓଡ଼ିଶାର ଚାଷୀ ଗତବର୍ଷ ତୁଳନାରେ ପ୍ରାୟ ୭ ହଜାର କୋଟି ଟଙ୍କା ଅଧିକ ଆୟ କରିବା ଦ୍ବାରା ସେମାନଙ୍କର ରୋଜଗାର ବୃଦ୍ଧିରେ ତ ସହାୟକ ହୋଇଛି। ଏଥିସହ ଚାଷୀଙ୍କ ଜରିଆରେ ବଜାରକୁ ଯାଇଥିବା ନଗଦ ଅର୍ଥ ଓଡ଼ିଶା ଅର୍ଥନୀତିକୁ ବି ସଶକ୍ତ କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସୁଭଦ୍ରା ଯୋଜନାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ନିଜ ଆଲେଖ୍ୟ- ଗୋଟିଏ ସୁଭଦ୍ରା, କୋଟିଏ ମାଆରେ ଲେଖିଥିଲେ, ପାଖାପାଖି ୧ କୋଟି ମହିଳାଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଏ ଅର୍ଥରାଶି ଯୋଗାଇ ଦିଆଯିବ । ଏଥିପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିବେ ମୋଟ ୫୫ ହଜାର ୮୨୫ କୋଟି ଟଙ୍କା । ସେହିପରି ସରକାର ଯଦି ମୁଣ୍ଡ ପିଛା ଟଙ୍କାଟିଏ ଖର୍ଚ୍ଚ କରନ୍ତି, ଅର୍ଥନୀତି 4.8 ଗୁଣା (ପାଖାପାଖ 5 ଗୁଣା) ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥାଏ ।


ଏହାକୁ 'ମଲ୍ଟିପ୍ଲାୟର୍ ଇଫେକ୍ଟ' ବୋଲି କୁହାଯାଇଥାଏ । ଏହି ଅନୁସାରେ ଦେଖିଲେ, ଓଡ଼ିଶାର ମହିଳାଙ୍କୁ ସୁଭଦ୍ରା ଯୋଜନାରେ ଜଣ ପିଛା ମିଳୁଥିବା ବାର୍ଷିକ 10,000 ଟଙ୍କା, ଆମ ଅର୍ଥନୀତିକୁ ବାର୍ଷିକ ପ୍ରାୟ 50,000 ଟଙ୍କାର ଲାଭ ପ୍ରଦାନ କରିବ । ସେହିପରି, 5 ବର୍ଷରେ ରାଜ୍ୟ ସରକାର ଏଥିପାଇଁ ବ‌ହନ କରିବାକୁ ଯାଉଥିବା ମୋଟ 55,825 କୋଟି ଟଙ୍କା, ଓଡ଼ିଶାର ଅର୍ଥନୀତିକୁ ପ୍ରାୟ 2.5 ଲକ୍ଷ କୋଟି ଟଙ୍କାର ଲାଭ ପ୍ରଦାନ କରିବ ବୋଲି ନିଜ ଆଲେଖ୍ୟରେ ଲେଖିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

Sponsored
subhadra-yojana-and-input-subsidy-in-rice-will-strengthen-odisha-economy | Argus News