Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜିଠାରୁ ସୁଭଦ୍ରା ଯୋଜନାର ପଞ୍ଜୀକରଣ,ଫର୍ମ ପୂରଣ ଏବଂ ଦାଖଲ ମାଗଣା

Sangram Tripathy
Browse all articles by Sangram Tripathy
·1 year ago·2 min read
ଆଜିଠାରୁ ସୁଭଦ୍ରା ଯୋଜନାର ପଞ୍ଜୀକରଣ,ଫର୍ମ ପୂରଣ ଏବଂ ଦାଖଲ ମାଗଣା


ଅର୍ଗସ ବ୍ୟୁରୋ:ଉପକୃତ ହେବେ ମହିଳା,ସୁଭଦ୍ରା ଫର୍ମ ପୂରଣ ଦାଖଲ ମାଗଣା।ଆଜିଠୁ ଠାରୁ ସୁଭଦ୍ରା ଯୋଜନା ପାଇଁ ଆରମ୍ଭ ହୋଇଛି ପଞ୍ଜିକରଣ,ମୋସେବା ଏବଂ ସାଧାରଣ ସେବା ବା ଜନସେବା କେନ୍ଦ୍ରରେ ଦାଖଲ କରିହେବ ଫର୍ମ। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା। ଜିଲ୍ଲାରେ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର,ବ୍ଲକ୍ କାର୍ଯ୍ୟାଳୟ,ପୌରାଞ୍ଚଳ କାର୍ଯ୍ୟାଳୟ,ମୋ ସେବା କେନ୍ଦ୍ର,ସାଧାରଣ ସେବା କେନ୍ଦ୍ରରେ ଆବେଦନ ଫର୍ମ ମିଳିବ ପର୍ଯ୍ୟାପ୍ତ ପରିମାଣରେ , ସାଧାରଣ ମହିଳାଙ୍କଠୁ ନେଇ ସିଆରପି,ଏମବିକେ,ମିଶନ ଶକ୍ତିର ସପୋର୍ଟ ଷ୍ଟାପ,ଅଙ୍ଗନବାଡି ଓ ଆଶା କର୍ମୀ ବି ସୁଭଦ୍ରା ଯୋଜନା ପାଇଁ  ଆବେଦନ କରିପାରିବେ। ସିଆରପି,ଏମବିକେ,ଆଉଟସୋର୍ସିଂ ସଂସ୍ଥାର କର୍ମଚାରୀ ହେବେ ଲାଭବାନ । ସମସ୍ତେ ଅଙ୍ଗନବାଡ଼ି କେନ୍ଦ୍ରରେ ମାଗଣାରେ ମିଳିବ ସୁଭଦ୍ରା ଫର୍ମ। ଫର୍ମ ନେବା ସମୟରେ ଅରିଜିନାଲ ଆଧାରକାର୍ଡ ଦେଖାଇ ମହିଳା ମାନେ ଫର୍ମ ନେଇପାରିବେ। ଆସନ୍ତାକାଲି ଠାରୁ ବିଭିନ୍ନ ସ୍ଥାନରେ ନିର୍ଦ୍ଧାରିତ କ୍ୟାମ୍ପରେ ଫର୍ମପୂରଣ କରି ଦାଖଲ କରିବା ପାଇଁ ବ୍ୟବସ୍ଥା କରାଯିବ । ସମସ୍ତ ଜିଲ୍ଲାରେ ହିତାଧିକାରୀଙ୍କ ପାଇଁ ଆଜି ଠାରୁ ଏହି ଫର୍ମ ଉପଲବ୍ଧି ହେବା ସହ ପଞ୍ଜିକରଣ ପ୍ରକିୟା ଆରମ୍ଭ ହୋଇଛି,ଏ ସମସ୍ତ ପ୍ରକିୟା ଦେୟ ମୁକ୍ତ ବା ମାଗଣା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ଜଣେ ମହିଳା ୨୦୨୪ ଜୁଲାଇ ୧ ପରେ ୨୧ ବର୍ଷ ବୟସ ଅତିକ୍ରମ କରିବେ ତେବେ ଯୋଜନା ଅବଧିର ଅବଶିଷ୍ଟ ବର୍ଷ ଗୁଡିକ ପାଇଁ ବାର୍ଷିକ ୧୦ ହଜାର ଟଙ୍କା ମିଳିବ। ସୁଭଦ୍ରା ଯୋଜନା ପାଇଁ ଟ୍ରୋଲ୍ ଫ୍ରି ନଂ ୧୪୬୭୮ଜାରି କରାଯାଇଛି । ୮ତାରିଖ ପର୍ଯ୍ୟନ୍ତ ସକାଳ ୯ଟାରୁ ସନ୍ଧ୍ୟା୫ ଏବଂ ୮ ତାରିଖ ପରେ ସକାଳ ୯ରୁ ଦିନ ୧୨ ମଧ୍ୟରେ ଆବେଦନକାରୀ ଫର୍ମ ଆଣିପାରିବେ।ଫର୍ମପୂରଣ କରି ଜନସେବା କେନ୍ଦ୍ର କିମ୍ବା ପ୍ରଶାସନ ତରଫରୁ କରାଯାଇଥିବା କ୍ୟାମ୍ପରେ ଆବେଦନ କରି ଉପସ୍ଥିତ ରହି ଡିଜିଟାଲ ମୋଡରେ ଆବେଦନ କରିପାରିବେ,ଉପସ୍ଥିତ ସରକାରୀ କର୍ମଚାରୀ  ଏବଂ ଅଧିକାରୀ ମାନେ ଏଥିରେ ସହାୟତା କରିବେ। 


ମହିଳାମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ପାଇଁ ସୁଭଦ୍ରା ଯୋଜନା ଆରମ୍ଭ କରାଯାଇଛି । ସୁଭଦ୍ରା ଯୋଜନାରେ ଆବେଦନ କରିବା ଲାଗି ଯୋଗ୍ୟ ହିତାଧିକାରୀ ମହିଳାଙ୍କ ପାଇଁ କେବଳ ନିଜ ନାମରେ ଆଧାର କାର୍ଡ, ଆଧାର ନମ୍ବର ରହିବା ସହ ସେମାନଙ୍କ ମୋବାଇଲ ନମ୍ବର ଆଧାର କାର୍ଡ ସହ ଲିଙ୍କ୍ ହୋଇଥିବା ଆବଶ୍ୟକ । କେବଳ ନିଜ ନାମରେ ବ୍ୟାଙ୍କ ଆକାଉଣ୍ଟକୁ ହିଁ ସିଧାସଳଖ ସହାୟତା ଟଙ୍କା ପ୍ରଦାନ କରାଯିବ । ସମସ୍ତ ହିତାଧିକାରୀଙ୍କୁ ସୁଭ୍ରଦ୍ରା କାର୍ଡ ଦିଆଯିବ ଓ ସମସ୍ତ ଯୋଗ୍ୟ ହିତାଧିକାରୀ ୫ବର୍ଷ ପାଇଁ ଦୁଇଟି କିସ୍ତିରେ ବାର୍ଷିକ ୧୦ହଜାର ଟଙ୍କା ହାରରେ ମୋଟ ୫୦ହଜାର ଟଙ୍କା ପାଇବେ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି ।ରାସନକାର୍ଡଧାରୀ ପରିବାର ସଦସ୍ୟ ଉଭୟ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ  କିମ୍ବା ପରିବାରର ଆୟ ଅଢ଼େଇ ଲକ୍ଷ ଟଙ୍କାରୁ କମ୍ ଥିବ, ହିତାଧିକାରୀଙ୍କ ବୟସ ୨୧ରୁ ଅଧିକ ଓ ୬୦ବର୍ଷରୁ କମ୍ ହୋଇଥିବା ଆବଶ୍ୟକ  ଫଳରେ ମହିଳାମାନେ ସୁଭଦ୍ରାଯୋଜନା ପାଇଁ ଆବେଦନ କରିପାରିବେ,ଏପରିକି ଯୋଗ୍ୟତା ଅନୁସାରେ ଗୋଟିଏ ପରିବାରରେ ଯଦି ୩ରୁ ୪ଜଣ ଜଣ ମହିଳା ଥିବେ ସମସ୍ତଙ୍କୁ ସୁଭଦ୍ରା ଟଙ୍କା ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସୁଭଦ୍ରା ଯୋଜନା କେମିତି ସମସ୍ତ ହିତାଧିକାରୀଙ୍କ ନିକଟରେ ସୁରୁଖୁରୁରେ ପହଞ୍ଜିବ ସେନେଇ ଆଶାଦିଦି,ଅଙ୍ଗନବାଡି କର୍ମୀଙ୍କୁ ଏନେଇ ତାଲିମ ଦିଆଯାଇଛି। ଯୋଜନାକୁ ସଫଳ ରୂପାୟନ କରିବା ପାଇଁ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା। ଏଥିସହ ସେ ଆହୁରୀ ମଧ୍ୟ କହିଛନ୍ତି ସମସ୍ତ ଯୋଗ୍ୟ ହିତାଧିକାରୀ ମାନେ ଏହି ଯୋଜନାରେ ଅନ୍ତର୍ଭୃକ୍ତ ହୋଇପାରିବେ,ସହଜରେ କେମିତି ଆବେଦନ କରିପାରିବେ ସେନେଇ ଅଙ୍ଗନବାଡି କେନ୍ଦ୍ର କର୍ମଚାରୀ,ଜନସେବା କେନ୍ଦ୍ରରେ ଯୋଗଯୋଗ କରିବା ପାଇଁ ନିବେଦନ ମଧ୍ୟ କରିଛନ୍ତି  । ସୁଭଦ୍ରା ଯୋଜନାକୁ ନେଇ ମହିଳାମାନଙ୍କୁ ନେଇ ବେଶ ଉତ୍ସାହ ଦେଖାଦେଇଛି

Sponsored
Subhadra Yojana registration, form filling and submission is free from today | Argus News