Videos
|
Odisha

ସୁଭଦ୍ରା ପାଇଁ ଅଧ ରାତିରୁ ଲାଇନ୍‍, ସବୁଠି ପ୍ରବଳ ଉତ୍ସାହ

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ସୁଭଦ୍ରା ପାଇଁ ଅଧ ରାତିରୁ ଲାଇନ୍‍, ସବୁଠି ପ୍ରବଳ ଉତ୍ସାହ

Key Points

  • ସୁଭଦ୍ରା ଯୋଜନା : ମହିଳାଙ୍କ ଭିତରେ ଉତ୍ସାହ
  • ଆଧାର ଲିଙ୍କ କରିବାକୁ ସବୁଠି ଗହଳି
  • ସୁଭଦ୍ରା କଲ୍‌ ସେଣ୍ଟର ଉଦଘାଟନ କଲେ ପ୍ରଭାତୀ

ଅର୍ଗସ ବ୍ୟୁରୋ: ସୁଭଦ୍ରା ଯୋଜନାର ଫାଇଦା ପାଇବାକୁ ଏବେ ଗାଁଠୁ ସହର ସବୁଠି ପ୍ରବଳ ଭିଡ । କେମିତି ରାଜ୍ୟ ସରକାରଙ୍କ ଏହି ଯୋଜନାର ଲାଭ ପାଇବେ ସେନେଇ ଉତ୍ସାହ । ହେଲେ ଏହି ଉତ୍ସାହକୁ ଅଧିକ ଟେନ୍‌ସନ୍‌ ଦେଉଛି ଆଧାର ଅପଡେଟ୍‌ ବା ଆଧାର ଲିଙ୍କ । ଜନସେବା କେନ୍ଦ୍ରରେ ଏମିତି ଭିଡ ହେଉଛି ଯେ ସକାଳୁ ଛିଡା ହେଲେ ସମୟ ଆସୁଛି ସଂଧ୍ୟାରେ । ଏହାର ପୁରା ଫାଇଦା ଉଠାଉଛନ୍ତି ମୁନଫାଖୋର ବ୍ୟକ୍ତି । ଯେଉଁଠି ଆଧାର ଅପଡେଟ୍‌ ପାଇଁସ ୫୦ ଟଙ୍କା ନେବାର କଥା ସେଇଠି ନେଉଛନ୍ତି ୨୦୦ କୁ ୨୫୦ ଟଙ୍କା । ସେପଟେ ଅଧିକ ଟଙ୍କା ନେଲେ କାର୍ଯ୍ୟାନୁଷ୍ଠାନ ନିଆଯିବାର ବି ଚେତାବନୀ ଦିଆଯାଇଛି ।

ସେପଟେ ଭୁବନେଶ୍ଵରରେ ଗତକାଲି ସୁଭଦ୍ରା କଲ୍‌ ସେଣ୍ଟରର ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । କହିଛନ୍ତି, ସୁଭଦ୍ରା ଫର୍ମ ଦାଖଲ ପାଇଁ କୌଣସି ଶେଷ ତାରିଖ ନାହିଁ । ୧୭ ତାରିଖ ପରେ ପଞ୍ଜିକରଣ କଲେ ବି ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ । ୧୪୬୭୮ ଟୋଲ୍ ଫ୍ରି ନମ୍ବରରେ କଲ୍ କରି ହିତାଧିକାରୀ ସେମାନଙ୍କ ପ୍ରଶ୍ନର ଉତ୍ତର ପାଇପାରିବେ । ଏହାସହ କିଛି ହିତାଧିକାରୀଙ୍କ ସହ କଥା ହୋଇ କେମିତି ଆବେଦନ କରିବେ ତାହା ବି ବତାଇ ଦେଇଥିଲେ ମନ୍ତ୍ରୀ । 

ଢେଙ୍କାନାଳରୁ ସୋର, ଆଠଗଡ଼ରୁ ପାରାଦୀପ... ସୁଭଦ୍ରା ଆବେଦନ ପାଇଁ ସବୁଠି ପ୍ରବଳ ଉତ୍ସାହ । ସୋର ମୁଖ୍ୟ ଡାକଘର ଆଗରେ ଆଧାର ସଂଶୋଧନ ପାଇଁ ଆସିଥିବା ଲୋକଙ୍କ ଭିତରେ ଧାଁ ଧଉଡ଼ ଦେଖିବାକୁ ମିଳିଥିଲା। ଭୋର ୫ଟାରୁ ଲୋକ ମାନେ ଆସି ଧାଡ଼ିରେ ଛିଡା ହୋଇଥିବା ବେଳେ ୧୦ ଟାରେ ଗେଟ୍‌ ଖୋଲିଥିଲା । ପରେ ସମସ୍ତ ଏକା ସାଙ୍ଗରେ ଅଫିସକୁ ଧସେଇ ପଶିଥିଲେ । ପରେ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା । ଢେଙ୍କାନାଳ ଭୁବନ ବ୍ଲକର ୬ଟି ସ୍ଥାନରେ ଆଧାର କେନ୍ଦ୍ର ଖୋଲାଯାଇ ମୋବାଇଲ ନମ୍ବର ସଂଯୋଗ କରାଯାଉଛି । ଯେହେତୁ ଆବେଦନ ଏବେ ପ୍ରବଳ ମାତ୍ରାରେ ହେଉଛି ତେଣୁ ଭିଡ ରହୁଛି । 

ସୁଭଦ୍ରା ଯୋଜନା ଲାଗି ଏବେ ସମସ୍ତେ ବ୍ୟସ୍ତ । ସେଇଥି ଲାଗି ତ ଆଧାର ଅଥଣ୍ଟିକେସନ ପାଇଁ ଜମୁଛି ନାହିଁନଥିବା ଭିଡ । ଜନସେବା କେନ୍ଦ୍ରରେ ଆଧାର ଅପଡେଟ୍ ପାଇଁ ଅଧିକ ଟଙ୍କା ଦାବି ହେଉଥିବାରୁ ଠିକ୍ ଦେୟରେ କେବଳ ସୋର ନୁହେଁ, ଐତିହ୍ୟ ସହର ପୁରୀଠୁ ଆରମ୍ଭ କରି ଜଗତସିଂହପୁର, ଯାଜପୁର, ବାଲେଶ୍ୱର, କାମାକ୍ଷାନଗର, ରାଜ୍ୟର ଯେଉଁ କୋଣ ଅନୁକୋଣକୁ ନଜର ପକାଇବେ, ସୁଭଦ୍ରା ଯୋଜନା ଫର୍ମ ଦାଖଲ ଲାଗି ଆଧାର ସଂଶୋଧନ ପାଇଁ ଡାକଘରେ ସକାଳୁ ସକାଳୁ ଲାଗୁଛି ଆଶାୟୀଙ୍କ ଏମିତି ଲମ୍ବା ଲାଇନ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନ୍ୟପଟେ ସୁଭଦ୍ରା ଯୋଜନା ଆବେଦନକୁ ନେଇ ଲୋକଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱ ଦୂର କରିଛନ୍ତି କମନ ସର୍ଭିସ୍ ସେଣ୍ଟର-ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ଦାୟିତ୍ୱରେ ଥିବା ଅଧିକାରୀ। ସେ କହିଛନ୍ତି, ସୁଭଦ୍ରା ଯୋଜନା ଆବେଦନ ସଂପୂର୍ଣ୍ଣ ମାଗଣା। କିନ୍ତୁ ଏହାକୁ ଘରେ ବସି ଅନ୍ ଲାଇନରେ ଆବେଦନ କରାଯାଇପାରିବ ନାହିଁ। କେବଳ ଜନସେବା କେନ୍ଦ୍ର ଜରିଆରେ ହିଁ ହୋଇପାରିବ। ଫର୍ମ ପୂରଣ କରିବା ପରେ ଜନସେବା କେନ୍ଦ୍ରକୁ ଆସି ମୋବାଇଲ ନମ୍ବର, ଅଙ୍ଗୁଳି ଛାପ, ମୁହଁ ତଥା ଆଖି ଡୋଳା ଭଳି ୪ଟି ମାଧ୍ୟମରେ ଜଣେ ନିଜର ଆଧାର ଅଥେଣ୍ଟିକେସନ କରାଇ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିପାରିବ ।