Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆରମ୍ଭ ହେଲା `ସୁଭଦ୍ରା' ପଞ୍ଜୀକରଣ, ଏମିତି କରନ୍ତୁ ଆବେଦନ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଆରମ୍ଭ ହେଲା `ସୁଭଦ୍ରା' ପଞ୍ଜୀକରଣ, ଏମିତି କରନ୍ତୁ ଆବେଦନ

Key Points

  • ଆରମ୍ଭ ହେଲା `ସୁଭଦ୍ରା' ପଞ୍ଜିକରଣ
  • ସାରା ଓଡ଼ିଶାରେ `ସୁଭଦ୍ରା'ରେ ମହିଳାଙ୍କ ଭିତରେ ବଡ଼ ଉତ୍ସାହ
  • ଘର ଘର ବୁଲି ଫର୍ମ ବାଣ୍ଟୁଛନ୍ତି ଅଙ୍ଗନବାଡ଼ି କର୍ମୀ
  • ସ୍ବତନ୍ତ୍ର କ୍ୟାମ୍ପ ମାଧ୍ୟମରେ ଫର୍ମ ପୂରଣ ଓ ଆବେଦନ ପାଇଁ ଅଭିଯାନ

 

ଅର୍ଗସ ବ୍ୟୁରୋ: କଟକରୁ କୋରାପୁଟ, ପୁରୀରୁ ଅନୁଗୁଳ । ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ୍ ଓ ପୌରାଞ୍ଚଳ ଅଫିସ୍, ମୋ ସେବା ଓ ସାଧାରଣ ସେବା କେନ୍ଦ୍ର ସବୁଠି ମହିଳାଙ୍କ ଭିଡ଼। କାରଣ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନାର ପଞ୍ଜିକରଣ । ମାଗଣାରେ ମିଳୁଛି ଫର୍ମ। ରାଜ୍ୟର ସବୁ ଜିଲ୍ଲାକୁ ପର୍ଯ୍ୟାପ୍ତ  ଫର୍ମ ପଠାଯାଇଛି । ସୁଭଦ୍ରା ଯୋଜନା ପାଇଁ ମୋହନ ସରକାର କିଛି ଦିନ ପୂର୍ବରୁ ମାର୍ଗଦର୍ଶିକା ଜାରି କରିସାରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର କ୍ୟାମ୍ପ କରାଯାଇଛି । ଲୋକଙ୍କୁ ଫର୍ମ ଯୋଗାଇ ଦିଆଯାଉଛି। ଏଥିସହ କେମିତି ଫର୍ମ ପୂରଣ କରିବେ, କେମିତି ଆବେଦନ କରିବେ ସେ ବାବଦରେ ହିତାଧିକାରୀଙ୍କୁ ବିସ୍ତୃତ ଭାବେ ବୁଝାଇ ଦିଆଯାଉଛି। ଅଙ୍ଗନବାଡ଼ି କର୍ମୀମାନେ ଘର ଘର ବୁଲି ମଧ୍ୟ ସୁଭଦ୍ରା ଫର୍ମ ବାଣ୍ଟିବା ସହ ପୂରଣ କରିବା ବାବଦରେ ଜଣାଉଛନ୍ତି। 

ସୁଭଦ୍ରା ଯୋଜନାକୁ ନେଇ ପୁରୀ ବ୍ରହ୍ମଗିରି ଅଞ୍ଚଳର ମହିଳାଙ୍କ ଭିତରେ ଅପୂର୍ବ ଉତ୍ସାହ। ଫର୍ମ ସଂଗ୍ରହ କରିବା ସହ ଆବେଦନ ପ୍ରକ୍ରିୟା ବୁଝିଛନ୍ତି। ଆଶା ରଖିଛନ୍ତି ସୁଭଦ୍ରା ଟଙ୍କାରେ ବ୍ୟବସାୟ କରି ରୋଜଗାରକ୍ଷମ ହେବାସହ ପରିବାର ଚଳାଇବା ସରଳ ହେବ । ଗଜପତି ଜିଲ୍ଲାରେ ମହିଳାମାନେ ଫର୍ମ ସଂଗ୍ରହ କରିବା ସହ ଆଜିଠାରୁ ଆବେଦନ କରିବା ଆବେଦନ କରିଦେଇଛନ୍ତି । ବାଲେଶ୍ବର ଜିଲ୍ଲାରେ ବି ଆରମ୍ଭ ହୋଇଯାଇଛି ପଞ୍ଜିକରଣ ପ୍ରକ୍ରିୟା। 

ଶନିବାର କଟକ ମେରିଆ ବଜାରରେ ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ସହ କଥା ହୋଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧାଡ଼ିରେ ସୁଭଦ୍ରା ଯୋଜନା ଫର୍ମ ଭରୁଥିବା ମହିଳାଙ୍କ ସହ କଥା ହୋଇ ଯୋଜନାର ଲାଭ ସମ୍ପର୍କରେ ବୁଝାଇଥିଲେ କେନ୍ଦ୍ରମନ୍ତ୍ରୀ ।  ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ କହିଛନ୍ତି, ସୁଭଦ୍ରା ସବୁଠାରୁ ମହତ୍ତ୍ଵକାଂକ୍ଷୀ ଯୋଜନା। ବିଜେପି ସରକାର ଯାହା କହିଥିଲା, ତାକୁ ପୁରଣ କରୁଛି। ମୋ ସେବା କେନ୍ଦ୍ର, ସାଧାରଣ ସେବା କେନ୍ଦ୍ର ଛଡ଼ା ବିଭିନ୍ନ ସ୍ଥାନରେ ନିର୍ଦ୍ଧାରିତ କ୍ୟାମ୍ପରେ ସୋମବାରଠାରୁ ଫର୍ମ ପୂରଣ କରି ଦାଖଲ କରିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Subhadra Yojana | Argus News