Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୧ କୋଟି ହିତାଧିକାରୀଙ୍କୁ ନେଇ ସର୍ବବୃହତ ଯୋଜନା ହେବ ସୁଭଦ୍ରା

Banajyotshna Ray
Browse all articles by Banajyotshna Ray
·1 year ago·2 min read
୧ କୋଟି ହିତାଧିକାରୀଙ୍କୁ ନେଇ ସର୍ବବୃହତ ଯୋଜନା ହେବ ସୁଭଦ୍ରା

Key Points

- ଫେବୃଆରୀ ୮ରେ ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା
- ଉପକୃତ ହେବେ ୨୦ ଲକ୍ଷରୁ ଅଧିକ ମହିଳା ହିତାଧିକାରୀ
- ୧ କୋଟି ହିତାଧିକାରୀଙ୍କୁ ନେଇ ସର୍ବବୃହତ ଯୋଜନା ହେବ ସୁଭଦ୍ରା
- ନିର୍ବାଚନ ପରେ ରାଜ୍ୟ ସରକାରଙ୍କ ଫୋକସରେ ସୁଭଦ୍ରା ସ୍କିମ୍
- ୨୦୦୯, ୧୪ ଓ ୧୯ ରେ ବିଜେଡିର ମହିଳା ଭୋଟ ବ୍ୟାଙ୍କ ଦମ୍ଭ ଭାଙ୍ଗିଥିଲା ୨୪ ନିର୍ବାଚନ
- ସାଧାରଣ ନିର୍ବାଚନରେ ଗେମ୍ ଚେଞ୍ଜର୍ ହୋଇଥିଲେ ମହିଳା

ଅର୍ଗସ ବ୍ୟୁରୋ:  ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ଫେବୃଆରୀ ୮ରେ ମିଳିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା । ଯାଜପୁରରେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପ୍ରଦାନ କରିବେ ରାଜ୍ୟ ସରକାର । ତା ପୂର୍ବରୁ NPCI ସମସ୍ୟା ଥିବା ହିତାଧିକାରୀ ୩ ଏବଂ ୪ ତାରିଖ ବ୍ୟାଙ୍କ ଯାଇ NPCI କ୍ଲିୟର କରିବାକୁ ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏବେ ବି ଅଢେଇ ଲକ୍ଷ ହିତାଧିକାରୀଙ୍କ npci ସମସ୍ୟା ଅଛି । ସେହିପରି ଲକ୍ଷେରୁ ଅଧିକ ମହିଳାଙ୍କ kyc ସମସ୍ୟା ରହିଛି । ତେଣୁ ୮ ପୂର୍ବରୁ ଏହାର ସମାଧାନ କଲେ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରାରେ ସାମିଲ ହୋଇପାରିବେ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

ସୁଭଦ୍ରାର ମୁଦ୍ରା କରୁଛି ସଶକ୍ତ, ସ୍ବାବଲମ୍ବୀ ହେଉଛନ୍ତି ମହିଳା । ଛୋଟ ଛୋଟ ବ୍ୟବସାୟ କରି ନିଜେ ଦୁଇ ପଇସା କମାଇବାରେ ସକ୍ଷମ ହେଉଛନ୍ତି ଗାଁ ର ଗରିବ ମହିଳା । ଯାହାକୁ ନେଇ ମହିଳା ମାନେ ଖୁସି ଥିବା ବେଳେ ଅପେକ୍ଷାରେ ଥିବା ମହିଳା ମାନେ ମଧ୍ୟ ତାରିଖ ଘୋଷଣା ପରେ ଖୁସିବ୍ୟକ୍ତ କରିଛନ୍ତି । ମହିଳାଙ୍କ ଆର୍ଥିକ ଶଶକ୍ତି ଓ ପ୍ରଗତି ବିଜେପି ସରକାରର ପ୍ରାଥମିକତା । ଲକ୍ଷ ପତି ଦିଦି ଯୋଜନାରେ ରାଜ୍ୟର ୫ ଲକ୍ଷ ୩୭ ହଜାର ୩୫୦ ମହିଳା ଲାଭାନ୍ବିତ ହୋଇଥିବା ବେଳେ ସୁଭଦ୍ରା ବି ରାଜ୍ୟର କୋଟିଏ ମହିଳା ଙ୍କୁ କରିଛି ସ୍ବାବଲମ୍ବୀ ଓ ସଶକ୍ତ ।

ସେପ୍ଟେମ୍ବର ୧୭ ରେ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ରାଜ୍ୟରେ ସୁଭଦ୍ରା ଯୋଜନା ଆରମ୍ଭ ହୋଇଥିଲା । ଆଗାମୀ ୮ ତାରିଖରେ ଏହି ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ୧ କୋଟି ଛୁଇଁବା ସହ ସର୍ବବୃହତ ଯୋଜନା ହେବାକୁ ଯାଉଛି । ଏହି ଯୋଜନା ଅଧୀନରେ ୫ ବର୍ଷ ରେ ରାଜ୍ୟ ସରକାର ମହିଳାଙ୍କୁ ୫୫ ହଜାର ୮୨୫ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେବେ । ତେଣୁ ଏହି ଯୋଜନା ବିଜେପି ପାଇଁ ବଡ଼ ରାଜନୈତିକ ଫାଇଦା ଦେବ ବୋଲି ଚର୍ଚ୍ଚା ହେଉଛି ।


ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Subhadra yojana will be the largest scheme with 1 crore beneficiaries | Argus News