Videos
|
Odisha

ଜେଲ ଭିତରେ ରହି ଅପରେସନ କରୁଥିଲା ସୁବୋଧ ସିଂ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଜେଲ ଭିତରେ ରହି ଅପରେସନ କରୁଥିଲା ସୁବୋଧ ସିଂ

ସମ୍ବଲପୁର ମାଣପୁରମ ଗୋଲ୍ଡ ଲୋନରୁ ଡକାୟତି ଘଟଣାକୁ ଇତି ମଧ୍ୟରେ ୩ ମାସ ବିତିଗଲାଣି । ଏଯାଏ ମିଳିଲାନାହି ଡକାୟତି ହୋଇଥିବା ୨୮ କେଜି ୫୦୦ ଗ୍ରାମରୁ ଉର୍ଦ୍ଧ ସୁନା ଓ ୪ ଲକ୍ଷରୁ ଅଧିକ ଟଙ୍କା । ଏହି ଡକାୟତିର ମାଷ୍ଟର ମାଇଣ୍ତ ସୁବୋଧ ସିଂ କୁ ସମ୍ବଲପୁର ଆଣି ୭ ଦିନିଆ ରିମାଣ୍ତରେ ନେଇ ଅଧିକ ତଦନ୍ତ ଚଲାଇଛି ପୋଲିସ । ସୁବୋଧ ଆନ୍ତରାଜ୍ୟ ଡକାୟତ ହୋଇଥିବାରୁ ସାରା ଦେଶରେ ତା ନାଁରେ ୨୮ ଟି ମାମଲା ରହିଛି। ୧୨ ଟି ସୁନା ଡକାୟତି, ୫ ଟି ହତ୍ୟା ଓ ଆମ୍ସ ଆକ୍ଟ ମାମଲା ରହିଛି ତା ନାଁରେ। ସୁବୋଧ ସିଂ ସୁନା ଡକାୟତି ଓ ଜଣେ ବିଜେପି ନେତା ହତ୍ୟା ମାମଲାରେ ପଶ୍ଚିମ ବଙ୍ଗ ପ୍ରେସିଡେନ୍ସି ଜେଲରେ ଏବେ ରହିଛି । ସେହି ଜେଲରେ ରହି ସୁବୋଧ ସିଂ ସମ୍ବଲପୁର ସମେତ ଯାଜପୁର ପାଣି କୋଇଲିରେ ଡକାୟତି କରାଇଥିବା ଉତ୍ତରାଂଚଳ ପୋଲିସ ଆଇଜି କହିଛନ୍ତି ।

ସୁବୋଧ ସିଂ ସୁନା ଡକାୟତି ପରେ ନେପାଲରେ ବିକ୍ରି କରି ହାଓ୍ବାଲା ଜରିଆରେ ଟଙ୍କା ଆଣୁଥିବା ଜଣାପଡିଛି । ଏବେ ଚୋରି ହୋଇଥିବା ସୁନା ମଧ୍ୟ ନେପାଳ ପହଂଚିଥିବା ସନ୍ଦେହ କରୁଛି ପୋଲିସ । ସୁବୋଧ ସିଂ ଜେଲରେ ରହି ପଶ୍ଚିମବଙ୍ଗ ଅନ୍ୟ ଏକ ଜେଲରେ ଥିବା ପଲ୍ଲୁ ସିଂକୁ ନିର୍ଦ୍ଦେଶ ଦେଇଥାଏ । ପଲ୍ଲୁ ଗ୍ରାଉଣ୍ତରେ ଥିବା ଡକାୟତ ସହ ଯୋଗଯୋଗ କରି ଲୁଟ କରିଥାନ୍ତି । ତେବେ ଘଟଣାରେ ପୂର୍ବରୁ ୩ ଜଣକୁ ପୋଲିସ ଗିରଫ କରିଥିଲେ ମଧ୍ୟ କିଛି ଫଳ ମିଳିନାହି । ପଶ୍ଚିମ ବଙ୍ଗ ଜେଲରେ ରହି ଦେଶର ବିଭିନ୍ନ ସ୍ଥାନରେ ଲୁଟ ହେବା ପରେ ଜେଲ ସୁରକ୍ଷା ଓ କର୍ମଚାରୀଙ୍କ ଭୁମିକାକୁ ନେଇ ପ୍ରଶ୍ନ ଉଠିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
subodh-singh-was-operating-from-inside-the-jail | Argus News