Videos
|
Odisha

ସଫଳ ଚାଷୀ ସନ୍ତୋଷ,ଲିଜରେ ଜମି ଆଣି,ରୋଜଗାର କରୁଛନ୍ତି ଲକ୍ଷଲକ୍ଷ ଟଙ୍କା

Sangram Tripathy
Browse all articles by Sangram Tripathy
·2 years ago·1 min read
ସଫଳ ଚାଷୀ ସନ୍ତୋଷ,ଲିଜରେ ଜମି ଆଣି,ରୋଜଗାର କରୁଛନ୍ତି ଲକ୍ଷଲକ୍ଷ ଟଙ୍କା

ଅର୍ଗସ ବ୍ୟୁରୋ:ଚାଷ ହିଁ ତାଙ୍କ ଜୀବନ,ଏହି ଚାଷ ତାଙ୍କୁ ହସାଏ ଆଉ ଏ ଚାଷ ତାଙ୍କୁ କନ୍ଦାଏ,ଏହି ଚାଷକ୍ଷେତକୁ ତାଙ୍କ ପରିବାର ବୋଲି ଭାବନ୍ତି,ଆଉ ସେ ବିଭିନ୍ନ ଗଛମାନଙ୍କୁ ସେ ନିଜର ଭାଇ,ବନ୍ଦୁ କୁଟୁମ୍ବ । ଥରେ କ୍ଷେତ ଆଡେ ସେ ବୁଲିଆସିଲେ ତାଙ୍କ ସବୁ ଦୁଃଖ ଦୂର ହୋଇଯାଏ। ଏ ଦେଖୁନାହାନ୍ତି ଜମିରେ ଗୋଲ ଗୋଲ ବାଇଗଣ ଫଳିଛି,ଆଉ ତା ସାଙ୍ଗକୁ ଭଳିକି ଭଳି ଲାଉ,ଜହ୍ନୀ, ଭେଣ୍ଡି ସହ ବିଭିନ୍ନ ପ୍ରକାରର ପନିପରିବା ସହ ଶାଗ ମଧ୍ୟ ଚାଷ କରି ଚର୍ଚ୍ଚାରେ ରହିଛନ୍ତି ଭଦ୍ରକ ବନ୍ତ  ଛୟାଳସିଂ ପଞ୍ଚାୟତ ଗୋପାଳପୁର ଗାଁର ସଫଳ ଚାଷୀ ଦମ୍ପତି । ଏହି ଚାଷ ହିଁ ତାଙ୍କ ଓଠରେ ହସ ଫୁଟାଇଛି । ଚାଷକୁ ନେଇ ସତରେ ସେ ଭାରି ଖୁସି ସେଇଥି ପାଇଁ ତ କୁହାଯାଏ ଚାଷ ଅଛି ଯାହାର କି ଆନନ୍ଦ ତାହାର । ନିଜର ବିଶେଷ ଜମି ନଥିଲେ ମଧ୍ୟ ଲିଜ୍ ସୂତ୍ରରେ ଜମିଆଣି ପନିପରିବା ଫଳାଇ ସେ ବର୍ଷକୁ ରୋଜଗାର କରୁଛନ୍ତି ଲକ୍ଷଲକ୍ଷ ଟଙ୍କା। ଅନ୍ୟପାଇଁ ଉଦାହରଣ ସାଜିଛନ୍ତି ସଫଳ ଚାଷୀ ସନ୍ତୋଷ ଦାସ । 

ସନ୍ତୋଷଙ୍କ ଏ ସଫଳ ଚାଷ ଦେଖି ଅନ୍ୟମାନେ ମଧ୍ୟ ତାଙ୍କ କ୍ଷେତକୁ ଦେଖିବାକୁ ଆସୁଛନ୍ତି,ତାର ପ୍ରଣାଳି ସମ୍ପର୍କରେ ବୁଝି ନିଜ କ୍ଷେତରେ ମଧ୍ୟ ପନିପରିବା ଫଳାଉଛନ୍ତି।ସ୍ଥାନୀୟବାସିନ୍ଦା ଚକ୍ରଧର କହନ୍ତି ବଜାରଠାରୁ କମ୍ ଦରରେ ମଧ୍ୟ ପରିବାର ଯୋଗାଇ ଦିଅନ୍ତି ସନ୍ତୋଷ ଭାଇ,ଫଳରେ ପରିବା ତୋଳାହେଲା ମାତ୍ରେ ଝୁଡି ଖାଲି ହୋଇଯାଏ,ଭଲ ଦୁଇପଇସା କମାନ୍ତି ସଫଳ ଚାଷୀ ଦମ୍ପତି । ନିଜର ଦୃଢ ଇଛାଶକ୍ତି ଅକ୍ଲନ୍ତ ପରିଶ୍ରମ ତାଙ୍କୁ ଦେଇଛି ନୂଆ ପରିଚୟ। ଆଜିର ଯୁବପିଢୀ ଚାଷକୁ ମୁହଁ ମୋଡୁଥିବାବେଳେ ତାଙ୍କୁ ଦେଖି ଚାଷ ପ୍ରତି ଆଗ୍ରହୀ ହେଉଛନ୍ତି । ସନ୍ତୋଷଙ୍କ ସଫଳ ଚାଷ ଦେଖି ସନ୍ତୋଷ ବ୍ୟକ୍ତ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ । 
 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: