Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପଞ୍ଚାୟତ ଗୋଦାମ ଗୃହରୁ ଆସୁଛି ଭଣ ଭଣ ଗନ୍ଧ

Manini Pattanayak
Browse all articles by Manini Pattanayak
·2 years ago·1 min read
ପଞ୍ଚାୟତ ଗୋଦାମ ଗୃହରୁ ଆସୁଛି ଭଣ ଭଣ ଗନ୍ଧ

ରାୟଗଡା:  ଆମ ଓଡିଶା ନବିନ ଓଡିଶାର ବ୍ୟାଗ୍ ଆଣିବାକୁ ଯାଇ ମୁହଁରେ କପଡା ବାନ୍ଧିଲେ ଲୋକେ । ସ୍ତ୍ରୀଠୁ ପୁରୁଷ ସମସ୍ତଙ୍କ ନାକରେ କପଡା ବିଣ୍ଡା..  କି ଗନ୍ଧ .. କି ଗନ୍ଧ କହି ମୁହଁରୁ କପଡା ହଟାଉ ନାହାନ୍ତି।  ଦୁର୍ଗନ୍ଧରେ ଫାଟି ପଡୁଛି ପୁରା ପଞ୍ଚାୟତ କାର୍ଯ୍ୟଳୟର ଗୋଦାମ ଗୃହ ।  ରାଜ୍ୟ ସରକାରଙ୍କ ବ୍ରାଣ୍ଡ ବ୍ୟାଗ ଆଣିବାକୁ ଯାଇ ଦୁର୍ଗନ୍ଧର ସାମ୍ନା କରୁଛନ୍ତି ଲୋକେ । ଯାହାକୁ ନେଇ ଏବେ ଚର୍ଚ୍ଚା....ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ବିଷମକଟକ ଡାକୁଲଗୁଡା ଗ୍ରାମପଞ୍ଚାୟତରେ । ଗୋଦାମ ଖୋଲା ରହୁଥିବାରୁ ଏଠାରେ ଅସାମାଜିକ ଲୋକ ଝାଡା ଓ ପରିସ୍ରା କରୁଛନ୍ତି । ସେଇଥି ଲାଗି ତ ଏମିତି ସ୍ଥିତି ଉପୁଜିଛି...

ଯୁଆଡେ ଦେଖବ ସିଆଡେ କୁଢକୁଢ ଅଳିଆ ଆବର୍ଜନା l ପଞ୍ଚାୟତର ଅଧିକାଂଶ ଲୋକେ ସରକାରଙ୍କ ରାସନ ସାମଗ୍ରୀ ପାଇଁ ଏହି ଗୋଦାମ ଗୃହ ଉପରେ  ନିର୍ଭର କରନ୍ତି l  କିନ୍ତୁ  ଗୋଦାମ ଗୃହରେ ଅବ୍ୟବସ୍ଥା ଦେଖିଲେ ସେଠି ପାଦ ରଖିବାକୁ ଇଛା ହେବନି ।  ରାଜ୍ୟ ସରକାରଙ୍କ ପକ୍ଷରୁ ବଣ୍ଟନ କରାଯାଉଥିବା  ଆମ ଓଡିଶା ନବିନ ଓଡିଶା ବ୍ୟାଗ୍  ନେବା ପାଇଁ  ଅନେକ ମହିଳା ଓ ପୁରଷମାନେ ଆଶିଛନ୍ତି।   ଦୁର୍ଗନ୍ଧମୟ ପରିବେଶରେ ନାକରେ କପଡା ଦେଇ ଘଣ୍ଟା ଘଣ୍ଟା ଅପେକ୍ଷା କରି ବସି ରହିଥିବା  ଦୃଶ୍ୟ ମଧ୍ୟ ସାମ୍ନାକୁ ଆଶିଛି l   ଦୁର୍ଗନ୍ଧ ଯୋଗୁଁ କିଛିଲୋକ ବିରକ୍ତ ହେଇ ଘରକୁ  ମଧ୍ୟ ଚାଲିଯାଇଥିବା ଦେଖିବାକୁ ମିଳିଛି l  

ସରକାରଙ୍କ କୋଟି କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ବେ କାହିକି ନିର୍ମାଣ ହୋଇ ପାରୁନି ଗୋଦାମ ଗୃହରେ କବାଟ ?  କୁଆଡେ ଗଲା ପଞ୍ଚାୟତକୁ ଆଶୁଥିବା ଇପିଏଫ୍ ଫଣ୍ଡ ?  ଏପରି ଅନେକ ପ୍ରଶ୍ନ ବାଣରେ ଘାଇଲା କଲେଣି ସ୍ଥାନୀୟ ଲୋକେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ଦେଖନ୍ତୁ : 

Sponsored
The entire panchayat office warehouse is bursting with stench | Argus News