Kali Puja / ବାଲିରେ ମା' କାଳୀଙ୍କ ପ୍ରତିମୂର୍ତ୍ତି ଗଢି ତୋଳିଛନ୍ତି ସୁଦର୍ଶନ
·8 months ago·2 min read

Key Points
ବାଲୁକାକଳାରେ ଦୀପାବଳିର ଶୁଭେଚ୍ଛା
ଶୁଭେଚ୍ଛା ଜଣାଇଲେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ
ବାଲିରେ ମା' କାଳୀଙ୍କ ପ୍ରତିମୂର୍ତ୍ତି ଗଢି ତୋଳିଛନ୍ତି

ଆଜି ଆଲୋକର ପର୍ବ ଦୀପାବଳି । ଘରେ ଘରେ ଖୁସିର ମାହୋଲ। ଟୁଇନ ସିଟିରେ ୨ ଘଣ୍ଟା ପାଇଁ ବାଣ ଫୁଟାଇବାକୁ ଅନୁମତି ଅର୍ଥାତ୍ ରାତି ୭ଟାରୁ ୯ ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ଅନୁମତି ଦେଇଛି ପ୍ରଶାସନ। ଆଜି ହେଉଛି କାର୍ତିକ ମାସ ଅମାବାସ୍ୟା ତିଥି । ହିନ୍ଦୁ ପରମ୍ପରାରେ ଏନେଇ ରହିଛି ଅନେକ ବିଶେଷ ବିଧି । ଧାର୍ମିକ ବିଶ୍ୱାସ ଅନୁସାରେ, ଏହି ପରମ୍ପରା ଅଯୋଧ୍ୟାରୁ ଆରମ୍ଭ ହୋଇଥିଲା। କୁହାଯାଏ ଯେ ଯେତେବେଳେ ଭଗବାନ ରାମ 14 ବର୍ଷର ବନବାସ ପରେ ଅଯୋଧ୍ୟା ଫେରି ଆସୁଥିଲେ, ସେତେବେଳେ ଅଯୋଧ୍ୟାର ନାଗରିକମାନେ ତାଙ୍କୁ ସ୍ୱାଗତ କରିବା ପାଇଁ ଦୀପ ଜାଳିଥିଲେ। ଏହି ପରମ୍ପରା ସେବେଠାରୁ ପାଳନ ହୋଇଆସୁଛି, ଏବଂ ଅଯୋଧ୍ୟାରେ, ଏହା ଆହୁରି ଉତ୍ସାହ ଏବଂ ଉଲ୍ଲାଶର ସହିତ ସହିତ ପାଳନ କରାଯାଏ।
ବାଲୁକାକଳାରେ ଦୀପାବଳିର ଶୁଭେଚ୍ଛା । ଶୁଭେଚ୍ଛା ଜଣାଇଲେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ବାଲିରେ ମା' କାଳୀଙ୍କ ପ୍ରତିମୂର୍ତ୍ତି ଗଢିବା ସହ ପ୍ରାୟ ଏକ ହଜାର ଦୀପ ଲଗାଇଛନ୍ତି । ବାଲୁକାକଳାରେ ସୁଦର୍ଶନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମ ନିର୍ଭର ଭାରତର ବାର୍ତ୍ତା ଦେଇଛନ୍ତି । ଆଜି ହେଉଛି ଆଲୋକର ପର୍ବ ଦୀପାବଳି।
ଏଥିସହ ପଢ଼ନ୍ତୁ: ପାଳନ ହେଉଛି ଆଲୋକର ପର୍ବ ଦୀପାବଳି, ସବୁଜ ଦୀପାବଳି ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
ଆଜିର ତିଥିରେ ପିତୃପୁରୁଷଙ୍କୁ ଆଲୋକ ଦେଖାଇ ତାଙ୍କର ଆର୍ଶିର୍ବାଦ ନେବାର ପରମ୍ପରା ରହିଛି । ଆଜି ସେହି ଉଦ୍ଦେଶ୍ୟରେ କରାଯାଉଛି ପୟା ଶ୍ରାଦ୍ଧ । ଆଉ ଆଜି ମଧ୍ୟ ପିତୃଲୋକଙ୍କ ଉଦ୍ଧେଶ୍ୟରେ ବଡବଡିଆ ଡାକିବାର ପରମ୍ପରା ରହିଛି। ଯେଉଁମାନେ ବର୍ଷକ ଯାକ ନିଜ ପିତୃପୁରୁଷଙ୍କୁ ପିଣ୍ଡ ଦାନ କରିପାରିନଥାନ୍ତି ସେମାନେ ଆଜିର ଦିନରେ ଶ୍ରୀ ମନ୍ଦିର ନିକଟରେ ପିଣ୍ଡ ଦାନ କରି ପିତୃଲୋକଙ୍କ ଉଦ୍ଧେଶ୍ୟରେ ଶ୍ରୀମନ୍ଦିର ସମ୍ମୁଖରେ କାଉଁରିଆ ଜାଳି ବଡବଡିଆ ଡାକିଥାନ୍ତି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: