Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କୋଭିଡ୍ ଟିକା ସହ ଆକସ୍ମିକ ମୃତ୍ୟୁର କୌଣସି ସମ୍ବନ୍ଧ ନାହିଁ: ICMR ଓ AIIMS

Rashmita Mishra
Browse all articles by Rashmita Mishra
·1 year ago·2 min read
କୋଭିଡ୍ ଟିକା ସହ ଆକସ୍ମିକ ମୃତ୍ୟୁର କୌଣସି ସମ୍ବନ୍ଧ ନାହିଁ: ICMR ଓ AIIMS

Key Points

କୋଭିଡ୍ ଟିକା ସହ ଆକସ୍ମିକ ମୃତ୍ୟୁର କୌଣସି ସମ୍ବନ୍ଧ ନାହିଁ
ICMR ଓ AIIMS ପକ୍ଷରୁ ବିସ୍ତୃତ ତଥ୍ୟ ଅନୁଧ୍ୟାନ
କୋଭିଡ୍ ପରେ ବୟସ୍କଙ୍କ ଆକସ୍ମିକ ମୃତ୍ୟୁ ବଢୁଛି
କୋଭିଡ୍ ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ସୂଚନା
ବିଭିନ୍ନ କାରଣ ଯୋଗୁଁ ହୃଦଘାତ ଜନିତ ମୃତ୍ୟୁ ହୋଇଥାଏ

ଦେଶବ୍ୟାପୀ କୋଭିଡ୍-୧୯ ଟିକା ବିଷୟରେ ସମସ୍ତ ଗୁଜବକୁ ଖାରଜ କରି ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମ୍‌ଆର) ଏବଂ ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ସଂସ୍ଥାନ (ଏମ୍ସ) ସେମାନଙ୍କର ଗଭୀର ତଦନ୍ତରେ ସ୍ପଷ୍ଟ କରିଛନ୍ତି ଯେ ଯୁବପିଢ଼ିଙ୍କ ମଧ୍ୟରେ ହଠାତ୍ ମୃତ୍ୟୁ ସହିତ କୋଭିଡ୍ ଟିକାର କୌଣସି ସମ୍ପର୍କ ନାହିଁ।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଗୁରୁତ୍ୱାରୋପ କରିଛି ଯେ ଏହି ଟୀକା ସମ୍ପୂର୍ଣ୍ଣ ନିରାପଦ ଏବଂ ଏଥିରୁ କୌଣସି ବିପଦ ନାହିଁ। ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ବୈଜ୍ଞାନିକ ତଥ୍ୟ ଆଧାରରେ, ଏପରି କିଛି ପ୍ରକାଶ ପାଇନାହିଁ ଯାହା ହଠାତ୍ ମୃତ୍ୟୁ ପାଇଁ ଟୀକାକୁ ଦାୟୀ କରେ।

କୋଭିଡ୍ ଟିକା ସହ ଆକସ୍ମିକ ମୃତ୍ୟୁର କୌଣସି ସମ୍ବନ୍ଧ ନାହିଁ । ଆଇସିଏମଆର ଓ ଏମସ୍ ପକ୍ଷରୁ ବିସ୍ତୃତ ତଥ୍ୟ ଅନୁଧ୍ୟାନ ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି । କୋଭିଡ୍ ପରେ ବୟସ୍କଙ୍କ ଠାରେ ଆକସ୍ମିକ ମୃତ୍ୟୁ ବୃଦ୍ଧି ପାଉଥିବାରୁ ଏହାକୁ ନେଇ ବିଭିନ୍ନ କ୍ଷେତ୍ରରେ ଉଦବେଗ ପ୍ରକାଶ ପାଇଥିଲା । କିନ୍ତୁ ଆଇସିଏମଆର ଓ ଏମସ ପକ୍ଷରୁ ମିଳିତ ତଥ୍ୟ ଅନୁଧ୍ୟାନ ପରେ କୋଭିଡ୍ ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମାତ୍ର କିଛି ବିରଳ କ୍ଷେତ୍ରରେ ଟିକା ନେଇଥିବା ବ୍ୟକ୍ତିଙ୍କ ଠାରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇଥିଲା । ବିଭିନ୍ନ କାରଣ ଯୋଗୁଁ ହୃଦଘାତ ଜନିତ ମୃତ୍ୟୁ ହୋଇଥାଏ । କୋଭିଡ୍ ଟିକା ଯୋଗୁଁ ହୃଦଘାତ ଜନିତ ମୃତ୍ୟୁ ବଢିଥିବା ସମ୍ପୂର୍ଣ୍ଣ ମିଥ୍ୟା ଓ ବିଭ୍ରାନ୍ତିକର । ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
sudden-death-has-no-link-with-covid-vaccine-icmr-and-aiims | Argus News