ହଠାତ ଶୁଣାଗଲା ଭୟଙ୍କର ଶବ୍ଦ, ଛାନିଆ ହୋଇ ଘର ବାହାରକୁ ଦୌଡ଼ିଲେ ଲୋକେ
·1 year ago

ଭଦ୍ରକ, ଆନନ୍ଦପୁର ଯାଜପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ଶୁଣାଯାଇଛି ପ୍ରଚଣ୍ଡ ଶବ୍ଦ । ତେବେ ଘସିପୁରା ଅଞ୍ଚଳରେ ଏହି ଶବ୍ଦ ବହୁତ ଜୋରସେ ଶୁଭିଥିଲା। ଯାହାକୁ ନେଇ ସ୍ଥାନୀୟ ଲୋକେ ଛାନିଆ ହୋଇପଡ଼ିଛନ୍ତି। ହଠାତ୍ ପ୍ରଚଣ୍ଡ ଶବ୍ଦ ଶୁଣିବା ପରେ ଘରୁ ଲୋକେ ତୁରନ୍ତ ବାହାରି ଆସିଥିବା ଦେଖିବାକୁ ମିଳିଛି । ବୋମା ଫୁଟିବା ପରି ଶବ୍ଦ ହୋଇଥିଲା।
ଶବ୍ଦରେ ଘର ଦ୍ବାର ସବୁ ଥରି ଉଠିଲା। ଦିନ ପ୍ରାୟ ୩ଟା ୪୮ ସମୟରେ ଏହି ଭୟଙ୍କର ଶବ୍ଦ ଶୁଭିଥିଲା। ତେବେ ଏ ଶବ୍ଦ କେଉଁଠାରୁ ଆସିଲା ଏବଂ ଏହା ପଛର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ । କିନ୍ତୁ ଭୟଙ୍କର ଶବ୍ଦ ଶୁଣିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଯାଇଛି । ବତ୍ତର୍ମାନ ସୁଦ୍ଧା ଲୋକେ ଆତଙ୍କିତ ଅଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: