Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମରଣମୁହଁରୁ ଟାଣି ଆଣିଲେ କନେଷ୍ଟବଳ ପ୍ରତାପ

Odisha

ମରଣମୁହଁରୁ ଟାଣି ଆଣିଲେ କନେଷ୍ଟବଳ ପ୍ରତାପ

Manini Pattanayak
Browse all articles by Manini Pattanayak
·2 years ago·1 min read
ମରଣମୁହଁରୁ ଟାଣି ଆଣିଲେ କନେଷ୍ଟବଳ ପ୍ରତାପ

ଭଦ୍ରକ : ମରଣ ମୁହଁରୁ ଯିଏ ଟାଣି ଆଣେ ତାଙ୍କୁ ଅଧା ବିଧାତା ବୋଲି ଆକ୍ଷା ଦିଆଯାଏ।  ସେହି ଅଧା ବିଧାତା ପାଲଟି ଜଣେ ମହିଳାଙ୍କ ଜୀବନ ରକ୍ଷା କରିଛନ୍ତି  GRP କନେଷ୍ଟବଳ ପ୍ରତାପ ଚନ୍ଦ୍ର ଗିରି।  ହଠାତ୍‌ ଜଣେ ସ୍ତ୍ରୀଲୋକ ଚଳନ୍ତା ଟ୍ରେନରୁ ଓହ୍ଲାଇଲାବେଳେ  ଖସି ପଡିଥିଲେ। ସେହି ସମୟରେ ଡ୍ୟୁଟିରେ ଥିଲେ ପ୍ରତାପ। ତୁରନ୍ତ ଦୌଡିଦୌଡି ଯାଇ ଉକ୍ତ ମହିଳାଙ୍କୁ ଏକ ବଡ ଦୁର୍ଘଟଣାରୁ ରକ୍ଷା କରିଥିଲେ । ନଚେତ  ସ୍ତ୍ରୀଲୋକ ଜଣଙ୍କ ଟ୍ରେନରେ କଟି ପ୍ରାଣ ହରାଇଥାନ୍ତେ। 

ତେବେ ମହିଳା ଜଣଙ୍କ ହଠାତ୍‌ ଚଳନ୍ତା ଟ୍ରେନ୍‌ ରୁ ଓହ୍ଲାଇଲେ କାହିଁକି

 ଭଦ୍ରକ ଚରମ୍ପା ରେଳ ଷ୍ଟେସନରେ ବାଲେଶ୍ୱରକୁ ଯିବା ପାଇଁ 3 ନଂ ପ୍ଲାଟଫର୍ମ ପରିବର୍ତ୍ତେ   2 ନଂ ପ୍ଲାଟଫର୍ମରେ ଅପେକ୍ଷା କରିଥିଲେ ସସ୍ମିତା ନାୟକ ।   ଆଉ ସେ  ଭୁଲରେ ଫାଷ୍ଟ ପାସେଞ୍ଜର ଟ୍ରେନ ରୁ ଚଢ଼ିଯାଇଥିଲେ। ଟ୍ରେନଟି ବାଲେଶ୍ୱର  ନଯାଇ ଖୋର୍ଦ୍ଧାରୋଡ଼ ଅଭିମୁଖେ ଯାଉଥିବା ଜାଣି ଟ୍ରେନରୁ ତରବରିଆ ଭାବେ ଓହ୍ଳାଇ ପଡିଥିଲେ ସସ୍ମିତା।  ସେହି ସମୟରେ ଇଣ୍ଡୋର ଡ୍ୟୁଟିରେ କାର୍ଯ୍ୟକରୁଥିବା କନେଷ୍ଟବଳ ପ୍ରତାପ ଗିରି  ସାଜିଥିଲେ ଦେବଦୂତ।  ଟ୍ରେନ ରୁ ଖସି ପଡ଼ିଥିବା ମହିଳାଙ୍କ ପାଖକୁ ଯାଇ ଉଦ୍ଧାର କରିଥିଲେ।  ପରେ ମହିଳା ଜଣକୁ ପାଣି ପିଆଇଥିଲେ।  ମହିଳାଙ୍କ ସମ୍ପର୍କୀୟ ମାନେ ଆସିବା ପରେ ତାଙ୍କୁ ନେଇଯାଇଥିଲେ।  ଯେଉଁ ସାହସ ଦେଖାଇ  ପ୍ରତାପ ଉକ୍ତ ମହିଳା ଉଦ୍ଧାର କରିଲେ ଆଉ ନୂଆ ଜୀବନ ଦେଲେ  ସେଥିପାଇଁ ସବୁ ମହଲରୁ କନେଷ୍ଟବଳ ଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ଦେଖନ୍ତୁ : 
 

Sponsored
suddenly, a woman fell down while getting down from a moving | Argus News