Sudhir Murder Case / ସୁଧୀର ହତ୍ୟାର ବଡ଼ ପ୍ରମାଣ: ବାଇକ୍ରେ ଯାଉଥିବା ସୁଧୀରଙ୍କୁ ପିଛା କରୁଥିଲା ବୋଲେରୋ
·4 months ago·2 min read

Key Points
ବ୍ରହ୍ମପୁରର ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲାରେ ସାମ୍ନାକୁ ଆସିଛି ବଡ଼ ପ୍ରମାଣ। ଅର୍ଗସ ହାତରେ ଲାଗିଥିବା ଏକ୍ସକ୍ଲୁସିଭ ସିସିଟିଭି ଭିଜୁଆଲରେ ଦେଖିବାକୁ ମିଳିଛି ଯେ, ବାଇକ୍ରେ ଯାଉଥିବା ସୁଧୀରଙ୍କୁ ଏକ ବୋଲେରୋ ଗାଡ଼ି ପିଛା କରୁଥିଲା। ଏହି ଭିଜୁଆଲ ହତ୍ୟାକାଣ୍ଡର ତଦନ୍ତକୁ ନୂଆ ମୋଡ଼ ଦେଇଥିବା ବେଳେ ଘଟଣା ପଛରେ ଯୋଜନାବଦ୍ଧ ଷଡଯନ୍ତ୍ର ଥିବା ସନ୍ଦେହ ଜୋରଦାର ହୋଇଛି।
ବ୍ରହ୍ମପୁର ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟାକାଣ୍ଡ ମାମଲାରେ ସାମ୍ନାକୁ ଆସିଲା ଆଉଏକ ବଡ଼ ପ୍ରମାଣ । ଅର୍ଗସ ହାତରେ ଏକ୍ସକ୍ଲୁସିଭ ସିସିଟିଭି ଭିଜୁଆଲ୍ । ବାଇକ୍ରେ ଯାଉଥିବା ସୁଧୀରଙ୍କୁ ପିଛା କରୁଥିଲା ବୋଲେରୋ ଗାଡ଼ି । ଯେଉଁ ଗାଡ଼ିରେ ସୁଧୀରଙ୍କୁ ଅପହରଣ କରାଯାଇଥିଲା ସେହି ଗାଡ଼ି ସୁଧୀରଙ୍କୁ ପିଛା କରୁଥିବା ଭିଜୁଆଲ ଅର୍ଗସ ହାତରେ ଲାଗିଛି ।
ଦିନ ଯେତିକି ଗଡୁଛି, ବ୍ରହ୍ମପୁରର ଚର୍ଚ୍ଚିତ ସୁଧୀର ପାତ୍ର ଅପହରଣ ଏବଂ ହତ୍ୟା ଘଟଣା ପଛର ରହସ୍ୟ ସେତିକି ଘନୀଭୂତ ହେବାରେ ଲାଗିଛି। କେବଳ ସମ୍ପତ୍ତି କିମ୍ବା ଟଙ୍କା ପାଇଁ ହତ୍ୟାକାଣ୍ଡ ନୁହେଁ, ବରଂ ଏହା ପଛରେ ରହିଛି ପ୍ରେମ ସମ୍ପର୍କର ଏକ କଳା କାହାଣୀ। ଯେଉଁ ପୁତୁରା ଓ ଝିଆରୀଙ୍କୁ ସୁଧୀର ନିଜ ପିଲା ଭଳି ସ୍ନେହ କରୁଥିଲେ, ସେମାନେ ହିଁ ସାଜିଲେ କାଳ। ଆଜି ଅର୍ଗସ କ୍ୟାମେରା ଆଗରେ ସୁଧୀରଙ୍କ ଝିଅ ଏବଂ ବୃଦ୍ଧ ବାପା ଯେଉଁ ଖୁଲାସା କରିଛନ୍ତି, ତାହା ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ। ଅନ୍ୟପଟେ ଘଟଣାର ଖୋଳତାଡ଼ ପାଇଁ ପୋଲିସ ଏବେ ୫ ଜଣଙ୍କୁ ରିମାଣ୍ଡରେ ନେଇଛି ।
ଯେଉଁ ହାତ ସ୍ନେହରେ ମୁଣ୍ଡ ଆଉଁସି ଦେଉଥିଲା, ସେଇ ହାତକୁ ରକ୍ତରଞ୍ଜିତ କରିବାକୁ ପଛାଇଲେନି ପୁତୁରା ତୁଷାର ଓ ଝିଆରୀ ନିବେଦିତା। ସୁଧୀରଙ୍କ ଝିଅ କହିଛନ୍ତି ଯେ, ତାଙ୍କ ବାପା ନିଜ ବଡ଼ ଭାଇଙ୍କ ପିଲାମାନଙ୍କୁ କେବେ ପର ଭାବିନଥିଲେ। ବ୍ୟବସାୟ ଶିଖାଇବା ଠାରୁ ଆରମ୍ଭ କରି ସମ୍ପତ୍ତି ଭାଗ କରି ତୁଷାର ନାଁରେ କରିବା ଯାଏଁ, ସୁଧୀର ସବୁକିଛି କରିଥିଲେ। ଏମିତିକି ଝିଆରୀ ନିବେଦିତା ପାଇଁ ଏକ ଭଲ ଡାକ୍ତର ପାତ୍ର ଖୋଜୁଥିଲେ ସୁଧୀର। କିନ୍ତୁ ନିବେଦିତାଙ୍କ ମନରେ ଥିଲା ଅନ୍ୟ କିଛି। ପ୍ରେମ ସମ୍ପର୍କ ଏହି ହତ୍ୟାକାଣ୍ଡର ମୁଖ୍ୟ କାରଣ ବୋଲି ଆଶଙ୍କା କରାଯାଉଛି ।
ପୁଅକୁ ହରାଇବା ପରେ ଭାଙ୍ଗି ପଡିଛନ୍ତି ବୃଦ୍ଧ ବାପା ନୀଳମଣି ପାତ୍ର। ଜଣେ ପୁଅକୁ ହୃଦଘାତରେ ହରାଇବା ପରେ ସାନ ପୁଅ ସୁଧୀର ହିଁ ତାଙ୍କର ଏକମାତ୍ର ସାହାରା ଥିଲା। କିନ୍ତୁ ସେହି ସାହାରାକୁ ବି ଛଡ଼ାଇ ନେଲେ ନିଜ ରକ୍ତର ସମ୍ପର୍କୀୟ। ନୀଳମଣିଙ୍କ କହିବା କଥା, ଏଠି ଗୁଣି ଗାରେଡିର କୌଣସି ସମ୍ପର୍କ ନାହିଁ, ବରଂ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ। ଦୁଇ ଭାଇଙ୍କ ଭିତରେ ଥିବା ନିବିଡ଼ ସମ୍ପର୍କରେ ଫାଟ ସୃଷ୍ଟି କରିବା ସହ ସୁଧୀରଙ୍କୁ ରାସ୍ତାରୁ ହଟାଇବା ପାଇଁ ଝିଆରୀ ଓ ପୁତୁରା ଏହି ଭୟଙ୍କର ଚକ୍ରବ୍ୟୁହ ରଚିଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories