Sudhir Patra murder case / ସୁଧୀର ପାତ୍ର ହତ୍ୟାକାଣ୍ଡ ମାମଲାରେ ଖୋଲୁଛି ରହସ୍ୟର ଗୋଟିଏ ପରେ ଗୋଟିଏ ପରସ୍ତ

Key Points
ଯୋଜନାବଦ୍ଧ ହତ୍ୟାକାଣ୍ଡରେ ଖାଲି ନିବେଦିତା ନା ମା ଓ ମାମୁ ବି ସମ୍ପୃକ୍ତ
ମାମୁଁଙ୍କ କଥାରେ ପଡି ନିବେଦିତା ନେଇଛନ୍ତି କି ଚରମ ନିଷ୍ପତ୍ତି
ପୋଲିସର ତଦନ୍ତ ପରିସରକୁ ଆସିବେ କି ମା ଓ ମାମୁଁ
ଗୋପାଳପୁରର ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟାକାଣ୍ଡ ମାମଲାରେ ଖୋଲୁଛି ରହସ୍ୟର ଗୋଟିଏ ପରେ ଗୋଟିଏ ପରସ୍ତ । କେବଳ ନିବେଦିତା ନୁହନ୍ତି, ଏହି ହତ୍ୟାକାଣ୍ଡ ପଛରେ କ'ଣ ରହିଛି ମା' ଓ ମାମୁଁଙ୍କ ପରୋକ୍ଷ ହାତ ? ସୁଧୀରଙ୍କ ହତ୍ୟା ପାଇଁ କ'ଣ ରଚାଯାଇଥିଲା ଏକ ବଡ଼ ଷଡ଼ଯନ୍ତ୍ର ? ଅର୍ଗସ ହାତରେ ଲାଗିଛି ଏହି ହତ୍ୟାକାଣ୍ଡର ଏକ ସମ୍ବେଦନଶୀଳ ଅଡିଓ କ୍ଲିପ୍, ଯାହା ମାମଲାର ମୋଡ଼ ବଦଳାଇ ଦେଇଛି ।
ଦିନ ଯେତିକି ଗଡୁଛି ପ୍ଲଟ ବ୍ୟବସାୟୀ ସୁଧିର ପାତ୍ର ହତ୍ୟା ଘଟଣାରେ ନୂଆ କଥା ଆଗକୁ ଆସୁଛି । ଏବେ ଚର୍ଚ୍ଚାରେ ନିବେଦିତାଙ୍କ ମା ଓ ମାମୁଁ । ନିବେଦିତା ନିଜେ ଯୋଜନାବଦ୍ଧ ଭାବେ ହତ୍ୟା କରିଛନ୍ତି ନା ଏହା ପଛରେ ରହିଛି ମା ଓ ମାମୁଙ୍କ ପ୍ରରୋଚନା । ପୋଲିସର ତଦନ୍ତ ପରିସରକୁ ଆସିବେ କି ନିବେଦିତାଙ୍କ ମା ଓ ମାମୁଁ । ଅପହରଣର ପର ଦିନ ନିବେଦିତା ସୁଧିରଙ୍କ ଝିଅଙ୍କୁ ନ କାନ୍ଦିବା ପାଇଁ କହିଥିଲେ । ଧର୍ଯ୍ୟର ସହ ଆଗକୁ ବଢ଼ିବା ପାଇଁ ଆଶ୍ଵସନା ଦେଇଥିଲେ ।
ଏତେ କପଟ କରି ମୋ ବାବାଙ୍କୁ ହତ୍ୟା କରିଛନ୍ତି ତେଣୁ ସମସ୍ତ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି ସୁଧିରଙ୍କ ଝିଅ । କାରଣ ସୁଧୀରଙ୍କ ବାପା ଏବଂ ତାଙ୍କ ଝିଅ କହିବା କଥା ସୁଧୀର ପୁତୁରା ଝିଆରୀ ପାଇଁ ବହୁତ କିଛି କରିଛନ୍ତି । ତଥାପି ଇର୍ଷା ହିଁ ହତ୍ୟାକାଣ୍ଡ ପଛର କାରଣ ବୋଲି କୁହାଯାଉଛି ।
ଅର୍ଗସ ହାତରେ ଲାଗିଛି ଅଭିଯୁକ୍ତ ଓ ସୁଧିରଙ୍କ ପତ୍ନୀ ରଶ୍ମିତାଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଅଡିଓ । ସୁଧୀରଙ୍କ ପାଇଁ ଟଙ୍କାର ଡିଲ କଥାକୁ କହୁଛନ୍ତି ଅଭିଯୁକ୍ତ । କେମିତି ଟଙ୍କା ଓ ସୁନା ନେଇ ଆସିବେ ତାଙ୍କ ପାଖକୁ । ଆଉ କଣ କଲେ ସୁଧୀରଙ୍କୁ ରକ୍ଷା କରାଯାଇପାରିବ ସେକଥା ମଧ୍ୟ କହୁଛନ୍ତି ।
ସେପଟେ ୩ ଦିନିଆ ରିମାଣ୍ଡ ସରିବା ପରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିବା ପରେ ବ୍ରହ୍ମପୁର ଜେଲକୁ ପଠାଇ ଦିଆଯାଇଛି । ଏହି ୩ ଦିନ ମଧ୍ୟରେ ପୋଲିସ ଅନେକ ନୂଆ ତଥ୍ୟ ପାଇଛି । ବର୍ତ୍ତମାନ ସୁଧିରଙ୍କ ଝିଆରୀ ଓ ପୁତୁରାଙ୍କୁ ପୋଲିସ ରିମାଣ୍ଡରେ ଆଣି ପଚରାଉଚରା କରିବାକୁ ଯୋଜନା କରୁଛି । ହତ୍ୟାକାଣ୍ଡର ଦୁଇଟି କାରଣ ସାମ୍ନାକୁ ଆସିଥିବା ବେଳେ ମୂଳରେ ରହିଛନ୍ତି ନିବେଦିତା । ତେଣୁ ନିବେଦିତା ଓ ତୁଷାରଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଗଲେ ହତ୍ୟାର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ଆଶା କରୁଛି ।
📱 Get Argus News App
✨Related Topics
Explore more stories