Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦିବ୍ୟାଙ୍ଗଙ୍କ ସୁବିଧା ପାଇଁ ଆରମ୍ଭ ହୋଇଛି ସୁଗମ୍ୟ ଯାତ୍ରା କାର୍ଯ୍ୟକ୍ରମ

Odisha

ଦିବ୍ୟାଙ୍ଗଙ୍କ ସୁବିଧା ପାଇଁ ଆରମ୍ଭ ହୋଇଛି ସୁଗମ୍ୟ ଯାତ୍ରା କାର୍ଯ୍ୟକ୍ରମ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଦିବ୍ୟାଙ୍ଗଙ୍କ ସୁବିଧା ପାଇଁ ଆରମ୍ଭ ହୋଇଛି ସୁଗମ୍ୟ ଯାତ୍ରା କାର୍ଯ୍ୟକ୍ରମ

ଦିବ୍ୟାଙ୍ଗଙ୍କ ଦୂର ହେବ ଦୁଃଖ । ସେମାନଙ୍କ ସୁବିଧା ପାଇଁ ଆରମ୍ଭ ହୋଇଛି ସୁଗମ୍ୟ ଯାତ୍ରା କାର୍ଯ୍ୟକ୍ରମ । ଏଣିକି ସରକାରୀ ଅଫିସ କିମ୍ବା ମେଡିକାଲରେ ଦିବ୍ୟାଙ୍ଗଙ୍କୁ ଅସୁବିଧା ହେବ ନାହିଁ । ତୋଷାଳୀ ଭବନରେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ଦିବ୍ୟାଙ୍ଗ ଓ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଭୁବନେଶ୍ବରରେ ତିନୋଟି ଜୋନ ପାଇଁ ତିନୋଟି ଟିମ ଗଠନ କରାଯାଇଛି । ଏହି ଟିମ୍ ଗୁଡିକ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବୁଲି ଦିବ୍ୟାଙ୍ଗଙ୍କ ପାଇଁ କେଉଁଠି କଣ ବ୍ୟବସ୍ଥା ରହିଛି ତାହା ଅନୁଧ୍ୟାନ କରିବେ । ଟିମ ରିପୋର୍ଟ ଦେବା ପରେ ଆବଶ୍ୟକ ସ୍ଥଳେ  ଦିବ୍ୟାଙ୍ଗଙ୍କ ପାଇଁ ସରକାରୀ କାର୍ଯ୍ୟାଳୟରେ ଉଚିତ ବ୍ୟବସ୍ଥା କରାଯିବ । ଜିଲ୍ଲା ଗୁଡିକରେ ଜିଲ୍ଲାପାଳମାନେ ଏହି କାର୍ଯ୍ୟକ୍ରମ ତଦାରଖ କରିବେ । 


ଯେଉଁ ଦିବ୍ୟାଙ୍କମାନେ ଅଛନ୍ତି ସେମାନେ କିପରି ସବୁ କାର୍ଯ୍ୟାଳୟକୁ ଯାଇପାରିବେ ଏବଂ ସେମାନଙ୍କ କାମ କରିପାରିବେ, ତାଙ୍କ ଯିବା ପାଇଁ ଯାହା ବ୍ୟବସ୍ଥା ରହିବା କଥା ସେଭଳି ସୁବିଧା ଅଫିସମାନଙ୍କରେ ରହିଛି କି ନାହିଁ ସେ ସମସ୍ତ ସୁବିଧା ଯୋଗାଇ ଦେବା ଆବଶ୍ୟକ। ଯାହା ଦ୍ୱାରା ସବୁ ଦିବ୍ୟାଙ୍ଗମାନେ ସହଜରେ ଯାଇ ସମସ୍ତ କାର୍ଯ୍ୟ କରିପାରିବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
Sugamya Yatra program launched for the convenience of Divyang | Argus News