Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବଲାଙ୍ଗିରକୁ ଦେଲେ ଚିନି କଳ ଓ କୃଷି ମହାବିଦ୍ୟାଳୟ ଉପହାର

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବଲାଙ୍ଗିରକୁ ଦେଲେ ଚିନି କଳ ଓ କୃଷି ମହାବିଦ୍ୟାଳୟ ଉପହାର

Key Points

ବଲାଙ୍ଗିର ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ଦେଲେ ଅନେକ ଭେଟି
କହିଲେ ବଲାଙ୍ଗିର ଚାଷୀଙ୍କ ପାଇଁ ଅଭାବ ରହିବନି ସରକାରୀ ପାଣ୍ଠି
ବଲାଙ୍ଗିରକୁ ଦେଲେ ଚିନି କଳ ଓ କୃଷି ମହାବିଦ୍ୟାଳୟ ଉପହାର
ମୁଖ୍ୟମନ୍ତ୍ରୀ କହିଲେ ବଲାଙ୍ଗିରରେ ଚାଲିଛି ଟ୍ରିପଲ ଇଞ୍ଜିନ ସରକାର


ବଲାଙ୍ଗିର କୃଷକ ଶକ୍ତି ସମାବେଶରେ ମୁଖ୍ୟମନ୍ତ୍ରୀଙ୍କୁ କରାଯାଇଥିଲା ଭବ୍ୟ ସ୍ବାଗତ। ପଥରଚେପା ପଡ଼ିଆରେ ଆୟୋଜିତ ସଭାରେ ଉପସ୍ଥିତ ଶହ ଶହ କୃଷକଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ରଖିଛନ୍ତି ନିଜ ସରକାରର ବର୍ଷକର ଓ ମୋଦି ସରକାରର ୧୧ ବର୍ଷର ରିପୋର୍ଟ କାର୍ଡ। ଏଥିସହ ବଲାଙ୍ଗିର ଜିଲ୍ଲା ପାଇଁ କରିଛନ୍ତି ଅନେକ ଘୋଷଣା। ମୋହନ କହିଥିଲେ ବଲାଙ୍ଗିରରୁ ଅଛନ୍ତି କୃଷି ମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀ ତେଣୁ ଏଠାରେ ଚାଲିଛି ଟ୍ରିପଲ ଇଞ୍ଜିନ ସରକାର। ବଲାଙ୍ଗିରେ କୃଷି ଓ କୃଷକର ବିକାଶ ପାଇଁ ଅଭାବ ରହିବନି ପାଣ୍ଠି। ଏଥିସହ ବଲାଙ୍ଗିରରେ କୃଷି ମହାବିଦ୍ୟାଳୟ ଓ ଚିନି କଳ ପ୍ରତିଷ୍ଠା ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ବଲାଙ୍ଗିରର ବିଜେପି କର୍ମୀଙ୍କ ସମେତ ସ୍ଥାନୀୟ ଚାଷୀଙ୍କୁ କରିଛି ଉତ୍ସାହିତ।

ଏହି ସମାବେଶରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକଙ୍କ ସମେତ ବଲାଙ୍ଗିର ଓ ବରଗଡ଼ ସାଂସଦ ଡବଲ ଇଞ୍ଜିନ ସରକାରର ବର୍ଷକର ଉପଲବ୍ଧି ସମ୍ପର୍କରେ ଜନସାଧାରଣଙ୍କୁ କରାଇଥିଲେ ଅବଗତ। ସରକାରର ପ୍ରଥମ ବର୍ଷରେ ରାଜ୍ୟର ୩୦ ଟି ଯାକ ଜିଲ୍ଲା ଗସ୍ତ କରିଥିବା ବେଳେ ଦ୍ବିତୀୟ ବର୍ଷରେ ୧୪୭ଟି ଯାକ ନିର୍ବାଚନ ମଣ୍ଡଳୀ ଗସ୍ତ କରିବାକୁ ଲକ୍ଷ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
sugar-mill-and-agriculture-college-gifted-to-balangir | Argus News