ଉଚ୍ଛେଦ ଅଭିଯାନ ବେଳେ ଦେହରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ

Key Points
ଉଚ୍ଛେଦ ଅଭିଯାନ ବେଳେ ଦେହରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ । 10ରୁ ଅଧିକ ପୋଲିସ ଦ୍ଵାରା ଅଟକ ।
ଖୋର୍ଦ୍ଧା: ଉଚ୍ଛେଦ ଅଭିଯାନ ବେଳେ ଦେହରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ । 10ରୁ ଅଧିକ ପୋଲିସ ଦ୍ଵାରା ଅଟକ । ଆଜି ପ୍ରଶାସନ ପକ୍ଷରୁ ଉଚ୍ଛେଦ ଅଭିଯାନ ଚାଲିଥିବା ବେଳେ ଖୋର୍ଦ୍ଧା ବ୍ୟାଙ୍କ ଛକରେ କିଛି ପରିବା ବ୍ୟବସାୟୀ ତାହାକୁ ବିରୋଧ କରିଥିଲେ। ଜଣେ ବ୍ୟବସାୟୀ ନିଜ ଦେହରେ ପେଟ୍ରୋଲ ଢାଳି ହୋଇ ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିବା ବେଳେ ପୋଲିସ ସଂପୃକ୍ତ ବ୍ୟକ୍ତି ସହ 10ଜଣଙ୍କୁ ଉଠାଇ ନେଇଛି । ଏହି ଘଟଣା ପରେ ପୁନଃ ଚାଲିଛି ଉଚ୍ଛେଦ ପ୍ରକ୍ରିୟା।
ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ସହିତ ଖୋର୍ଦ୍ଧାର ଉପଜିଲ୍ଲାପାଳ, ତହସିଲଦାର ଓ 4 ପୌର ପରିଷଦର କାର୍ଯ୍ୟନିର୍ବାହୀଙ୍କ ଉପସ୍ଥିତିରେ ମାରୱାଡ଼ି ପଟିଠାରୁ ଏହି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଗତ ଡିସେମ୍ବର 10 ତାରିଖରେ କ୍ୟାବିନ ବ୍ୟବସାୟୀଙ୍କୁ ଉଚ୍ଛେଦ କରିବାକୁ ପ୍ରଶାସନ ପ୍ରସ୍ତୁତି କରୁଥିବା ବେଳେ ବ୍ୟବସାୟୀ ମହସଂଘ ଏହାକୁ ଜୋରଦାର ବିରୋଧ କରିଥିଲା। ଏହାପରେ ପ୍ରଶାସନ ଓ ବ୍ୟବସାୟୀମାନଙ୍କ ମଧ୍ୟରେ ଆଲୋଚନା ହୋଇ ଉଚ୍ଛେଦ ପ୍ରକ୍ରିୟା ୫ ଦିନ ପାଇଁ ସ୍ଥଗିତ ରଖାଯାଇଥିଲା। ୧୬୬ ଦୋକାନୀକୁ ଉଚ୍ଛେଦ କରିବାକୁ ଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ବ୍ୟବସାୟୀ ହାଇକୋର୍ଟରୁ ରହିତାଦେଶ ଆଣିଛନ୍ତି। ସେମାନଙ୍କୁ ବାଦ ଦେଇ ଅନ୍ୟ କ୍ୟାବିନ ଗୁଡ଼ିକୁ ଉଚ୍ଛେଦ କରୁଛି ପ୍ରଶାସନ।