Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଯୁବକ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ, ଡାକ୍ତରଖାନାରେ ଚିକିତ୍ସା ବେଳେ ଯୁବତୀଙ୍କ ମୃତ୍ୟୁ

Banajyotshna Ray
Browse all articles by Banajyotshna Ray
·11 months ago·1 min read
ଯୁବକ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ, ଡାକ୍ତରଖାନାରେ ଚିକିତ୍ସା ବେଳେ ଯୁବତୀଙ୍କ ମୃତ୍ୟୁ

Key Points

ଆତ୍ମାହୁତି ଉଦ୍ୟମ ବେଳେ ଯୁବତୀ ମୃତ, ଯୁବକ ଗୁରୁତର

ମୟୂରଭଞ୍ଜର ରରୁଆଁ ଖିଚିଂ ଗାଁରେ ଅଭାବନୀୟ କାଣ୍ଡ

ବିଲ ମଝିରେ ଯୁବକ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ

ଡାକ୍ତରଖାନାରେ ଚିକିତ୍ସା ବେଳେ ଯୁବତୀଙ୍କ ମୃତ୍ୟୁ


ନିଆଁ ଲଗାଇ ଯୁବକ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ । ମୟୂରଭଞ୍ଜର ରରୁଆଁ ଖିଚିଂ ଗାଁର ପାତାସାହିରେ ଅଭାବନୀୟ କାଣ୍ଡ । ଆତ୍ମାହୁତି ଉଦ୍ୟମ ବେଳେ ଯୁବତୀ ମୃତ ଯୁବକ ଗୁରୁତର । ଜଣେ ମହିଳା ଏବଂ ପୁରୁଷ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବାର ଅଭିଯୋଗ ହୋଇଛି । ବିଲ ମଝିରୁ ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି ଶୁକୃଳି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଚିକିତ୍ସା ସମୟରେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଆତ୍ମହତ୍ୟା ଉଦ୍ୟମର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣା ସ୍ଥାନରେ ରରୁଆ ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।


ଆଜିର ଆତ୍ମାହୁତି ଘଟଣା ପରେ ପୁଣି ଥରେ କାଳ ସାଜିଛି ଶନିବାର । ଏଫଏମ କଲେଜରେ ଛାତ୍ରୀ ଜଣଙ୍କ ଶନିବାର ଦିନ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ଏମସରେ ତାଙ୍କର ଦେହାନ୍ତ ହୋଇଥିଲା । ରାଜ୍ୟରେ ଦିନକୁ ଦିନ ଏଭଳି ଘଟଣା ଘଟୁଥିବାବେଳେ ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ। ଯାହାଦ୍ୱାରା ଏଳଭି କାର୍ଯ୍ୟ କରିବା ପୂର୍ବରୁ ଡରିବେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Sponsored
suicide-attempt-by-young-woman-young-woman-dies-while-undergoing-treatment-in-hospital | Argus News