Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସୁଜାତା କହିଲେ ଇସ୍ତଫା ଦେବାର ନାହିଁ ବାଏ ଇଲେକ୍ସନ୍ ହେବାର ନାହିଁ

Odisha

ସୁଜାତା କହିଲେ ଇସ୍ତଫା ଦେବାର ନାହିଁ ବାଏ ଇଲେକ୍ସନ୍ ହେବାର ନାହିଁ

Manini Pattanayak
Browse all articles by Manini Pattanayak
·1 year ago·2 min read
ସୁଜାତା କହିଲେ ଇସ୍ତଫା ଦେବାର ନାହିଁ ବାଏ ଇଲେକ୍ସନ୍ ହେବାର ନାହିଁ

ଭୁବନେଶ୍ୱର:  ବବିଙ୍କ ଆସ୍ଫାଳନ ମୁହଁରେ ସୁଜାତାଙ୍କ ଶକ୍ତ ଚାପୁଡ଼ା । ସୁଜାତା କହିଲେ ଇସ୍ତଫା ଦେବାର ନାହିଁ ବାଇ ଇଲେକ୍ସନ୍ ହେବାର ନାହିଁ । ତ୍ରିଲୋଚନ ବେହେରା-ବିଜୟ ମହାପାତ୍ରଙ୍କ ପୁନରାବୃତ୍ତି । ଦୁର୍ନୀତିକୁ ସ୍ବୀକାର ନକରି ବବିଙ୍କ ବିତଣ୍ଡା ଯୁକ୍ତି । ବବିଙ୍କ ନାଁରେ ଦୁର୍ନୀତି ନେଇ ପୁଳା ପୁଳା ପ୍ରମାଣ । ହେଲେ ମୁଁ ବିକାଶ କରିଛି କହୁଛନ୍ତି ବବି । ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟର 3 ପରିବାରରୁ ଦୁଇ ପରିବାର ମୁହଁ ଖୋଲିଲେ । ତୃତୀୟ ପରିବାର କେବେ ଖୋଲିବ ମୁହଁ ? ।  ମାତ୍ର ବବି ଙ୍କ ବିବୃତ୍ତିକୁ 24 ଘଣ୍ଟା ନ ପୁରୁଣୁ ସାମ୍ନାକୁ ଆସିଲେ ସୁଜାତା । ସିଟ୍ ଛାଡିବାକୁ ସିଧା ସିଧା ମନା କରିଦେଲେ । ପ୍ରତିକ୍ରିୟା ଦେଇ କହିଲେ ମୋର ଇସ୍ତଫା ଦେବାର ନାହିଁ ବାଏ ଇଲେକ୍ସନ୍ ହେବାର ନାହିଁ । 
 

ସେପଟେ ଦୁର୍ନିତିକୁ ବବି ବିକାଶ ର ଖୋଳପା ପିନ୍ଧାଇ ସରକାରଙ୍କୁ ଚ୍ୟାଲେଞ୍ଜ ଦେବା ପରେ ବର୍ଷିଛନ୍ତି ବିଜେପି ନେତା । ବଡଚଣା ବିଧାୟକ ଅମର ନାୟକ କହିଛନ୍ତି ଦୁର୍ନୀତି ହୋଇଛି କି ନ ହୋଇଛି ଲୋକଙ୍କ ରାୟ ସ୍ପଷ୍ଟ କରିଛି । ଯଦି ଯାଜପୁରର ବିକାଶ କରିଛନ୍ତି ତେବେ ଏତେ ବ୍ୟବଧାନ କମରେ ତାଙ୍କ ବିଧାୟକ କେମିତି ଜିତିଲେ । ସେହିପରି ଆସ୍କା ବିଧାୟକ ସରୋଜ ପାଢୀ କହିଛନ୍ତି ଏତେ ଦିନ ଧରି ସେ ଯାହା ଦୁର୍ନୀତି କରିଛନ୍ତି ଯାଜପୁରରେ ଆପଣ ମାନେ ସବୁ ଜାଣିଛନ୍ତି। ବ୍ଲାକ ରୋଜ ଜାହାଜରେ କେମିତି କୋଇଲା ଚୋରା ଚାଲାଣ ହେଉଥିଲା , ବବି ଜାଣନ୍ତି ଓ ତାଙ୍କ ସରକାର ଜାଣନ୍ତି।  24 ବର୍ଷରେ କେବଳ ଲୁଟ କରିଛନ୍ତି। ତା ଛଡା କିଛି ନୁହେଁ। ଯାଜପୁରରେ  ଯେଉଁ ପ୍ରକାର କେଲେଙ୍କାରୀ ସେଠାରୁ ବାହାରୁଛି। ତାଠାରୁ ଲୋକ କଣ ଅଧିକ ଚାହିଁବେ। ଯଦି ସେ ଦୋଷୀ ସାବ୍ୟସ୍ତ ହେବେ ନିଶ୍ଚିତ ବନ୍ଧା ହେବେ। ବିଜେପି ସରକାର କେବେ ଦୁର୍ନୀତି ଗସ୍ତ ଲୋକଙ୍କୁ ମାଫ କରିବ ନାହିଁ। ତଦନ୍ତ ପରେ ବନ୍ଧା ହେବେ। ନଜର ପକାନ୍ତୁ ବବିଙ୍କ ବିଭିନ୍ନ କେଳେଙ୍କାରୀ ଉପରେ...
କେଳେଙ୍କାରୀ ନଂ-1
  ବ୍ଲାକ ରୋଜ୍ ବୁଡି ଘଟଣାରେ ଚର୍ଚ୍ଚାକୁ ଆସିଥିଲେ ବବି ଦାସ ଓ ତାଙ୍କ ଭାଇ । ବିଜେଡି ସରକାରରେ ଘଟଣାକୁ ଚାପିଦେବାରେ ସକ୍ଷମ ହୋଇଥିଲେ ମାତ୍ର ବର୍ତ୍ତମାନ ସେ ଫାଇଲ ପୁଣି ଥରେ ଖୋଲିଛି
କେଳେଙ୍କାରୀ ନଂ-2
 କୁସୁମା କେଳେଙ୍କାରୀରେ ବବିଙ୍କ ସମ୍ପୃକ୍ତି ସାରା ରାଜ୍ୟ ହୁଲୁସ୍ତୁଲ କରିଥିଲା । କୁସୁମାରେ ଲୋକଙ୍କୁ ଅନ୍ଧାରରେ ରଖି ନିର୍ମାଣ ଚାଲିଥିଲା ବବିଙ୍କ ଅବସର ବିନୋଦନ ପାଇଁ ରାଜପ୍ରସାଦ । 
କେଳେଙ୍କାରୀ ନଂ-3
  ସାଂସଦ ପାଣ୍ଠି ଯାଜପୁରରେ ଖର୍ଚ୍ଚ କରି ଚର୍ଚ୍ଚା କୁ ଆସିଥିଲେ ବବି ଦାସ । ବିଜେଡିର ଅଧିକାଶଂ ରାଜ୍ୟ ସଭା ସାଂସଦ ଙ୍କ ପାଣ୍ଡିକୁ ଜୋର ଜବରଦସ୍ତ କରି ଯାଜୁପରରେ ଖର୍ଚ୍ଚ କରିବା ସହ କେଳେଙ୍କାରୀ କରିଥିଲେ ବବି । 
କେଳେଙ୍କାରୀ ନଂ-4
  ଯାଜପୁର ବିକାଶ ନାଁରେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସହାୟତା ପାଣ୍ଠିରୁ ପ୍ରାୟ 4 ହଜାର କୋଟି ଟଙ୍କା ନେଇ ଲୁଟ କରିଥିଲେ ବବି । 
କେଳେଙ୍କାରୀ ନଂ-5
 ପର୍ଯ୍ୟଟନ ବିଭାଗ ଟଙ୍କାର ବଡ କେଳେଙ୍କାରୀ ଅଭିଯୋଗ ଓ ପ୍ରମାଣ ବି ଆସିଥିଲା ବବିଙ୍କ ନିର୍ବାଚନ ମଣ୍ଚଳୀୂରୁ । ସେହିପରି ଡିଏମଏଫ ଫଣ୍ଡ ଟଙ୍କା ଦୁର୍ନିତି, ମେଡିକାଲ କଲେଜ ନିର୍ମାଣ ଦୁର୍ନିତି ପାଇଁ ଚର୍ଚ୍ଚାରେ ରହିଛି ଯାଜପୁର ଜିଲ୍ଲା ।

ବବି-ସୁଜାତା ଘଟଣା ପରେ ଚର୍ଚ୍ଚା ହେଉଛି ତ୍ରିଲୋଚନ ବେହେରା-ବିଜୟ ମହାପାତ୍ରଙ୍କ ପୁନରାବୃତ୍ତି ହୋଇଛି । 2000 ମସିହା ଭଳି ବବିଙ୍କୁ ବାଟ ଛାଡିବାକୁ ନାରାଜ ସୁଜାତା । ଦଳ ଯଦି ବାଧ୍ୟ କରେ ତେବେ ସୁଜାତା ଅପମାନିତ ହୋଇ ବିଜେଡିରେ ରହିବେ ନା ଦଳ ପରିତ୍ୟାଗ କରିବେ ତାକୁ ନେଇ ବି ଚାଲିଛି ଆଲୋଚନା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sujata said that there is no resignation, there is no election | Argus News