Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସୁଜାତା କାର୍ତ୍ତିକେୟନ ଧରିବେ ବିଜେଡି କମାଣ୍ଡ !

Banajyotshna Ray
Browse all articles by Banajyotshna Ray
·10 months ago·2 min read
ସୁଜାତା କାର୍ତ୍ତିକେୟନ ଧରିବେ ବିଜେଡି କମାଣ୍ଡ !

Key Points

ସୁଜାତା କାର୍ତ୍ତିକେୟନ ଧରିବେ ବିଜେଡି କମାଣ୍ଡ !
ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ସ୍ୱାମୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ
ଅର୍ଗସ ହାତରେ ଲାଗିଥିବା EXCLUSIVE ଭିଡ଼ିଓରୁ ମିଳିଲା ବଡ଼ ସଙ୍କେତ
ବିଜେଡିର ତୁଙ୍ଗ ନେତାଙ୍କ ସହ ବୈଠକ କରୁଥିବା ନଜର ଆସିଲେ ସୁଜାତା
ନବୀନ ଓ ପ୍ରେମ ପଟ୍ଟନାୟକଙ୍କ ସହ ରଣନୀତି କରୁଥିବା ନଜର ଆସିଥିଲେ ଭୈରବ

ସୁଜାତା ଧରିବେ ବିଜେଡି କମାଣ୍ଡ । ଅର୍ଗସ ହାତରେ ଲାଗିଥିବା ଏହି EXCLUSIVE ଭିଜୁଆଲ ଦେଉଛି ତାହାର ସଙ୍କେତ । ଭିଡ଼ିଓରେ ବିଜେଡି ତୁଙ୍ଗ ନେତା ମାନଙ୍କ ସହ ବୈଠକ କରୁଥିବାର ନଜର ଆସୁଛନ୍ତି ସୁଜାତା କାର୍ତ୍ତିକେୟନ । ବରିଷ୍ଠ ଉପ ସଭାପତି ଦେବୀ ମିଶ୍ର ଙ୍କ ଠୁ ନେଇ ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା ଓ ଅତନୁ ସବ୍ୟସାଚୀ ନାୟକଙ୍କ ଭଳି ନେତା ସୁଜାତାଙ୍କ ସାମ୍ନାରେ ବଶି ଆଲୋଚନା କରୁଥିବା ଦେଖିବାକୁ ମିଳିଛି । ତେବେ ସୁଜାତାଙ୍କ ଭିଡ଼ିଓ କୁ ନେଇ ହେଉଥିବା ଚର୍ଚ୍ଚା କୁ ଅଧିକ ଖୋରାକ ଯୋଗାଇଛି ସ୍ୱାମୀ ଭୈରବ ପାଣ୍ଡିଆନଙ୍କ ଆଉ ଏକ ଭିଡ଼ିଓ । ଯେଉଁଥିରେ ନବୀନ ପଟ୍ଟନାୟକ ଓ ତାଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କ ସହ ଗୋଟେ ଟେବୁଲରେ ନଜର ଆସୁଛନ୍ତି ଭି.କେ ପାଣ୍ଡିଆନ । କୁହାଯାଉଛି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ନବୀନ ଆଉ ସଂଗଠନକୁ ସମୟ ଦେଇ ପାରୁ ନାହାନ୍ତି । ତେଣୁ ଏହି ସମୟକୁ ବିଜେଡିରେ ସୁଜାତାଙ୍କ ଏଣ୍ଟ୍ରି ପାଇଁ ଉପଯୁକ୍ତ ଭାବି ଏପରି ଗୋଟି ଚାଳନା କରିଛନ୍ତି ଭୈରବ । ପ୍ରେମ ପଟ୍ଟନାୟକଙ୍କ ଜରିଆରେ ଅସନ୍ତୁଷ୍ଟ ଙ୍କୁ ଚୁପ କରାଇ ବିଜେଡିରେ ସୁଜାତାଙ୍କ ଏଣ୍ଟ୍ରି କରାଇବାକୁ କାଳେ ଯୋଜନା କରିଛନ୍ତି ପାଣ୍ଡିଆନ ।

ସେପଟେ ଦଳରେ ଭୈରବ ପାଣ୍ଡିଆନ ବଢୁଥିବା ହାକିମାତି କୁ ନେଇ ବର୍ଷିଛନ୍ତି ଦଳର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ନିର୍ଦ୍ଦିଷ୍ଟ ଖବରକାଗଜକୁ ଦେଇଥିବା ସାକ୍ଷାତକାରରେ ଦେବାଶିଷ କହିଛନ୍ତି ନବୀନଙ୍କ ସ୍ବାସ୍ଥ୍ୟବସ୍ଥା ସଂପର୍କରେ ନେତାଙ୍କୁ ଓ ରାଜ୍ୟବାସୀଙ୍କୁ ନ ଜଣାଇବା ଭୈରବ ବାବୁଙ୍କର ଏକ ବଡ଼ ଭୁଲ ଓ ଦଳ ପାଇଁ କ୍ଷତି । ଚିକିତ୍ସାଳୟରେ ଭର୍ତ୍ତି ହେବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ଜାଣିଲୁ । ଘରେ ନବୀନ ବାବୁ ଅସୁସ୍ଥ ହେବା ସମୟରେ ସେ କାହିଁକି କାହାକୁ ଜଣାଇଲେ ନାହିଁ ତାହା ଭାବିଲେ ଦୁଃଖ ଲାଗେ। ପାଣ୍ଡିଆନ ଜାଣିବା ଦରକାର ଓଡ଼ିଶା ପାଇଁ ତାଙ୍କର ଅବଦାନ ଓ ସ୍ୱପ୍ନ କିଛି ନାହିଁ ।


ପ୍ୟାରୀ ବାବୁ ବିଜେଡିର ସଂଗଠନ ତିଆରି କରିଥିଲେ ଏବଂ ୨୦୦୦ ମସିହାରୁ ବିଜୁବାବୁଙ୍କ ସ୍ବପ୍ନକୁ ନବୀନ ବାବୁ ସାକାର କରୁଛନ୍ତି । ଶୁଣନ୍ତୁ ଏ ନେଇ କଣ କହୁଛନ୍ତି ଦଳର ଅନ୍ୟ ସାଂସଦ ମାନେ । ଦେଖିବାର କଥା ହେଉଛି ବିଜେଡିରେ ସୁଜାତା ଙ୍କ ଏଣ୍ଟ୍ରି କରାଇବାରେ ଭୈରବ ସଫଳ ହେଉଛନ୍ତି ନା ଆଣ୍ଟି ପାଣ୍ଡିଆନ ଗୋଷ୍ଠୀ ଜୋରଦାର ବିରୋଧ କରି ଭୈରବଙ୍କ ପ୍ଲାନ ଭଣ୍ଡୁର କରୁଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sujatha Karthikeyan will take over the BJD command! || Argus News | Argus News