Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପୁଣି ଖୋଲିବ ମମିତା ମେହେର ଫାଇଲ୍‌ : ବନ୍ଧା ହେବେ ବିଜେଡି ନେତା ?

Odisha

ପୁଣି ଖୋଲିବ ମମିତା ମେହେର ଫାଇଲ୍‌ : ବନ୍ଧା ହେବେ ବିଜେଡି ନେତା ?

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ପୁଣି ଖୋଲିବ ମମିତା ମେହେର ଫାଇଲ୍‌ : ବନ୍ଧା ହେବେ ବିଜେଡି ନେତା ?

Key Points

  • ଚର୍ଚ୍ଚା ବଢାଇଲା ସୁଜିତଙ୍କ ବୟାନ
  • ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
  • ଦିବ୍ୟଶଙ୍କରଙ୍କୁ ବଂଚାଇବାକୁ ଚେଷ୍ଟା କରିଥିଲେ ନବୀନ

ଅର୍ଗସ ବ୍ୟୁରୋ: ସରକାର ବଦଳିଲା, ପୁଣି ଖୋଲିବ ପୁରୁଣା ଫାଇଲ । ପୂର୍ବରୁ ଏନେଇ ଇଙ୍ଗିତ ଦେଇଥିଲେ ଆଇନମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ । ହେଲେ ଏବେ ସଜସଜ ବିଜେଡି ଛାଡିଥିବା କଳାହାଣ୍ଡିର ନେତା ସୁଜିତ କୁମାର ଯେଉଁ ସାଙ୍ଘାତିକ ବୟାନ ଦେଇଛନ୍ତି ତାହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । କାରଣ ସେ ରୋକଠୋକ କହିଛନ୍ତି, ରାଜ୍ୟ ସରକାର ମୁଁ ନିବେଦନ କରିବି ମମିତାଙ୍କ ହତ୍ୟାପଛର ପ୍ରକୃତ ଦୋଷୀ କିଏ ତାକୁ ଖୋଜିକି ବାହାର କରିବାକୁ ।

ବହୁଚର୍ଚ୍ଚିତ ମହାଲିଙ୍ଗ କଲେଜର ଅଧ୍ୟାପିକା ମମିତା ମେହେରଙ୍କ ହତ୍ୟାକୁ ନେଇ ପୁରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । କାରଣ ପରିବାର ଲୋକଙ୍କ ପକ୍ଷରୁ ସିଧାସଳଖ ଅଭିଯୋଗ ହୋଇଥିଲା କି, ଜୁନାଗଡ଼ର ବିଧାୟକ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର ପୁରା ଘଟଣାରେ ଦାୟୀ । ତାଙ୍କର ପାଇଁ ମମିତାଙ୍କୁ ମର୍ଡର କରାଯାଇଛି । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଧରାପଡିବା ପରେ ପରିବାରର ନ୍ୟାୟ ଆଶା ସଂଚାର ହୋଇଥିଲା । ହେଲେ ଜେଲ ଭିତରେ ଗୋବିନ୍ଦ ସାହୁର ମୃତ୍ୟୁ ହେବା ପରେ ପ୍ରଶ୍ନ ଉଠିଥିଲା, ଏତେ କଡ଼ା ସୁରକ୍ଷା ପରେ ବି କେମିତି ମଲା ଗୋବିନ୍ଦ ? ଏହାରି ଭିତରେ ଘଟଣାକୁ ୩ ବର୍ଷ ବିତିବାକୁ ବସିଥିଲେ ବି କ୍ରାଇମବ୍ରାଞ୍ଚ ତଦନ୍ତରୁ ଏସବୁ ପ୍ରଶ୍ନର ଉତ୍ତର ମିଳିପାରିଲା ନାହିଁ । ଏବେ ପୁନଃ ତଦନ୍ତ ପାଇଁ ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ମମିତାଙ୍କ ଜନ୍ମସ୍ଥାନ କଣ୍ଟାବାଞ୍ଜିରେ ବି ଏନେଇ ଉଠିଛି ସ୍ଵର । ସିବିଆଇ ତଦନ୍ତ ସହ ଦୋଷୀଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି କଣ୍ଟାବାଞ୍ଜି ଜନସାଧାରଣ।

୨୦୨୧ର ବହୁ ଚର୍ଚ୍ଚିତ ହତ୍ୟା ମାମଲା ରାଜ୍ୟ ରାଜନୀତିରେ ସୃଷ୍ଟି କରିଥିଲା କମ୍ପନ । ମମିତାଙ୍କ ହତ୍ୟା ଓ ତାଙ୍କ ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଜେଲ ଭିତରେ ସନ୍ଦେହଜନକ ମୃତ୍ୟୁ ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ରର ଅଙ୍ଗ ବୋଲି ହୋଇଥିଲା ଅଭିଯୋଗ ।  ମମିତାଙ୍କ ପରିବାର ବାରମ୍ବାର ନ୍ୟାୟ ମାଗିଥିଲେ ବି ନ୍ୟାୟ ପାଇଲେ ନାହିଁ । ନବୀନ ସରକାରରେ ଗୃହ ରାଷ୍ଟ୍ରମନ୍ତ୍ରୀ ଥିବା ଦିବ୍ୟଶଙ୍କରଙ୍କୁ ନା ତଦନ୍ତ ପରିସରଭୂକ୍ତ କରାଗଲା ନା ତାଙ୍କୁ ପୋଲିସ ପଚରାଉଚରା କଲା ।  ଏମିତିକି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦଙ୍କୁ ଜେଲରୁ ଦିବ୍ୟଶଙ୍କରଙ୍କ ନିର୍ଦ୍ଦେଶରେ ପାରୋଲରେ ଛଡ଼ାଯାଇଥିବା ନେଇ ଆସିଥିଲା ଅଭିଯୋଗ । ତଦନ୍ତର ୩ ବର୍ଷ ପରେ ବି କ୍ରାଇମବ୍ରାଞ୍ଚର ହାତ ଖାଲି। ତେଣୁ ନିକଟରେ ମାମଲାର ସିବିଆଇ ତଦନ୍ତ ଦାବି କରିଥିଲେ ମମିତାଙ୍କ ବାପା। ଏପରିକି କଣ୍ଟାବାଞ୍ଜିର ନବ ନିର୍ବାଚିତ ବିଧାୟକ ଲକ୍ଷ୍ମଣ ବାଗ ମଧ୍ୟ ମମିତାଙ୍କ ପରିବାରକୁ ଭେଟି ରାଜ୍ୟ ସରକାରଙ୍କୁ CBI ତଦନ୍ତ ପ୍ରସ୍ତାବ ଦେବେ ବୋଲି କହିଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସୂଚନା ଅନୁସାରେ, ୨୦୨୧ ଅକ୍ଟୋବର ୮ରେ ନିଖୋଜ ହୋଇଯାଇଥିଲେ ମମିତା । ପରେ ସାମ୍ନାକୁ ଆସିଥିଲା ଲୋମହର୍ଷଣକାରୀ ହତ୍ୟାର କରୁଣ କାହାଣୀ । ୨ ବର୍ଷ ପରେ ଏବେ ବି ଅନେକ ଅସମାହିତ ପ୍ରଶ୍ନ ଉଙ୍କି ମାରୁଛି । ହେଲେ ମମିତା ମର୍ଡର ମିଷ୍ଟ୍ରିରୁ ପରଦା ଉଠିନି । ସେପଟେ କ୍ଷମତାରୁ ହଟିଛନ୍ତି ନବୀନ । ରାଜ୍ୟରେ ଏବେ ବିଜେପି ସରକାର । ପୂର୍ବରୁ ବି ସରକାର ସ୍ପଷ୍ଟ କରିଥିଲେ କି ପୁରୁଣା ଫାଇଲ ଖୋଲିବ, ଦୋଷୀଙ୍କୁ ଦଣ୍ଡ ମିଳିବ । ତେଣୁ ଏବେ ଅପେକ୍ଷା କେବେ ଖୋଲିବ ପୁରୁଣା ଫାଇଲ ।
 

Argus Whatsapp Channel Mobile Top
Sponsored
Sujeet Kumar | Argus News