Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

'ବବି କହୁଥିଲେ ପାଦ ଛୁଅଁ ନିଅ ମୋର ଆଶୀର୍ବାଦ'

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
'ବବି କହୁଥିଲେ ପାଦ ଛୁଅଁ ନିଅ ମୋର ଆଶୀର୍ବାଦ'

Key Points

  • ବବି କହୁଥିଲେ ପାଦ ଛୁଅଁ ନିଅ ମୋର ଆଶୀର୍ବାଦ
  • ସୁଜିତଙ୍କୁ ରାଜ୍ୟସଭାରୁ କାଢିଦେବାକୁ ଦେଉଥିଲେ ଧମକ
  • ସାଂସଦ ପାଣ୍ଠିରୁ ଯାଜପୁରକୁ ଟଙ୍କା ନଦେବାରୁ ଖପ୍ପା ଥିଲେ ବବି ଦାସ

ଅର୍ଗସ ବ୍ୟୁରୋ : ବିଜେଡିରୁ ଇସ୍ତଫା ଦେବା ପରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛନ୍ତି ସୁଜିତ କୁମାର । ସିଧାସିଧା କହିଛନ୍ତି, କେମିତି ତାଙ୍କୁ ହଇରାଣ କରୁଥିଲେ ବବି । ଖାଲି ହଇରାଣ କରୁଥିଲେ ତାହା ନୁହେଁ ବରଂ ପାଦ ଧରିବାକୁ ବି କୁଆଡ଼େ ବାଧ୍ୟ କରୁଥିଲେ । କିଛି ଏମିତି ଖୁଲାସା କରିଛନ୍ତି ସୁଜିତ । ଯାହାକୁ ନେଇ ଏବେ ଭାରି ଚର୍ଚ୍ଚା ।

ବବିଙ୍କୁ ନେଇ ଥମିବାରେ ନା ନେଉନି ଚର୍ଚ୍ଚା । ବବିଙ୍କ ପ୍ରତି ଆନୁଗତ୍ୟ ନଦେଖାଇଲେ ବିଜେଡି ନେତାଙ୍କୁ କରିଦିଆଯାଉଥିଲା ଏକଘରିକିଆ । ଏମିତିକି ତାଙ୍କ ନଛୁଇଁଲେ ନେତାଙ୍କୁ କରାଯାଉଥିଲା ଅପମାନିତ । ଆଉ ଯେଉଁମାନେ ପାଦ ଛୁଉଁଥିଲେ ସେମାନଙ୍କୁ ମିଳୁଥିଲା ପଦ ଓ ଆଶୀର୍ବାଦ । ହେଲେ ସୁଜିତ ବବିଙ୍କ ପାଦ ଛୁଇଁନଥିବାରୁ କ୍ରୋଧର ଶିକାର ହୋଇଥିଲେ । ବବି ଖାଲି ରାଗୁଥିଲେ ତାହା ନୁହେଁ ବରଂ ନିର୍ବାଚନ ଫଳ ବାହାରିବାର ୧୫ ଦିନ ଭିତରେ ସୁଜିତଙ୍କୁ ରାଜ୍ୟସଭାରୁ ତଡ଼ିଦିଆଯିବ ବୋଲି ଧମକାଇଥିଲେ ବବିଦାସ। ଅର୍ଗସକୁ ଏକ୍ସକ୍ଲୁସିଭ ସାକ୍ଷାତକାର ଦେଇ ଏହି ବିସ୍ଫୋରକ ଖୁଲାସା କରିଛନ୍ତି ସୁଜିତ। 

ବିଜେଡିର ସବୁ ସାଂସଦଙ୍କୁ ଯାଜପୁରରେ ନିଜର ହାତପାଣ୍ଠି ଖର୍ଚ୍ଚ କରିବାକୁ ବାଧ୍ୟ କରାଯାଉଥିଲା । ପୂର୍ବରୁ ମମତା ମହାନ୍ତ ଏନେଇ ବଡ଼ ଖୁଲାସା କରିଥିଲେ । ଆଉ ସମାନ କଥାକୁ ଦୋହରାଇଛନ୍ତି ସୁଜିତ । ଏମପି ଲ୍ୟାଡରୁ ପ୍ରଥମ ବର୍ଷ ୨୫ ଲକ୍ଷ ଟଙ୍କା ଯାଜପୁରକୁ ଦେବା ପରେ ଆଉ ଦେଇନଥିଲେ ସୁଜିତ କୁମାର । ସେଥିପାଇଁ ତାଙ୍କୁ ପ୍ରଣବ ପ୍ରକାଶ ଟାର୍ଗେଟ କରିଥିବା ଅଭିଯୋଗ କରିଛନ୍ତି ସୁଜିତ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୋଟ୍‌ ଉପରେ ବିଜେଡିରେ ଅଣନିଶ୍ଵାସୀ ହେବା ପରେ ବିଜେଡି ଓ ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଛନ୍ତି ସୁଜିତ୍‌ କୁମାର । ବିଜେଡି ସରକାରରେ କଳାହାଣ୍ଡି ଜିଲ୍ଲାରେ ବ୍ୟାପକ ଲୁଟ୍ ଦୁର୍ନୀତି ହୋଇଥିବା କହି ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଥିଲେ ସୁଜିତ । ପୂର୍ବରୁ ବିଜେଡି ଛାଡ଼ିଥିବା ଅନ୍ୟତମ ରାଜ୍ୟସଭା ସାଂସଦ ମମତା ମହାନ୍ତ ମଧ୍ୟ ବବି ଦାସଙ୍କ ବିରୋଧରେ ସମାନ ଅଭିଯୋଗ ଆଣିଥିଲେ। ତାଙ୍କୁ ମଧ୍ୟ ନିଜ ସାସଦ ପାଣ୍ଠି ଯାଜପୁରରେ ଖର୍ଚ୍ଚ କରିବାକୁ ପ୍ରଣବ ପ୍ରକାଶ ବାଧ୍ୟ କରୁଥିଲେ ବୋଲି ଅଭିଯୋଗ କରିଥିଲେ ମମତା। ହେଲେ ଏବେ ସୁଜିତଙ୍କ ବିସ୍ଫୋରକ ବୟାନ ପରେ ଚର୍ଚ୍ଚା ଜୋର ଧରିଛି ।
 

Sponsored
Sujit Kumar | Argus News