Videos
|
Odisha

Odisha Schools / ଛାତ୍ରଛାତ୍ରୀଙ୍କ ପାଇଁ ଖୁସିଖବର… ବଢ଼ିପାରେ ଖରାଛୁଟି…ଖରା ନକମିଲେ ସ୍କୁଲ ଖୋଲିବା ନେଇ ବଡ଼ ନିଷ୍ପତ୍ତି

Ritu Das
Browse all articles by Ritu Das
·2 months ago·2 min read
ଛାତ୍ରଛାତ୍ରୀଙ୍କ ପାଇଁ ଖୁସିଖବର… ବଢ଼ିପାରେ ଖରାଛୁଟି…ଖରା ନକମିଲେ ସ୍କୁଲ ଖୋଲିବା ନେଇ ବଡ଼ ନିଷ୍ପତ୍ତି
India

Key Points

ରାଜ୍ୟରେ ବଢ଼ିପାରେ ଖରାଛୁଟି
ଖରାଛୁଟି ବଢ଼ିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
ରାଜ୍ୟରେ ବଢ଼ିପାରେ ଖରାଛୁଟି । ଖରାଛୁଟି ବଢ଼ିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀ କହିଛନ୍ତି, ଖରାଛୁଟି ବଢ଼ିବ କି ନାହିଁ ତାହା ସମୟ କହିବ । ସେହି ସମୟରେ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ । ଖରା ଯଦି ନ କମେ ତାହାଲେ ଖରା ଛୁଟି ବଢ଼ିପାରେ । ପିଲାଙ୍କ ସୁରକ୍ଷା ଶିକ୍ଷା ବିଭାଗର ପ୍ରାଥମିକତା ବୋଲି କହିଲେ ଗଣଶିକ୍ଷା ମନ୍ତ୍ରୀ ।

ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ ୨୭ରୁ ସ୍କୁଲ ଗୁଡ଼ିକରେ ଖରା ଛୁଟି ଘୋଷଣା କରାଯାଇଥିଲା । ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିଲା । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ କରିଥିଲେ ।

ଏହାସହ ପଢ଼ନ୍ତୁ: ରାଜ୍ୟରେ ଆସନ୍ତା ୫ ଦିନ ଯାଏ ତାତିରୁ ମିଳିବନି ତ୍ରାହି, ଆସନ୍ତା ୨୪ ଘଣ୍ଟା ପାଇଁ ସାରା ଓଡ଼ିଶାରେ କାଳବୈଶାଖୀ ବର୍ଷା ଚେତାବନୀ


ସ୍କୁଲ ଖୋଲିବାକୁ ନେଇ ବଢ଼ୁଛି ଚିନ୍ତା
ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମପ୍ରବାହ। ଦିନକୁ ଦିନ ବଢ଼ୁଥିବା ତାପମାତ୍ରା ଏବଂ ଗରମ ପବନ ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହାର ସବୁଠାରୁ ଅଧିକ ପ୍ରଭାବ ପଡ଼ୁଛି ସ୍କୁଲ ପଢୁଆ ଛାତ୍ରଛାତ୍ରୀଙ୍କ ଉପରେ। ଖରାଛୁଟି ଶେଷ ହେବାକୁ ଥିବାବେଳେ ପିଲାମାନଙ୍କ ଅଭିଭାବକଙ୍କ ମଧ୍ୟରେ ଚିନ୍ତା ବଢ଼ିଯାଇଛି।

ସକାଳୁ ହିଁ ତାପମାତ୍ରା ବଢ଼ିବା ଆରମ୍ଭ ହେଉଥିବାବେଳେ ଦିନ ୧୧ଟା ପରେ ପରିସ୍ଥିତି ଅଧିକ ଗମ୍ଭୀର ହୋଇପଡ଼ୁଛି। ଏଭଳି ସ୍ଥିତିରେ ସ୍କୁଲକୁ ଯାଉଥିବା ଛୋଟ ପିଲାମାନେ ହିଟ୍‌ଷ୍ଟ୍ରୋକ, ଡିହାଇଡ୍ରେସନ୍ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟାର ଶିକାର ହେବାର ଆଶଙ୍କା ରହିଛି। ବିଶେଷକରି ଗ୍ରାମାଞ୍ଚଳ ଏବଂ ଦୂରଦୂରାନ୍ତରୁ ସ୍କୁଲ ଆସୁଥିବା ଛାତ୍ରଛାତ୍ରୀମାନେ ଅଧିକ କଷ୍ଟ ଭୋଗୁଛନ୍ତି।

ଏହାସହ ପଢ଼ନ୍ତୁ: ରାଜ୍ୟରେ ଫେରିବ ମୂଳ ଓଡ଼ିଆ ନାମ , ୫୦ରୁ ଅଧିକ ସ୍ଥାନର ନାମ ହେବ ପରିବର୍ତ୍ତନ

ଡାକ୍ତରମାନଙ୍କ ମତରେ, ଅତ୍ୟଧିକ ଗରମ ପିଲାମାନଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ। ତେଣୁ ଅଭିଭାବକମାନେ ପିଲାଙ୍କୁ ପ୍ରଚୁର ପାଣି ପିଆଇବା, ହାଲୁକା ପୋଷାକ ପିନ୍ଧାଇବା ଏବଂ ତୀବ୍ର ଖରାରୁ ଦୂରେ ରଖିବାକୁ ପରାମର୍ଶ ଦିଆଯାଇଛି। ଏପଟେ ଖରାର ପ୍ରକୋପ ଜାରି ରହିଲେ ସ୍କୁଲ ଛୁଟି ବୃଦ୍ଧି କରାଯାଇପାରେ ବୋଲି ସରକାର ସୂଚନା ଦେଇଛନ୍ତି। ପିଲାମାନଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କହିଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Heatwave Continues, Odisha Schools May Extend Summer Vacation Further | Argus News