Videos
|
Odisha

Tiger Terror / ମହାବଳ ଆତଙ୍କ ! ଡିଜିଟାଲ କ୍ୟାମେରାରେ କଏଦ ବାଘ, ଡ୍ରୋନ୍‌ର ସହାୟତା ନେଲା ବନ ବିଭାଗ

Bikash Mohanty
Browse all articles by Bikash Mohanty
·2 hours ago·1 min read
ମହାବଳ ଆତଙ୍କ ! ଡିଜିଟାଲ କ୍ୟାମେରାରେ କଏଦ ବାଘ, ଡ୍ରୋନ୍‌ର ସହାୟତା ନେଲା ବନ ବିଭାଗ
Tiger

Key Points

ସୁନାବେଡ଼ା ଅଞ୍ଚଳରେ ମହାବଳ ବାଘକୁ ନେଇ ଆତଙ୍କ।
ଡିଜିଟାଲ କ୍ୟାମେରାରେ ବାଘର ଚିତ୍ର 
ବେଙ୍ଗଲ ଟାଇଗରକୁ ଧରିବ ଡ୍ରୋନ୍

ସୁନାବେଡ଼ା,୦୮/୧୧: ସୁନାବେଡ଼ା ଅଞ୍ଚଳରେ ମହାବଳ ବାଘକୁ ନେଇ ଖେଳିଯାଇଛି ଆତଙ୍କ। ଡିଜିଟାଲ କ୍ୟାମେରାରେ ବାଘର ଚିତ୍ର କଏଦ ହେବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଦେଖାଦେଇଛି। ତେବେ ଭୟ ଭିତରେ ବି ଲୋକେ ନିଜର ନିତିଦିନିଆ କାମ ପାଇଁ ଜଙ୍ଗଲ ଅଭିମୁଖେ ଯାଉଥିବାରୁ ବନ ବିଭାଗର ଚିନ୍ତା ବଢ଼ିଛି।

ସୂଚନା ଅନୁସାରେ, ସୁନାବେଡ଼ା ଜାତୀୟ ରାଜପଥ ନିକଟସ୍ଥ ଭାଲୁ ପାହାଡ଼ ଅଞ୍ଚଳରୁ ଏକ ମଇଁଷିର ମୃତଦେହ ଠାବ ହୋଇଛି। ହାଲ୍ ସିକ୍ୟୁରିଟି ଗାର୍ଡଙ୍କ ନଜରକୁ ଆସିଥିଲା ଏହି ମୃତଦେହ। ବାଘ ଆକ୍ରମଣରେ ମଇଁଷିର ମୃତ୍ୟୁ ହୋଇଥିବା ବନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହାପରେ ଅଞ୍ଚଳରେ ବାଘ ଭୟ ଆହୁରି ବଢ଼ିଯାଇଛି।

ବାଘ ଉପରେ ବନ ବିଭାଗର ନଜର

ବାଘଟି ଏବେ ସୁନାବେଡ଼ା ଅଞ୍ଚଳରେ ଚଳପ୍ରଚଳ କରୁଥିବା ଅନୁମାନ କରୁଛି ବନ ବିଭାଗ। ଏହାକୁ ଦୃଷ୍ଟିରେ ରଖି ରେଞ୍ଜର ସୁଶାନ୍ତ କୁମାର ଦଳେଇଙ୍କ ନେତୃତ୍ୱରେ ଏକ ଟିମ୍ ଜଙ୍ଗଲରେ ବାଘର ଗତିବିଧି ଉପରେ ନଜର ରଖିଛି। ବାଘର ଠାବ ପାଇଁ ଜୋରଦାର ଖୋଜାଖୋଜି ଜାରି ରହିଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଜଙ୍ଗଲକୁ ଯିବା ପୂର୍ବରୁ ସାବଧାନ!

ଅନ୍ୟପଟେ ଜଙ୍ଗଲକୁ ନିୟମିତ ଯାଉଥିବା ଲୋକଙ୍କୁ ସଚେତନ କରିବା ବନ ବିଭାଗ ପାଇଁ ଏବେ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ତେବେ ଲୋକଙ୍କୁ ଆତଙ୍କିତ ନ ହେବା ସହ ସତର୍କ ରହିବାକୁ ରେଞ୍ଜର ପରାମର୍ଶ ଦେଇଛନ୍ତି। ବିଶେଷକରି ସନ୍ଧ୍ୟା ସମୟରେ ଅଯଥା ଜଙ୍ଗଲ ଅଭିମୁଖେ ନଯିବା ଏବଂ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। କ୍ୟାମେରାରେ ମହାବଳର ଉପସ୍ଥିତି, ମଇଁଷିର ମୃତଦେହ ଏବଂ ଜଙ୍ଗଲରେ ବାଘର ଚଳପ୍ରଚଳକୁ ନେଇ ଏବେ ସୁନାବେଡ଼ା ଅଞ୍ଚଳରେ ଭୟର ବାତାବରଣ। ବାଘର ଗତିବିଧି ଉପରେ ବନ ବିଭାଗର ନଜର ରହିଥିବା ବେଳେ ଅଞ୍ଚଳବାସୀଙ୍କ ସୁରକ୍ଷା ଏବେ ସବୁଠାରୁ ବଡ଼ ପ୍ରାଥମିକତା ପାଲଟିଛି।