Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

School Closed / ସନ୍ଧ୍ୟାରୁ ବନ୍ଦ ରହିଛି ଇଣ୍ଟରନେଟ୍; ଆଜି ଖୋଲିବନି ସ୍କୁଲ୍ ଓ କଲେଜ

Sushanta Sahoo
Browse all articles by Sushanta Sahoo
·6 months ago·2 min read
ସନ୍ଧ୍ୟାରୁ ବନ୍ଦ ରହିଛି ଇଣ୍ଟରନେଟ୍; ଆଜି ଖୋଲିବନି ସ୍କୁଲ୍ ଓ କଲେଜ
Tension in Sundargarh

Key Points

ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଉପରେ ଜିଲ୍ଲା ପ୍ରଶାସନ ଓ ପୋଲିସ ଗୁରୁତ୍ଵ ଦେଉଛି । ଯାହାକୁ ନେଇ ଆଜି ଶୁକ୍ରବାର ସୁନ୍ଦରଗଡ଼ ସହରର ସମସ୍ତ ବିଦ୍ୟାଳୟ ଓ କଲେଜକୁ ଛୁଟି ଘୋଷଣା କରାଯାଇଛି ।
ସୁନ୍ଦରଗଡ଼: ଅଶାନ୍ତ ସୁନ୍ଦରଗଡ଼ ସହର । ଗୋଷ୍ଠୀ ସଂଘର୍ଷ ପରେ ଲାଗିଛି କଟକଣା । ଜିଲ୍ଲା ପ୍ରଶାସନ ପକ୍ଷରୁ ସହରରେ BNS ୧୬୩ ଜାରି କରାଯାଇଛି । ଲୋକଙ୍କୁ ଏକାଠି ହେବାକୁ ବାରଣ କରାଯାଇଛି । ସହରରେ ଗୁରୁବାର ସନ୍ଧ୍ୟାରୁ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଛି ।

ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଉପରେ ଜିଲ୍ଲା ପ୍ରଶାସନ ଓ ପୋଲିସ ଗୁରୁତ୍ଵ ଦେଉଛି । ଯାହାକୁ ନେଇ ଆଜି ଶୁକ୍ରବାର ସୁନ୍ଦରଗଡ଼ ସହରର ସମସ୍ତ ବିଦ୍ୟାଳୟ ଓ କଲେଜକୁ ଛୁଟି ଘୋଷଣା କରାଯାଇଛି । ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ।

ଏଥିସହ ପଢ଼ନ୍ତୁ: ଆହୁରି ବଢ଼ିଲା କଟକଣା; କାଲି ଖୋଲିବନି ସ୍କୁଲ୍ ଓ କଲେଜ

ସୁନ୍ଦରଗଡ଼ ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର କହିଛନ୍ତି, "ସମଗ୍ର ସହରରେ ୧୬୩ ଧାରା ବଳବତ୍ତର ରହିଛି । ଲୋକଙ୍କୁ ଅନୁରୋଧ ଏକାଠି ହେବେ ନାହିଁ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଦିନରେ ଶାନ୍ତି କମିଟି ବୈଠକ ବସିବ । ସମସ୍ତଙ୍କ ସହଯୋଗରେ ଖୁବଶୀଘ୍ର ଶାନ୍ତି ଶୃଙ୍ଖଳା ଫେରି ଆସିବ ।"

ଗୁରୁବାର ଗୋଷ୍ଠୀ ସଂଘର୍ଷ, ଢେଲାମାଡ଼ ପରେ ସୁନ୍ଦରଗଡ଼ ସହରରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଛି । ଗୋମାଂସ ବିକ୍ରିକୁ ନେଇ ଉତ୍ତେଜନା ଓ ଗୋଷ୍ଠୀ ସଂଘର୍ଷ ପରେ ସୁନ୍ଦରଗଡ଼ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦେଇଛି ଜିଲ୍ଲା ପ୍ରଶାସନ ।

ସୁନ୍ଦରଗଡ଼ ସହରରେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯାଇଛି । ଇଣ୍ଟରନେଟ୍ ସେବା ଗୁରୁବାର ସନ୍ଧ୍ୟା ୬ଟାରୁ ଶୁକ୍ରବାର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପ୍ରଶାସନ ବନ୍ଦ କରିଛି । ଏଥିସହ ସହରରେ ୧୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଗୁରୁବାର ଗୋମାଂସ ବିକ୍ରିକୁ ନେଇ ସୁନ୍ଦରଗଡ଼ରେ ଉତ୍ତେଜନା ପ୍ରକାଶ ପାଇଥିଲା । ରିଜେଣ୍ଟ ମାର୍କେଟ୍ ପାଲଟିଥିଲା ରଣକ୍ଷେତ୍ର । ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିବା ବେଳେ ଢେଲା ପଥର ମାଡ଼ ହୋଇଛି । ଏକାଧିକ କାର୍ ଭଙ୍ଗାରୁଜା ସହ ଦୋକାନରେ ନିଆଁ ଲଗାଇ ଦେଇଛନ୍ତି ।

ଉଭୟ ପକ୍ଷରୁ ଢେଲାମାଡ଼ ହୋଇଥିବା ବେଳେ ଏଥିରେ ମୋଟ ୧୨ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୪ ପୋଲିସ କର୍ମଚାରୀ ମଧ୍ୟ ଅଛନ୍ତି । ଉତ୍ତେଜନା ରିଜେଣ୍ଟ ମାର୍କେଟରୁ ଡେଲି ମାର୍କେଟକୁ ବ୍ୟାପିଛି । ଉତ୍ତେଜନା ଲାଗି ରହିଥିବା ବେଳେ ସହରରେ ପୋଲିସ ୧୬୩ ଧାରା ଲାଗୁ କରିଛି ।

ଏଥିସହ ପଢ଼ନ୍ତୁ: ମାର୍କେଟ ପାଲଟିଲା ରଣକ୍ଷେତ୍ର; ଗୋମାଂସ ବିକ୍ରିକୁ ନେଇ ଭଙ୍ଗାରୁଜା ଓ ପୋଡ଼ାଜଳା

ସୁନ୍ଦରଗଡ଼ ସହରରେ ଥିବା ସମସ୍ତ ଦୋକାନ ବଜାର ବନ୍ଦ କରିବାକୁ ପୋଲିସ ମାଇକ୍‌ରେ ପ୍ରଚାର କରିଛି । ଡେଲି ମାର୍କେଟର ଥିବା କୁକୁଡ଼ା ଓ ମଟନ ଦୋକାନ ଭଙ୍ଗାରୁଜା ସହ ରାସ୍ତା କଡ଼ରେ ଥିବା ଏକାଧିକ କାର ଭାଙ୍ଗିବା ସହ ଏକ ପିକଅପ୍‌କୁ ଜାଳି ଦେଇଛନ୍ତି ।

ସହରରେ ୧୬୩ ଧାରା ଜାରି କରାଯିବା ୧୦ ପ୍ଲାଟୁନ୍‌ରୁ ଅଧିକ ପୋଲିସ ମୁତୟନ କରାଯାଇଛି । ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟ ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି । ଡିଆଇଜି କହିଛନ୍ତି, "ଉତ୍ତେଜନା ପରେ ପୋଲିସ ପଦକ୍ଷେପ ନେଇଛି । ସ୍ଥିତି ନିୟନ୍ତ୍ରଣକୁ ଆସୁଛି ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Sundargarh Internet Shut, Schools & Colleges Closed Today | Argus News | Argus News