Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Opium raid / ସୁନ୍ଦରଗଡ଼ରେ ଖୁଲମ ଖୁଲା ଅଫିମ ଚାଷ,ଦେଢ କୋଟି ଟଙ୍କାର ଅଫିମ ଚାଷ ନଷ୍ଟ

Bikash Mohanty
Browse all articles by Bikash Mohanty
·4 months ago·2 min read
ସୁନ୍ଦରଗଡ଼ରେ ଖୁଲମ ଖୁଲା ଅଫିମ ଚାଷ,ଦେଢ କୋଟି ଟଙ୍କାର ଅଫିମ ଚାଷ ନଷ୍ଟ
Opium

Key Points

ସୁନ୍ଦରଗଡ଼ କୋଇଡାରେ ଅଫିମ ଚାଷ।
ଦେଢକୋଟି ଟଙ୍କାର ଅଫିମ ଚାଷ ନଷ୍ଟ
ନଷ୍ଟ କଲା ପୁଲିସ୍‌ ଓ ଅବକାରୀ ବିଭାଗ
ସୁନ୍ଦରଗଡ଼ କୋଇଡାରେ ଅଫିମ ଚାଷ। ସୁନ୍ଦରଗଡ଼ କୋଇଡ଼ା ଅଞ୍ଚଳରେ ଠାବ ହୋଇଛି ବିରାଟ ଅଫିମ କ୍ଷେତ । ଏକର ଏକର ଜାଗାରେ ବେଧଡ଼କ ଚାଲିଥିଲା ଅଫିମ ଚାଷ। ଆଉ କିଛି ଦିନ ପରେ ସେଥିରେ ଧରିଥାନ୍ତା ବିଷ ଫଳ । ଯେଉଁଥିରୁ ତିଆରି ହୋଇଥାନ୍ତା ହେରୋଇନ୍ ଓ ବ୍ରାଉନସୁଗାର ଭଳି ନିଶାଦ୍ରବ୍ୟ । ହେଲେ ଠିକ୍ ଅମଳ ପୂର୍ବରୁ ମାଡ଼ିବସିଲା ପୁଲିସ୍‌ ଓ ଅବକାରୀ ବିଭାଗ ଏବଂ ପ୍ରାୟ ୧.୫୦ କୋଟି ଟଙ୍କାର ଅଫିମ ଚାଷକୁ ନଷ୍ଟ କରାଯାଇଛି।
କୋଇଡା ବ୍ଲକ ଚୋରଧାରା ଗ୍ରାମ ପଞ୍ଚାୟତର ତାଲଡିହି ଅଞ୍ଚଳରେ ବେଆଇନ ଭାବେ ଅଫିମ ଚାଷ କରାଯାଉଛି। ଏନେଇ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ଏହାପରେ ରାଉରକେଲା ଅବକାରୀ ଜିଲ୍ଲା ଏବଂ କେ. ବାଲାଙ୍ଗ ପୋଲିସ ପକ୍ଷରୁ ଏକ ମିଳିତ ଟିମ୍ ଗଠନ କରାଯାଇ ଆଜି ସକାଳୁ ସକାଳୁ ଚଢ଼ାଉ କରାଯାଇଥିଲା।
ପ୍ରାୟ ୫୦ ଡେସିମିଲ ଜମିରେ ଲଗାଯାଇଥିବା ପ୍ରାୟ ୩୦,୦୦୦ ଅଫିମ ଗଛକୁ ପୋଲିସ ଓ ଅବକାରୀ କର୍ମଚାରୀମାନେ ଉପାଡ଼ି ପୋଡ଼ି ନଷ୍ଟ କରିଦେଇଛନ୍ତି। ବଜାରରେ ଏହି ନଷ୍ଟ କରାଯାଇଥିବା ଅଫିମର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ୫୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ଘଟଣାରେ ସଂପୃକ୍ତ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇ କେ. ବାଲାଙ୍ଗ ଥାନା ହେପାଜତକୁ ନିଆଯାଇଛି।
ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ, ବେଆଇନ ନିଶା ଚାଷ ପଛରେ ଆଉ କାହାର ହାତ ଅଛି ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।
ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ପଛୁଆ ଅଞ୍ଚଳ କୋଇଡ଼ା । ଏକଦା ଜଙ୍ଗଲ ପାହାଡ଼ ଆଢ଼ୁଆଳରେ ବେଆଇନ୍ ମାଙ୍ଗାନିଜ୍ ଚୋରି ପାଇଁ ଚର୍ଚ୍ଚାରେ ଥିଲା ଏ ଅଞ୍ଚଳ । ହେଲେ ଏବେ ଚକିତ କରିଛି ଜଙ୍ଗଲ ଜମିରେ ଏମିତି ବେଧଡ଼କ ଅଫିମ ଚାଷ ।
ଝାଡ଼ଖଣ୍ଡରୁ ଚାଲିଥିଲା ଅଫିମ ରାକେଟ୍ । ଔଷଧୀୟ ଚାରା କହି ଗରିବ ଆଦିବାସୀଙ୍କୁ ଟଙ୍କା ପ୍ରଲୋଭନ ଦେଖାଇ ଅଫିମ ଚାଷରେ ନିୟୋଜିତ କରିଥିଲେ । ବିରାଟ ଜଙ୍ଗଲ ଜମି ସଫା କରି କରାଯାଉଥିଲା ଅଫିମ ଚାଷ। ଏତେ ସବୁ ସତ୍ତ୍ୱେ ଜଙ୍ଗଲ ବିଭାଗ ଏହାର କୌଣସି ଟେର୍ ପାଉନଥିଲା କେମିତି ? ତାହା ବଡ଼ ସନ୍ଦେହ ସୃଷ୍ଟି କରିଛି।
ପୁର୍ବରୁ ଶିମିଳିପାଳ ଅଭୟାରଣ୍ୟରେ ବି ଅଫିମ ଚାଷ । ଶିମିଳିପାଳ ସଂଲଗ୍ନ ୫୦ ହେକ୍ଟର ଜମିରେ ହୋଇଥିଲା ଅଫିମ ଚାଷ। ଯଶୀପୁର ପୋଲିସ, ବନ ବିଭାଗ, ଅବକାରୀ ବିଭାଗ ଏବଂ ସ୍ଥାନୀୟ ତହସିଲଦାରଙ୍କ ମିଳିତ ସହଯୋଗରେ ଅସ୍ତକୁଅଁର ଗ୍ରାମପଞ୍ଚାୟତର ଗୋପୀନାଥପୁର ଅଞ୍ଚଳର ୨ଟି ସ୍ଥାନରେ ଚାଷ କରାଯାଇଥିବା ୯୫,୮୫୦ଟି ଅଫିମ ଗଛକୁ ନଷ୍ଟ କରିଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ୯୧ ଲକ୍ଷ ୭୦ ହଜାର ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିଲା।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Opium raid | Huge Opium Farm Unearthed in Koida Area of Sundargarh District | Argus News