Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

OPIUM CULTIVATION / ସୁନ୍ଦରଗଡ଼ କୋଇଡାରେ ଅଫିମ ଚାଷ. ଡାକ୍ତରୀ ମାଇନା ବେଳେ ପୋଲିସ ହେପାଜତରୁ ଚମ୍ପଟ ମାରିଲା ଅଫିମ‌ ଚାଷୀ।

Bikash Mohanty
Browse all articles by Bikash Mohanty
·5 months ago·2 min read
ସୁନ୍ଦରଗଡ଼ କୋଇଡାରେ ଅଫିମ ଚାଷ. ଡାକ୍ତରୀ ମାଇନା ବେଳେ ପୋଲିସ ହେପାଜତରୁ ଚମ୍ପଟ ମାରିଲା ଅଫିମ‌ ଚାଷୀ।
OPIUM CULTIVATION

Key Points

କୋଇଡାରେ ଅଫିମ ଚାଷ
୫ ଏକରରେ ହୋଇଥିଲା ଅଫିମ ଚାଷ
ଲାଜିଥିଲା ୪୦ ରୁ ୫୦ ହଜାର ଗଛ
ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା
ଠିକ୍ ଅମଳ ପୂର୍ବରୁ ମାଡ଼ିବସିଲା ପୁଲିସ୍‌ ଓ ଅବକାରୀ ବିଭାଗ


ସୁନ୍ଦରଗଡ଼ କୋଇଡାରେ ଅଫିମ ଚାଷ। ସୁନ୍ଦରଗଡ଼ କୋଇଡ଼ା ଅଞ୍ଚଳରେ ଠାବ ହୋଇଛି ବିରାଟ ଅଫିମ କ୍ଷେତ । ଏକର ଏକର ଜାଗାରେ ବେଧଡ଼କ ଚାଲିଥିଲା ଅଫିମ ଚାଷ। ଆଉ କିଛି ଦିନ ପରେ ସେଥିରେ ଧରିଥାନ୍ତା ବିଷ ଫଳ । ଯେଉଁଥିରୁ ତିଆରି ହୋଇଥାନ୍ତା ହେରୋଇନ୍ ଓ ବ୍ରାଉନସୁଗାର ଭଳି ନିଶାଦ୍ରବ୍ୟ । ହେଲେ ଠିକ୍ ଅମଳ ପୂର୍ବରୁ ମାଡ଼ିବସିଲା ପୁଲିସ୍‌ ଓ ଅବକାରୀ ବିଭାଗ । ସେପଟେ ଡାକ୍ତରୀ ମାଇନା ବେଳେ ପୋଲିସ ହେପାଜତରୁ ଚମ୍ପଟ ମାରିଲା ଅଫିମ‌ ଚାଷୀ। 

ଚାରିପଟେ ଘଞ୍ଚ ଜଙ୍ଗଲ, ମଝିରେ ଧାଡ଼ି ଧାଡ଼ି ହୋଇ ଲାଗିଛି ହଜାର ହଜାର ଗଛ, ଫୁଟିଛି ଶହ ଶହ ନିଷିଦ୍ଧ ଫୁଲ । ସୁନ୍ଦରଗଡ଼ କୋଇଡ଼ା ଅଞ୍ଚଳର ବେଆଇନ ଅଫିମ କ୍ଷେତ । ୫ ଏକର ଜାଗା, ୪୦ ରୁ ୫୦ ହଜାର ଗଛ, ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା । କୋଇଡ଼ା ଥାନାଠୁ ୭ କିଲୋମିଟର ଦୂର କାଲଟା ପଞ୍ଚାୟତ ପୁଣ୍ଡୁପୋଖରୀ ଗାଁକୁ ଲାଗି ଏଭଳି ୪ଟି ବିରାଟ ଅଫିମ କ୍ଷେତର ପର୍ଦ୍ଦାଫାସ କରିଛି ପୁଲିସ ଓ ଅବକାରୀ ଟିମ୍ । ୨ ପ୍ଲାଟୁନ ଫୋର୍ସ ଓ ଜେସିବି ମେସିନ୍ ସହାୟତାରେ ୫ ରୁ ୬ ଘଣ୍ଟାର କସରତ ପରେ ସବୁ ଗଛ ନଷ୍ଟ କରାଯାଇଛି ।
ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ପଛୁଆ ଅଞ୍ଚଳ କୋଇଡ଼ା । ଏକଦା ଜଙ୍ଗଲ ପାହାଡ଼ ଆଢ଼ୁଆଳରେ ବେଆଇନ୍ ମାଙ୍ଗାନିଜ୍ ଚୋରି ପାଇଁ ଚର୍ଚ୍ଚାରେ ଥିଲା ଏ ଅଞ୍ଚଳ । ହେଲେ ଏବେ ଚକିତ କରିଛି ଜଙ୍ଗଲ ଜମିରେ ଏମିତି ବେଧଡ଼କ ଅଫିମ ଚାଷ । ବେଆଇନ ଅଫିମ ଚାଷ କରିଥିବା ୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୨ ଜଣ ଫେରାର୍ ଅଛନ୍ତି । ଜଣାପଡ଼ିଛି, ଝାଡ଼ଖଣ୍ଡରୁ ଚାଲିଥିଲା ଅଫିମ ରାକେଟ୍ । ଝାଡ଼ଖଣ୍ଡର ୪ ଜଣ ଦୁର୍ବୃତ୍ତ ୨ ମାସ ହେଲା ଅଫିମ ଚାଷ କରୁଥିଲେ । ଏସବୁ ଔଷଧୀୟ ଚାରା କହି ଗରିବ ଆଦିବାସୀଙ୍କୁ ଟଙ୍କା ପ୍ରଲୋଭନ ଦେଖାଇ ଚାଷରେ ନିୟୋଜିତ କରିଥିଲେ । ୪ଟି ବିରାଟ ବିରାଟ ଜଙ୍ଗଲ ଜମି ସଫା କରି ଡାଳପତ୍ରରେ ବାଡ଼ କରିଥିଲେ । ପାଖରେ ବହୁଥିବା କାରୋ ନାଳରେ ୨ଟି ବଡ଼ ମୋଟର ଲଗାଇ ଜଳସେଚନ କରୁଥିଲେ । ଏତେ ସବୁ ସତ୍ତ୍ୱେ ଜଙ୍ଗଲ ବିଭାଗ ଏହାର କୌଣସି ଟେର୍ ପାଉନଥିଲା କେମିତି ? ତାହା ବଡ଼ ସନ୍ଦେହ ସୃଷ୍ଟି କରିଛି ।

କିଛି ଦିନ ପୁର୍ବରୁ ଶିମିଳିପାଳ ଅଭୟାରଣ୍ୟରେ ମଧ୍ୟ ଏହି ଅଫିମ ଚାଷ ଠାବ ହୋଇଥିଲା। ପୋଲିସ ପ୍ରାୟ ୫୦ ହେକ୍ଟର ଜମିରେ ଚାଷ ହୋଇଥିବା ୯୫,୮୫୦ଟି ଅଫିମ ଗଛକୁ ନଷ୍ଟ କରିଥିଲା। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ୯୧ ଲକ୍ଷ ୭୦ ହଜାର ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିଲା।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
OPIUM CULTIVATION | OPIUM CULTIVATION | OPIUM | OPIUM | Sundargarh Koida Opium Cultivation | Police & Excise Bust Illegal Opium Farms | Argus News