Videos
|
Odisha

Scrub Typhus / ଡେଉଁଛି ରୋଗ ବଢୁଛି ଆଶଙ୍କା… ସ୍କ୍ରବ ଟାଇଫସରେ ୮ଶହ ଆକ୍ରାନ୍ତ

Sushanta Sahoo
Browse all articles by Sushanta Sahoo
·1 hour ago·3 min read
ଡେଉଁଛି ରୋଗ ବଢୁଛି ଆଶଙ୍କା… ସ୍କ୍ରବ ଟାଇଫସରେ ୮ଶହ ଆକ୍ରାନ୍ତ
India

Key Points

ଗାଁଠୁ ଅଧିକ ସହରରେ ସ୍କ୍ରବ୍ ଟାଇଫସ୍ ଚିନ୍ତାସୁନ୍ଦରଗଡ଼ ଜିଲ୍ଲାରେ କାୟା ବିସ୍ତାର କଲାଣି ସ୍କ୍ରବ୍ ଟାଇଫସ୍
ଗାଁଠୁ ଅଧିକ ସହରରେ ସ୍କ୍ରବ୍ ଟାଇଫସ୍ ଚିନ୍ତାସୁନ୍ଦରଗଡ଼ ଜିଲ୍ଲାରେ କାୟା ବିସ୍ତାର କଲାଣି ସ୍କ୍ରବ୍ ଟାଇଫସ୍। ଦିନକୁ ଦିନ ବଢ଼ି ଚାଲିଛି ରୋଗୀଙ୍କ ସଂଖ୍ୟା। ଏ ପର୍ଯ୍ୟନ୍ତ ୫ ହଜାର ୫ ଶହ ୪୫ ଜଣଙ୍କ ରକ୍ତ ନମୁନା ପରୀକ୍ଷା ହୋଇଥିବା ବେଳେ ଚିହ୍ନଟ ହେଲେଣି ୮ ଶହ ୪୮ ସ୍କ୍ରବ୍ ଟାଇଫସ୍ ରୋଗୀ। ତେବେ ଚଳିତ ବର୍ଷ ଗାଁଠୁ ଅଧିକ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢିଛି। ଯାହାକୁ ନେଇ ଏବେ ପୁରା ଆଲର୍ଟରେ ରହିଛି ବିଭାଗ। ଜଙ୍ଗଲ ଓ ବିଲକୁ ଗଲେ ଫୁଲ ପୋଷାକ ପିନ୍ଧିବା ସହ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି। ଜ୍ବର ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ଅବହେଳା ନକରି ମେଡିକାଲ ଯିବାକୁ ଲୋକଙ୍କୁ ପରାମର୍ଶ ଦେଉଛନ୍ତି ସ୍ବାସ୍ଥ୍ୟ କର୍ମୀ।


ଜିଲ୍ଲାରେ ସ୍କ୍ରବ୍ ଟାଇଫସର ମୁକାବିଲା ଲାଗି ଏକ ଦମ ତତ୍ପର ରହିଛି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ। ଗାଁ ଗାଁରେ ଅଙ୍ଗନବାଡି, ଆଶା ଏବଂ ମେଡିକାଲ ଟିମ ଲୋକଙ୍କୁ ସଚେତନ କରାଉଛନ୍ତି। ସହରାଞ୍ଚଳରେ ମଧ୍ୟ ସଚେତନତାକୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି। ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ର ମୁକାବିଲା ପାଇଁ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି। ଏହାଛଡ଼ା ଜିଲ୍ଳାର ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ରାଉଲକେଲା ଆରଜିଏଚ ହସ୍ପିଟାଲରେ ସ୍କ୍ରବଟାଇଫସର ପରୀକ୍ଷା କରାଯାଉଛି।

ଏ ପର୍ଯ୍ୟନ୍ତ କାହାର ମୃତ୍ୟୁ ହୋଇନଥିବା ବେଳେ ଜିଲ୍ଲାରେ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି। ତେବେ ଲୋକଙ୍କୁ ସଚେତନା କରାଇବା ସହ ରକ୍ତ ନମୁନା ପରୀକ୍ଷା ବୃଦ୍ଧି କରିବା ଉପରେ ଫୋକସ ଦେଉଛି ସ୍ବାସ୍ଥ୍ୟ ବିଭାଗ।

  • ସ୍କ୍ରବ୍ ଟାଇଫସ୍ କ’ଣ? ଜାଣନ୍ତୁ ଏହି ରୋଗର ଲକ୍ଷଣ, କାରଣ ଓ ପ୍ରତିରୋଧ

ସ୍କ୍ରବ୍ ଟାଇଫସ୍ ହେଉଛି ଏକ ବ୍ୟାକ୍ଟେରିଆଜନିତ ସଂକ୍ରମଣ। ଏହା Orientia tsutsugamushi ନାମକ ବ୍ୟାକ୍ଟେରିଆ ଯୋଗୁ ହୋଇଥାଏ। ସାଧାରଣତଃ ଘାସ, ବୁଦା, ଜଙ୍ଗଲ ଓ ଚାଷଜମି ଭଳି ସ୍ଥାନରେ ଥିବା ଆକ୍ରାନ୍ତ ଚିଗର୍‌ (larval mites) କାମୁଡ଼ିବା ଦ୍ୱାରା ମଣିଷ ଏହି ସଂକ୍ରମଣର ଶିକାର ହୋଇପାରନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • କିପରି ବ୍ୟାପେ ସ୍କ୍ରବ୍ ଟାଇଫସ୍?

ସ୍କ୍ରବ୍ ଟାଇଫସ୍ ସାଧାରଣତଃ ମଣିଷରୁ ମଣିଷକୁ ସିଧାସଳଖ ବ୍ୟାପେ ନାହିଁ। ଆକ୍ରାନ୍ତ ଚିଗର୍‌ କାମୁଡ଼ିଲେ ବ୍ୟାକ୍ଟେରିଆ ମଣିଷ ଶରୀରକୁ ପ୍ରବେଶ କରେ। ଜଙ୍ଗଲ, ଘାସବଣ, ବୁଦା କିମ୍ବା ଚାଷଜମିରେ ଦୀର୍ଘ ସମୟ ରହୁଥିବା ଲୋକଙ୍କଠାରେ ଏହି ସଂକ୍ରମଣର ଝୁମ୍ପ ଅଧିକ ହୋଇପାରେ।

  • କ’ଣ ରହିଛି ଲକ୍ଷଣ?

ସ୍କ୍ରବ୍ ଟାଇଫସ୍ ହେଲେ ହଠାତ୍ ଜ୍ୱର ଆସିବା ଏହାର ଏକ ପ୍ରମୁଖ ଲକ୍ଷଣ। ଏହା ସହିତ ମୁଣ୍ଡବିନ୍ଧା, ଶରୀର ଓ ମାଂସପେଶୀରେ ଯନ୍ତ୍ରଣା, ଥଣ୍ଡା ଲାଗିବା, ଦୁର୍ବଳତା ଏବଂ କେତେକ କ୍ଷେତ୍ରରେ ଚର୍ମରେ ଦାଗ ଦେଖାଦେଇପାରେ। କେତେକ ରୋଗୀଙ୍କ ଶରୀରରେ ଚିଗର୍ କାମୁଡ଼ିଥିବା ସ୍ଥାନରେ eschar ନାମକ କଳା ଘା’ ମଧ୍ୟ ଦେଖାଯାଇପାରେ। ତେବେ ସମସ୍ତ ରୋଗୀଙ୍କଠାରେ ଏହି ଲକ୍ଷଣ ଥିବା ଜରୁରୀ ନୁହେଁ।

  • ଅବହେଳା କଲେ କ’ଣ ହୋଇପାରେ?

ସମୟରେ ଚିହ୍ନଟ ଓ ଚିକିତ୍ସା ନହେଲେ ସ୍କ୍ରବ୍ ଟାଇଫସ୍ ଗୁରୁତର ରୂପ ନେଇପାରେ। କେତେକ କ୍ଷେତ୍ରରେ ଫୁସଫୁସ, ହୃଦୟ, ଯକୃତ, କିଡନୀ କିମ୍ବା ମସ୍ତିଷ୍କ ଭଳି ଅଙ୍ଗ ପ୍ରଭାବିତ ହୋଇପାରେ। ତେଣୁ ଦୀର୍ଘ ସମୟ ଜ୍ୱର ରହିଲେ କିମ୍ବା ଜ୍ୱର ସହ ଅନ୍ୟ ଲକ୍ଷଣ ଦେଖାଦେଲେ ନିଜେ ଔଷଧ ନଖାଇ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ।

  • କିପରି ନିଜକୁ ସୁରକ୍ଷିତ ରଖିବେ?

ଜଙ୍ଗଲ, ଘାସବଣ, ବୁଦା କିମ୍ବା ଚାଷଜମିକୁ ଯିବା ସମୟରେ ଶରୀରକୁ ଯଥାସମ୍ଭବ ଢାଙ୍କି ରଖିବା ଉପକାରୀ। ପୂରା ହାତ ଓ ଗୋଡ଼ ଢାଙ୍କୁଥିବା ପୋଷାକ ପିନ୍ଧିବା ସହ ଜୋତା ବ୍ୟବହାର କରିବା ଭଲ। ଘାସ ଓ ବୁଦା ମଧ୍ୟରେ ଅନାବଶ୍ୟକ ଭାବେ ବସିବା କିମ୍ବା ଶୋଇବାରୁ ମଧ୍ୟ ଦୂରେଇ ରହିବା ଉଚିତ।

  • ଜ୍ୱର ହେଲେ ସତର୍କ ରୁହନ୍ତୁ

ସ୍କ୍ରବ୍ ଟାଇଫସ୍‌ର ଲକ୍ଷଣ ଅନ୍ୟ ଅନେକ ଜ୍ୱରଜନିତ ରୋଗ ସହ ସମାନ ହୋଇପାରେ। ତେଣୁ କେବଳ ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରିବା ଠିକ୍ ନୁହେଁ। ଡାକ୍ତର ଆବଶ୍ୟକତା ଅନୁଯାୟୀ ରକ୍ତ ପରୀକ୍ଷା ଓ ଅନ୍ୟାନ୍ୟ ଯାଞ୍ଚ କରି ନିର୍ଣ୍ଣୟ କରିପାରନ୍ତି।