Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଦିନକ ପାଇଁ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ

Odisha

ଦିନକ ପାଇଁ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ

Smruti Parija
Browse all articles by Smruti Parija
·2 years ago·1 min read
ଦିନକ ପାଇଁ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ

ସୁନ୍ଦରଗଡ: 'ମିଗଜୋମ୍' ପ୍ରଭାରେ ଓଡିଶାର ବିଭିନ୍ନ ଜିଲ୍ଲାରେ ଲାଗି ରହିଛି ବର୍ଷା । କେଉଁଠି ଝିପି ଝିପି ବର୍ଷା ହେଉଛି ତ କେଉଁଠି ପ୍ରବଳ ଛେଚୁଛି । ଲଗାଣ ବର୍ଷା ଯୋଗୁଁ ସୁନ୍ଦରଗଡରେ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ । ଆଜି ଦିନକ ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଗତକାଲି ସନ୍ଧ୍ୟାରୁ ଜିଲ୍ଲାରେ ଲାଗି ରହିଛି ଲଗାଣ ବର୍ଷା । ସମସ୍ତ ସରକାରୀ, ବେସରକାରୀ ଓ ଅଙ୍ଗନବାଡି କେନ୍ଦ୍ର ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ଅନ୍ୟପଟେ ରାଜ୍ୟରେ ଅଧିକାଂଶ ଜିଲ୍ଲାରେ କୋହଲା ପାଗ ରହିଛି । 

ଗତ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇଛି । କୋରାପୁଟର କୋଟପାଡ଼ରେ ୬୪ ମିମି ବର୍ଷା ଲାଗି ରହିଛି । ହିଞ୍ଜିଳିରେ ୫୯ ମିମି, ଆସ୍କା ୫୫.୮ ମିମି, କୁକୁଡ଼ାହାଣ୍ଡି ୫୪ ମିମି, ଝାରସୁଗୁଡ଼ାରେ ୪୮.୯ ମିମି, କୋଲବରା ୫୭.୬ ମିମି, ଲାଇକେରା ୫୬.୪ ମିମି, କୁନମୁନ ୫୫ ମିମି, ବୋଡେନ୍ ୫୧.୬ ମିମି, ନୂଆପଡ଼ା ୪୪.୮ ମିମି ବର୍ଷା ରେକର୍ଡ ହୋଇଛି । 

'ମିଗଜୋମ୍' ପ୍ରଭାବ; ମାଟି ଅତଡା ଖସି ଯାତାୟାତ ବାଧାପ୍ରାପ୍ତ
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
sundargarh-District Magistrate declared school holiday for one- day-due-to-heavy-rain-fall | Argus News