ଘରକୁ ଫେରିଲେ ସୁନୀତା, ବାଲୁକା କଳା ମାଧ୍ୟମରେ ଅଭିନନ୍ଦନ

ଆମେରିକୀୟ ମହାକାଶ ସଂସ୍ଥା ନାସାର ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର ୯ ମାସ ପରେ ପୃଥିବୀକୁ ଫେରିଛନ୍ତି। ଦୁହେଁ ଫ୍ଲୋରିଡା ଉପକୂଳରେ ସଫଳ ଅବତରଣ କରିଥିଲେ। ଏହା ପରେ, ତାଙ୍କୁ କ୍ୟାପସୁଲରୁ ବାହାର କରି ଏକ ସ୍ୱତନ୍ତ୍ର ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ନିଆଯାଇଛି। ସେମାନେ ଗତ ବର୍ଷ ଜୁନ୍ ୫ ତାରିଖରେ ଏକ ବୋଇଂ ଷ୍ଟାରଲାଇନରରେ ମହାକାଶକୁ ଉଡ଼ିଥିଲେ ଏବଂ ଏବେ ସକାଳେ ସ୍ପେସଏକ୍ସର ଡ୍ରାଗନ୍ ସ୍ପେସକ୍ରାଫ୍ଟରେ ଫେରି ଆସିଥିଲେ।
ସୁନୀତା ଏବଂ ତାଙ୍କ ସାଥି ବୁଚ ବିଲମୋର ମାତ୍ର 8 ଦିନର କଣ୍ଟ ନେଇ ମହାକାଶକୁ ଯାଇଥିଲେ । ହେଲେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସେମାନଙ୍କୁ ମହାକାଶରେ ଦୀର୍ଘ 9 ମାସରୁ ଉର୍ଦ୍ଧ ସମୟ ରହିବାକୁ ପଡିଥିଲା। ମହାକାଶଚାରୀ ସୁନୀତା ଏବଂ ତାଙ୍କ ସହଯୋଗୀ ବୁଚ ମହାକାଶରୁ ଅବତରଣ କରିଛନ୍ତି। ସେମାନଙ୍କର ସୁଖଦ ଅବତରଣ ପାଇଁ ସାରା ପୃଥିବୀର ଲୋକମାନେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ସୁନୀତାଙ୍କ ମହାକାଶରୁ ଅବତରଣ ପରେ ସାରା ପୃଥିବୀରେ ଖୁସିର ଲହରୀ ଖେଳିଯାଇଛି।
ଏହି ଖୁସି ମୁହୂର୍ତ୍ତରେ ରାଜଗାଙ୍ଗପୁରର ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ରାଜୁ ସାହୁ ନିଜ ସେଣ୍ଡ ଆନିମେସନ କଳା ମାଧ୍ୟମରେ ମହାକାଶଚାରୀ ସୁନୀତା ଏବଂ ତାଙ୍କ ସହଯୋଗୀ ବୁଚଙ୍କୁ ବାଲୁକାକଳା ମାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି। ତେବେ ରାଜୁ କହିଛନ୍ତି ଯେ ସୁନୀତା ଏବଂ ତାଙ୍କ ସାଥିଙ୍କ ସୁଖଦ ଧରା ପୃଷ୍ଟରେ ଅବତରଣ ପାଇଁ ସମସ୍ତେ ଖୁସି। ତେଣୁ ସେ ନିଜ ବାଲୁକାକଳା ମାଧ୍ୟମରେ 140 କୋଟି ଭାରତୀୟଙ୍କ ପକ୍ଷରୁ ସୁନୀତା ଏବଂ ବୁଚଙ୍କୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର: