ଖରାଦିନ ଓଡିଆ ଲୋକଙ୍କ ପାଇଁ ଦୀର୍ଘବର୍ଷରୁ କଷ୍ଟର ସମୟ

ଟାଇଁ ଟାଇଁ ଖରା, ସାଙ୍ଗକୁ ଅସମ୍ଭାଳ ଗୁଳୁଗୁଳି । ବାହାରେ ତ ଯାହା ଜାଳୁଛି, ଘରେ ବି ଫ୍ୟାନ ତଳୁ ଟିକେ ଘୁଞ୍ଚି ଗଲେ ଗମ୍ ଗମ୍ ହୋଇ ବୋହି ଯାଉଛି ଝାଳ । ଆଉ ଏତିକି ବେଳେ ହୋଇଯାଉଛି ପାୱାର କଟ । ଦିନ ହେଉ କି ଅଧ ରାତି । କିଛି ମାନୁନି ଟାଟା ପାୱାର । ଅଭିଯୋଗ କଲେ କେତେବେଳେ ପାୱାର ସର୍ଟେଜ୍, ପୁଣି କେତେବେଳେ ଲୋଡ୍ ଅଧିକ ହେବାର ବାହାନା ଦେଖାଉଛି ଟାଟା ପାୱାର। କେନ୍ଦୁଝରର ହରିଚନ୍ଦନପୁରରୁ କେନ୍ଦ୍ରାପଡାର ଆଳି । ବରଗଡର ବିଜେପୁରରୁ..ଜଗତସିଂହପୁରର ଏରସମା । ସୋନପୁରର ବିରମହାରାଜପୁର ସବୁଠି ଅଘୋଷିତ ପାୱାରକଟ୍ । ଅସ୍ତବ୍ୟସ୍ତ କରୁଛି ତାତି ତା ସହ ତାଳ ଦେଇ ପାୱାର କଟ ଯୋଗୁ ତେଜୁଛି ଲୋକଙ୍କ ଅସନ୍ତୋଷ ।
ତେବେ ବିଜୁଳି ବିଲ ଦେଇ ନ ଥିଲେ ବି ଖରାଦିନେ ବିଜୁଳି କଟିବନି ବୋଲି ପୂର୍ବରୁ କହିଥିଲେ ଶକ୍ତି ମନ୍ତ୍ରୀ.. ମନ୍ତ୍ରୀଙ୍କ ମନ୍ତବ୍ୟକୁ ଖାତିର ନ କରି ମନମାନି କରୁଛି ଟାଟାପାୱର। ବାଲେଶ୍ବରର ସହରର ନିର୍ମଳ ନାୟକ.. 2 ମାସରେ 20 ହଜାର ଟଙ୍କା ବିଲ ଆସିବାରୁ ଟାଟା ପାୱାର ଭୁଲ ବିଲ ଦେଇଥିବା ନେଇ ଆପତ୍ତି କରିଥିଲେ ନିର୍ମଳ.. ହେଲେ ଫଳ କିଛି ନ ହେବାରୁ ଖାଉଟି ଅଦାଲତକୁ ଯାଇଥିଲେ.. ଏପଟେ ଟାଟା ପାୱାର ନିର୍ମଳଙ୍କ ବିଜୁଳି କାଟି ଦେଇଥିଲା.. 7 ଦିନ ଅନ୍ଧାରରେ ରହିବା ପରେ ଟଙ୍କା ଯୋଗାଡ କରି ପଇଠ କରିଥିଲେ ନିର୍ମଳ... ଏ କେବଳ ଗୋଟିଏ ମାମଲା ନୁହେଁ... ବାଲେଶ୍ବର ଦିଗରହିଣିଆ ଗାଁରେ 70 ଲୋକଙ୍କ ବିଲ ବାକି ଥିବାରୁ ପୁରା ଗାଁରେ ଥିବା 100 ଲୋକଙ୍କ ବିଜୁଳି କାଟିଦେଇଥିଲା ଟାଟାପାୱାର ।
ଖରାଦିନେ ବିଜୁଳି କଟିବନି କିମ୍ବା ବିଜୁଳି ବିଲ ନ ଦେଇ ଥିଲେ ବି ବିଜୁଳି କଟିବନି ବୋଲି ଆଜି ପୁଣି କହିଛନ୍ତି ଶକ୍ତି ମନ୍ତ୍ରୀ ।ଓଡ଼ିଶା ବିଦ୍ୟୁତ୍ ବଳକା ରାଜ୍ୟ ବୋଲି ପୂର୍ବରୁ ଅନେକ ଥର କହିଥିଲେ ପୂର୍ବ ସରକାରର ଶକ୍ତି ମନ୍ତ୍ରୀ...ପାୱାର କଟ ନୁହେଁ ଟ୍ରିପର ବାହାନରେ ବାରମ୍ବାର ଖରାଦିନେ କଟୁଥିଲା ବିଜୁଳି.. ଏବେ ନୂଆ ସରକାରରେ ଶକ୍ତି ମନ୍ତ୍ରୀଙ୍କ ଆଶ୍ବସ୍ତି ଲୋକଙ୍କୁ କରିବ କି ଖୁସି ।