Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସୁଭଦ୍ରା ଯୋଜନା ପାଇଁ ଜନସେବା କେନ୍ଦ୍ରରେ ପ୍ରବଳ ଭିଡ

Odisha

ସୁଭଦ୍ରା ଯୋଜନା ପାଇଁ ଜନସେବା କେନ୍ଦ୍ରରେ ପ୍ରବଳ ଭିଡ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ସୁଭଦ୍ରା ଯୋଜନା ପାଇଁ ଜନସେବା କେନ୍ଦ୍ରରେ ପ୍ରବଳ ଭିଡ

Key Points

  • ଜନସେବା କେନ୍ଦ୍ରକୁ ଜାମ କରିଦେଲା ସୁଭଦ୍ରା ଯୋଜନା
  • ସବୁଠି ଲାଇନ୍‌, ଆଜିଠୁ ଫର୍ମ ଦାଖଲ

ଅର୍ଗସ ବ୍ୟୁରୋ: ରାଜ୍ୟରେ ନୂଆ କରି ଲାଗୁ ହେଲା ସୁଭଦ୍ରା ଯୋଜନା । ଯୋଜନାରେ ଲାଭ ପାଇବେ ଲକ୍ଷାଧିକ ମହିଳା । ହେଲେ ଏଥିପାଇଁ ଯେଉଁ କାଗଜ ପତ୍ରର ଆବଶ୍ୟକତା ରହିଛି ତାହାକୁ ନେଇ ପୁରା ଜାମ ହେଲାଣି ଜନସେବା କେନ୍ଦ୍ର । ସ୍ଥିତି ଏମିତି ହେଲାଣି ଯେ କେଉଁଠି ଆଧାର ଅପଡେଟ୍ କରିବା ପାଇଁ ଜନସେବା କେନ୍ଦ୍ର ଆଗରେ ଠେଲାପେଲା ସ୍ଥିତି ତ’ କେଉଁଠି ସୂର୍ଯ୍ୟୋଦୟ ପୂର୍ବରୁ ଲାଇନରେ ଚପଲ ଆଉ ଛତା । ସୁଭଦ୍ରା ଯୋଜନାରେ ଆଜି ସଂଧ୍ୟାରୁ ଫର୍ମ ଦାଖଲ ପ୍ରକ୍ରିୟା ଆରମ୍ଭ ହେଉଥିବା ବେଳେ ଏଥିଲାଗି ଆଧାର ଅଥଣ୍ଟିକେସନ୍ ଦରକାର ହେଉଛି । ତେଣୁ ଉଣା ଅଧିକ ସବୁ ସ୍ଥାନରେ ଏଇ ସମାନ ସ୍ଥିତି । କିନ୍ତୁ ସରକାରଙ୍କ ନୂଆ ଯୋଜନା ସବୁ କ୍ଷେତ୍ରରେ କରାଯାଉଛି ସ୍ଵାଗତ ।

ସୁଭଦ୍ରା ଯୋଜନାକୁ ନେଇ ପୁରା ରାଜ୍ୟରେ ଏବେ ଚର୍ଚ୍ଚା ଜୋର । କାରଣ କେମିତି ଯୋଜନା ମିଳିବ ସେନେଇ ଗାଁ ଗାଁରେ ଆଲୋଚନା ଚାଲିଛି । ଖାଲି ଯୋଜନା ଚାଲିଛି ତାହା ନୁହେଁ ବରଂ ବିକାଶକୁ ମହିଳାଙ୍କ ଦ୍ଵାରା ତ୍ଵରାନ୍ଵିତ କରିବାକୁ ମୋହନ ସରକାର ପ୍ଲାନ କରିଛନ୍ତି । ହେଲେ ଏହି ଯୋଜନାରେ ଯେହେତୁ ଆଧାର କାର୍ଡ ଅଥଣ୍ଟିକେସନ ଦରକାର ହେଉଛି ତେଣୁ ଜନସେବା କେନ୍ଦ୍ରରେ ଭିଡ ହେବା ସ୍ଵାଭାବିକ କଥା । ସକାଳୁ ସଂଜ ପର୍ଯ୍ୟନ୍ତ ଜନସେବା କେନ୍ଦ୍ରରେ ଭିଡ ଦେଖିବାକୁ ମିଳିଛି ।

ସରକାରଙ୍କ ନିୟମ ଅନୁସାରେ, ନୂଆ ଆଧାର ତିଆରି ସଂପୂର୍ଣ୍ଣ ମାଗଣା ହୋଇଥିବା ବେଳେ ଆଧାର ସଂଶୋଧନ ପାଇଁ ୫୦ ଟଙ୍କା ଦେୟ ବ୍ୟବସ୍ଥା ହୋଇଛି । ହେଲେ ଅନେକ କେନ୍ଦ୍ରରେ ମାଲିକ ଲୋକଙ୍କଠାରୁ ଆଧାର ଅପଡେଟ୍ କରାଇଦେବାକୁ ୨୦୦ରୁ ୨୫୦ ଟଙ୍କା ନେଉଥିବା ଅଭିଯୋଗ ଆସିଛି । କିନ୍ତୁ ସେଣ୍ଟର ମାଲିକଙ୍କ କହିବା କଥା, ସେ ବାହାରୁ ଲୋକ ଭଡ଼ାରେ ଆଣି ଘରୋଇ ସଂସ୍ଥା ଭାବେ ଆଧାର ଅପଡେଟ୍ କରାଉଛନ୍ତି । ସେଥିପାଇଁ ଅଧିକ ଦେୟ ନେଉଛନ୍ତି । ସେଇଥି ଲାଗି ତ ଆକ୍ସନ ପାଇଁ ଦାବି କଲେଣି ଲୋକେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏପଟେ ଜନସେବା କେନ୍ଦ୍ର ପ୍ରଶାସନ ଓଡ଼ିଶା ମୁଖ୍ୟ କହିଛନ୍ତି, ମୋବାଇଲ୍ ନମ୍ବର, ବାୟୋମେଟ୍ରିକ ବା ଟିପ ଚିହ୍ନ, ମୁହଁ ଚିହ୍ନଟ ଓ ଆଖିଡୋଳା ଚିହ୍ନଟ ଭଳି ୪ଟି ମୋଡରେ ହୋଇପାରିବ ସୁଭଦ୍ରା ଯୋଜନା ଆଧାର ଅଥେଣ୍ଟିକେସନ । ଏ ଭିତରୁ କୌଣସି ଗୋଟିଏ ମାଧ୍ୟମରେ ଆବେଦନକାରୀଙ୍କ ଆଧାର ଅଥେଣ୍ଟିକେସନ ହୋଇପାରୁଛି, ତେବେ ଆଧାର ଅପଡେଟ୍ ପାଇଁ ଏବେ ଲାଇନ ଲଗାଇବାର କୌଣସି ଆବଶ୍ୟକତା ନାହିଁ । ଅନ୍ୟପକ୍ଷରେ ଯଦି କୌଣସି ଜନସେବା କେନ୍ଦ୍ର, ଆଧାର ଅପଡେଟ୍ ପାଇଁ ସରକାରଙ୍କ ଦ୍ବାରା ଧାର୍ଯ୍ୟ ଦରଠୁ ଅଧିକ ଅର୍ଥ ମାଗୁଛନ୍ତି, ଲୋକେ ୧୪୬୭୮ ହେଲଲାଇପ୍ ନମ୍ବରରେ ଅଭିଯୋଗ କରିପାରିବେ । ଏଭଳି କ୍ଷେତ୍ରରେ ଜନସେବା କେନ୍ଦ୍ର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

ମୋଟ୍‌ ଉପରେ, ସୁଭଦ୍ରାକୁ ନେଇ ସବୁଠି ଉତ୍ସାହ । ଏହାରି ଭିତରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଆଜି ସନ୍ଧ୍ୟା ପରଠାରୁ ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ଯେ ପର୍ଯ୍ୟନ୍ତ ଶେଷ ହିତାଧିକାରୀ ପଇସା ପାଇନାହାନ୍ତି ସେ ପର୍ଯ୍ୟନ୍ତ ଏ ପ୍ରକ୍ରିୟା ଚାଲୁ ରହିବ ।  ସେପଟେ ସୁଭଦ୍ରାକୁ ନେଇ ମହିଳାଙ୍କ ଭିତରେ ଉତ୍ସାହ । ବାଲେଶ୍ବର ବାଲିଆପାଳ ଉପ ଡାକଘରରେ ଚାଲିଛି ଆଧାର କାର୍ଡ କରେକ୍ସନ୍ ଏବଂ EKYC ସହିତ ଆଧାର କାର୍ଡ ସଂଶୋଧନ । ମୋବାଇଲ୍ ନମ୍ବରକୁ ସଂଯୋଗୀକରଣ କରିବାକୁ ପ୍ରବଳ ଭିଡ଼ ଲାଗିଛି । 
 

Sponsored
Subhadra Yojana | Argus News