Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାସ୍ତା ଖରାପ, ଅସୁସ୍ଥ ମହିଳାଙ୍କୁ ବୋହି ମେଡିକାଲରେ ଭର୍ତ୍ତି କଲେ ସୁପରଭାଇଜର

Banajyotshna Ray
Browse all articles by Banajyotshna Ray
·10 months ago·1 min read
ରାସ୍ତା ଖରାପ, ଅସୁସ୍ଥ ମହିଳାଙ୍କୁ ବୋହି ମେଡିକାଲରେ ଭର୍ତ୍ତି କଲେ ସୁପରଭାଇଜର

Key Points

ଦେବଦୂତ ସାଜିଲେ ସ୍ୱାସ୍ଥ୍ୟ ବିଭାଗ ସୁପରଭାଇଜର
ରାସ୍ତା ଖରାପ ଥିବାରୁ ଅସୁସ୍ଥ ମହିଳାଙ୍କୁ ବୋହି ମେଡିକାଲରେ କଲେ ଭର୍ତ୍ତି
ମାଥିଲିରୁ ଆସିଲା ମାନବ ସେବା ହିଁ ମାଧବ ସେବାର ଜ୍ବଳନ୍ତ ଉଦାହରଣ

ଦେବଦୂତ ସାଜିଲେ ସ୍ୱାସ୍ଥ୍ୟ ବିଭାଗ ସୁପରଭାଇଜର । ରାସ୍ତା ଖରାପ ଥିବାରୁ ଅସୁସ୍ଥ ମହିଳାଙ୍କୁ ବୋହି ମେଡିକାଲରେ କଲେ ଭର୍ତ୍ତି । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦୁର୍ଗମ ଅଞ୍ଚଳର ତୁଳସୀ ଗାଁରୁ ଅସୁସ୍ଥ ଥିବା ମହିଳାଙ୍କୁ ଭାରାରେ ବୋହି ଆଣିଛନ୍ତି ସାଲିମି ସୁପରଭାଇଜର ହରେକୃଷ୍ଣ ପାଦିକା । ତେବେ ତୁଳସୀ ଗାଁର ମଙ୍ଗଳ ଦେଇ ଦୁରୁଆଙ୍କ ଦେହ ଖରାପ ଥିଲା । ରାସ୍ତା ଖରାପ ଥିବାରୁ ଗାଁକୁ ଯାଇ ପାରିନଥିଲେ ସ୍ୱାସ୍ଥ୍ୟ ଟିମ୍ । ତେଣୁ ଅଧା ରାସ୍ତା ବୋହି ଆଣିଥିଲେ ଗାଁ ଲୋକେ । ପରେ ଗାଡି ଯାଏଁ ପ୍ରାୟ ୫ କିଲୋମିଟର ବୋହି ଆଣିଥିଲେ ସୁପରଭାଇଜର । ସେଠାରୁ ତାଙ୍କୁ ଗାଡି ଯୋଗେ ମାଥିଲି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ହେଲେ ତାଙ୍କର ସ୍ୱାସ୍ଥ୍ୟବ୍ୟସ୍ଥା ସଂକଟାପନ୍ନ ହେବାରୁ ମାଲକାନଗିରି ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନନ୍ତର କରାଯାଇଥିଲା ।


ରାଜ୍ୟର ଅନେକ ଗାଁରୁ ଏଭଳି ଦୃଶ୍ୟ ସାମ୍ନାକୁ ଆସୁଛି। ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ନଥିବାରୁ ଏଭଳି ଘଟଣା ଘଟୁଥିବା କିଛି କିଛି ଲୋକେ କହୁଥିବାବେଳେ ପୂର୍ବ ସରକାର ଥିବାବେଳେ ବଡ଼ ବଡ଼ କଥା କହି କୌଣସି କାମ କରିନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଯାହାର ପରିଣାମ ସ୍ୱରୂପ ଏଭଳି ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Supervisor Carries Sick Woman on Bad Road to Admit Her in Hospital | Argus News | Argus News