କଳାବଜାର ଆଶଙ୍କାରେ ଯୋଗାଣ ବିଭାଗର ଚଢାଉ

Key Points
- ମମତାଙ୍କ ଆଳୁ ବ୍ଲାକମେଲ୍
- କହିଲେ ଆଳୁ ଗାଡି ଛାଡିବୁନି ଓଡ଼ିଶା
- ମୁକ୍ତ ବାଣିଜ୍ୟ ଯୁଗରେ ଦେଶ ଦେଶ ଭିତରେ, ବେପାର ଉପରେ ନାହିଁ କଟକଣା
- ହେଲେ ଓଡ଼ିଶାକୁ ହଟହଟା କରି ମମତା ନେଉଛନ୍ତି ସ୍ୟାଡିଷ୍ଟିକ୍ ପ୍ଲେଜର୍
- ପୂର୍ବରୁ ଭାଇ ଲେଖିଥିଲେ ଭଉଣୀକୁ ଚିଠି
- ଏବେ ଭଉଣୀକୁ ଭାଇ କହିବେ କି ଆଳୁ କଥା ?
- ନା ବିଜେଡିକୁ ମଜା ନେବାକୁ ଛାଡି ଦେବେ
- ଲୋକଙ୍କ କଷ୍ଟରେ ଖୁସି ହେବ କି ବିଜେଡି ?
- କଳାବଜାର ଆଶଙ୍କାରେ ଯୋଗାଣ ବିଭାଗର ଚଢାଉ
- ସେପଟେ ବିଧାନସଭାରେ ବି ଆଳୁ ଝଡ଼
ଅର୍ଗସ ବ୍ୟୁରୋ: ଆଳୁକୁ ନେଇ ଅଗଷ୍ଟରେ ଅମାନିଆ ହୋଇଥିଲେ ଦିଦି । ଏବେ ପୁଣି ଆଳୁ ଗାଡି ନ ଛାଡିବାକୁ ଜିଦ । ବଙ୍ଗରେ ପଛେ ବ୍ୟବସାୟୀ କ୍ଷତି ସହନ୍ତୁ ହେଲେ ଓଡିଶାକୁ କିନ୍ତୁ ଆସିବନି ଦିଦିଙ୍କ ଆଳୁ ଗାଡି । ଅଗଷ୍ଟ ପରେ ପୁଣି ଆଳୁ ଉପରେ ମମତା କଟକଣା କରିବାରୁ ଓଡିଶାରେ ଉଚ୍ଚା ହୋଇଛି ଦର । ଦିଦିଙ୍କୁ ଜବାବ ଦେବାକୁ ଯାଇ ଉତ୍ତର ପ୍ରଦେଶରୁ ପୁଣି ଆଳୁ ମଗାଇଛନ୍ତି ରାଜ୍ୟ ସରକାର । ସୋମବାର ଉତ୍ତର ପ୍ରଦେଶରୁ 300 ଆଳୁ ଟ୍ରକ ଓଡିଶା ଆସିଛି । ଏପଟେ କଳାବଜାରୀ ଆଶଙ୍କାରେ କଟକ ଓ ଭୁବନେଶ୍ବରରେ ବିଭିନ୍ନ ଗୋଦାମରେ ଚଢାଉ କରିଛି ଯୋଗାଣ ବିଭାଗ ।
ପଶ୍ଚିମବଙ୍ଗର ବ୍ୟବସାୟୀ ଓଡ଼ିଶାକୁ ଆଳୁ ବିକିବାକୁ ଚାହୁଁଛନ୍ତି। କିନ୍ତୁ ମମତା ସରକାରଙ୍କ ଜିଦ୍ ଯୋଗୁଁ ଓଡ଼ିଶାକୁ ଆସିପାରୁନି ଆଳୁ ଟ୍ରକ୍। ବଙ୍ଗରେ ଏବେ 7 ଲକ୍ଷ ମେଟ୍ରିକ ଟନ୍ ଆଳୁ ଗଚ୍ଛିତ ଅଛି। ତାଙ୍କର ଚାହିଦା ଅତି ବେଶୀରେ 5 ଲକ୍ଷ ମେଟ୍ରିକ ଟନ୍। ଯଦି ବାକି 2 ଲକ୍ଷ ମେଟ୍ରିକ ଟନ୍ ଆଳୁ ସେମାନେ ଅନ୍ୟ ରାଜ୍ୟକୁ ନ ପଠାଉଛନ୍ତି ସବୁ ନଷ୍ଟ ହୋଇଯିବ। ଗୋଦାମରେ ଆଳୁ ନଷ୍ଟ ହେବ ଆଶଙ୍କାରେ ଆସନ୍ତା କାଲି ଠାରୁ ଧର୍ମଘଟର ଚେତାବନୀ ଦେଇଛନ୍ତି ପଶ୍ଚିମବଙ୍ଗର ବ୍ୟବସାୟୀ ସଂଘ । ଏପଟେ ଅଧିକ ଆଳୁ ନ କିଣିବାକୁ ଗ୍ରାହକଙ୍କୁ ଅନୁରେଧ କରିଛି ରାଜ୍ୟ ବ୍ୟବସାୟୀ ସଂଘ ।
ଏପଟେ ବଜାରରେ ଆଳୁ କେଉଁଠି 45 ତ କେଉଁଠି 50ରେ ବିକ୍ରି ହେଉଛି । ବିଧାନସଭାରେ ବି ଉଠିଛି ଆଳୁ ଝଡ । ଆଳୁ ଅଭାବ ନେଇ ବିଜେଡି ସରକାରଙ୍କୁ ଦାୟୀ କରିଥିବା ବେଳେ କାହିଁକି ଆଳୁ ମିଶନ ଫେଲ ହେଲା ବୋଲି ପ୍ରଶ୍ନ କରି ଜବାବ ଦେଇଛନ୍ତି ଶାସକ ଦଳର ବିଧାୟକ ।
ପୂର୍ବରୁ ଆଳୁ ପ୍ରସଙ୍ଗରେ ମମତାଙ୍କୁ ଚିଠି ଲେଖିଥିଲେ ନବୀନ । ଆଳୁ ଗାଡି ପଠାଇବାକୁ ଜୁଲାଇରେ ଅନୁରୋଧ କରିଥିଲେ ନବୀନ । ତେବେ ଭଉଣୀ ତ କଥା ଶୁଣିଲେ ନାହିଁ ବରଂ ସେତେବେଳେ ଏ ପ୍ରସଙ୍ଗକୁ ନେଇ କଟାକ୍ଷ କରିଥିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ । ଏବେ ବି ପୁଣି ଥରେ ମମତାଙ୍କ ବ୍ଲାକ ମେଲ ପରେ ଭାଇ- ଭଉଣୀ ଉପାଖ୍ୟାନ କଥା କହି କଟାକ୍ଷ କରିଛନ୍ତି ଯୋଗାଣ ମନ୍ତ୍ରୀ ।