ଧାନ କିଣା ଓ ରାସନ କାର୍ଡ ଇ-କେୱାଇସି ନେଇ ବଡ଼ ସୂଚନା ଦେଲେ ଯୋଗାଣ ମନ୍ତ୍ରୀ

ବ୍ରହ୍ମପୁର: ୪୦ରୁ ଅଧିକ ମିଲରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । କିଛି ଅଧିକାରୀଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ୍ ହୋଇଛି । ଗଞ୍ଜାମ ଗସ୍ତରେ ଯାଇଥିବା ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରାଜ୍ୟରେ ଧାନ କିଣା ନେଇ ଏହି ତଥ୍ୟ ଦେଇଛନ୍ତି । କହିଛନ୍ତି, ୯୦ ପ୍ରତିଶତ ଧାନ କିଣା ସରିଲାଣି, ଆଉ ୭ରୁ ୮ ଦିନ ଭିତରେ ଧାନ କିଣା ସରିଯିବ ।
ରାସନ କାର୍ଡ ଇ-କେୱାଇସି ପ୍ରସଙ୍ଗରେ ମଧ୍ୟ ମନ୍ତ୍ରୀ ଦେଇଛନ୍ତି ବଡ଼ ବୟାନ । ଆଇଟି ରିଟର୍ଣ୍ଣ ଦାଖଲ କରୁଥିବା ଯେଉଁ ହିତାଧିକାରୀଙ୍କର ରାସନ କାର୍ଡ କଟିଛି, ସେମାନଙ୍କର ରୋଜଗାର ସମ୍ପର୍କରେ ଫିଜିକାଲ ଭେରିଫିକେଶନ କରାଯିବ । ଯାହାର ଇନକମ୍ ଅଧିକ ଥିବ ତାର ରାସନ କାର୍ଡ କଟିବ, ଯାହାର ଇନକମ କମ୍ ଥିବ ତାର ରାସନକାର୍ଡ କଟିବ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ।
📱 Get Argus News App
✨ସେହିଭଳି ରାଜ୍ୟର ପ୍ରତ୍ୟେକ ବ୍ଲକରେ ଖୁବଶୀଘ୍ର ଶୀତଳ ଭଣ୍ଡାର ନିର୍ମାଣ କରାଯିବ । ଚାଷୀମାନେ ଅଭାବୀ ବିକ୍ରିର ଶିକାର ହେବେ ନାହିଁ । ସେଥିପାଇଁ ଖୁବଶୀଘ୍ର ଟେଣ୍ଡର ହୋଇ ପ୍ରତି ବ୍ଲକରେ ଶୀତଳଭଣ୍ଡାର କରାଯିବା ନିଷ୍ପତ୍ତି ହୋଇଛି ବୋଲି କହିଛନ୍ତି ମନ୍ତ୍ରୀ ।