Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରତି ବ୍ଲକରେ ୨୦୦ରୁ ୩୦୦ ସରକାରୀ ଚାକିରିଆ ହାତେଇଛନ୍ତି ରାସନ କାର୍ଡ: ମନ୍ତ୍ରୀ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ପ୍ରତି ବ୍ଲକରେ ୨୦୦ରୁ ୩୦୦ ସରକାରୀ ଚାକିରିଆ ହାତେଇଛନ୍ତି ରାସନ କାର୍ଡ: ମନ୍ତ୍ରୀ

ଭୁବନେଶ୍ଵର: ସରି ସରି ଆସୁଛି ଜାନୁଆରୀ । ପୁଣି ମନ୍ତ୍ରୀ ଶୁଣାଇଲେ ଚରମ ବାଣୀ । ଶୀଘ୍ର ଅଯୋଗ୍ୟ ଫେରାନ୍ତୁ ରାସନ କାର୍ଡ । ନ ହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ରାଜ୍ୟରେ ରାସନ କାର୍ଡର ଇ-କେୱାଇସି ଚାଲିଥିବା ବେଳେ ଧରା ପଡ଼ୁଛନ୍ତି ଅଯୋଗ୍ୟ ହିତାଧିକାରୀ । କିଏ ସରକାରୀ ଚାକିରି କରିଛି ତ ଆଉ କିଏ ଆୟକର ଦେଇ ହାତେଇଛନ୍ତି ରାସନ କାର୍ଡ ।


ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅନୁସାରେ, ରାଜ୍ୟର ପ୍ରତି ବ୍ଲକରେ ସରକାରୀ ଚାକିରିଆ ରାସନ କାର୍ଡ ହାତେଇଛନ୍ତି । ପ୍ରତି ବ୍ଲକରେ ପ୍ରାୟ ୨୦୦ରୁ ୩୦୦ ଜଣ ଆୟକରଦାତା ଓ ସରକାରୀ ଚାକିରିଆ ରାସନ କାର୍ଡ ରଖିଥିବା ମନ୍ତ୍ରୀ କହିଛନ୍ତି । ରାସନ କାର୍ଡ ରଖିଥିବା ଅଯୋଗ୍ୟ ହିତାଧିକାରୀ ଶୀଘ୍ର କାର୍ଡ ଫେରାଇବା ଲାଗି ମନ୍ତ୍ରୀ ପୁଣି ଥରେ ଅପିଲ୍ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ରାଜ୍ୟରେ ଚାଲିଥିବା ରାସନ କାର୍ଡ ଇ-କେୱାଇସି ଜାନୁଆରୀ ୩୧ରେ ସରିବ । ତା ପୂର୍ବରୁ ଅଯୋଗ୍ୟ ହିତାଧିକାରୀ ରାସନ କାର୍ଡ ଫେରାଇ ଦେବା ଲାଗି କହିଛନ୍ତି ଯୋଗାଣ ମନ୍ତ୍ରୀ । ୩୧ ସୁଦ୍ଧା କାର୍ଡ ନ ଫେରାଇଲେ ସରକାର ଆକ୍ସନ ନେବେ । ତା ପୂର୍ବରୁ ଅଯୋଗ୍ୟ କାର୍ଡ ଫେରାଇ ଦେଲେ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ।

Sponsored