ଅଖଣ୍ଡ ଦୀପ ଲଗାଇ ସମୀର ଦେ ଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ
·1 year ago

ଅର୍ଗସ ବ୍ୟୁରୋ:ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ସମୀର ଦେ ଅସୁସ୍ଥ ହୋଇପଡିଛନ୍ତି। ୮ ଦିନ ହେବ ସେ କଟକ ସିଡିଏ ସ୍ଥିତ ଅଶ୍ବିନୀ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥା ଅଛନ୍ତି। ଗତକାଲି ମହିଳା ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ବରେ କଟକ ନଗରର ୨୯ ନଂ ୱାର୍ଡର କାର୍ଯ୍ୟକର୍ତ୍ତାଙ୍କ ସହ ଝାଞ୍ଜିରି ମଙ୍ଗଳା ସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମା ଝାଞ୍ଜିରୀ ମଙ୍ଗଳା ପୀଠରେ ସାମୂହିକ ଭାବେ ପ୍ରଦୀପ ପ୍ରଜ୍ବଳନ କରି ଅଖଣ୍ଡ ଦୀପ ଲଗାଇ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ସଭିଏଁ। ପୂର୍ବରୁ ମା କଟକ ଚଣ୍ଡୀଙ୍କ ନିକଟରେ କଟକ ନଗର ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରବୀଣା ମହାପାତ୍ର ଏବଂ ତାଙ୍କ ଟିମ୍ ସାମୁହିକ ଦୀପ ଦାନ କରିଥିଲେ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: