Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ

Odisha

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ

ଅର୍ଗସ ବ୍ୟୁରୋ: ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣା । ହସ୍ତକ୍ଷେପ କଲେ ସର୍ବୋଚ୍ଚ ଅଦାଲତ । ୪ସପ୍ତାହ ମଧ୍ୟରେ ସମସ୍ତ ଶୁଣାଣି ସାରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ଚାରି ସପ୍ତାହ ମଧ୍ୟରେ ସମସ୍ତ ସାକ୍ଷ୍ୟ ଗ୍ରହଣ କରି ଶୁଣାଣି ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।


୨୦୧୮ ଫେବ୍ରୁଆରୀ ମାସରେ ହୋଇଥିଲା ପାର୍ସଲ ବୋମା ବିସ୍ଫୋରଣ । ଏହି ମାମଲା ପାଟଣାଗଡ଼ ଅତିରିକ୍ତ ଜିଲ୍ଲା ଦୌରା ଜଜ କୋର୍ଟରେ ବିଚାରାଧିନ ରହିଛି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ପକ୍ଷରୁ ସୁପ୍ରିମ କୋର୍ଟରେ ଜାମିନ ଆବେଦନ କରାଯାଇଥିଲା । ପୁଞ୍ଜିଲାଲଙ୍କ ଆବେଦନକୁ ବିଚାର କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହା ପୂର୍ବରୁ ଗତ ସେପ୍ଟେମ୍ବରରେ କ୍ରାଇମବ୍ରାଞ୍ଚର ତତ୍କାଳୀନ ଆଇଜି ଆଇପିଏସ୍ ଅରୁଣ ବୋଥ୍ରା ପାଟଣାଗଡ଼ କୋର୍ଟରେ ହାଜର ହୋଇ ତଥ୍ୟ ଉପସ୍ଥାପନ କରିଥିଲେ । କୋର୍ଟଙ୍କୁ ପ୍ରଦାନ କରିଥିଲେ ପୁଞ୍ଜିଲାଲ କରିଥିବା ଡେମୋର ଭିଡିଓ ।

Painting
Sponsored
Supreme Court Directs To Quick Finish Hearings Of Patnagarh Blast Case | Argus News