Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - EVM ବଦଳରେ ବାଲାଟ୍ ପେପର ବ୍ୟବହାର ଆବେଦନ ସୁପ୍ରିମକୋର୍ଟରେ ଖାରଜ

Odisha

EVM ବଦଳରେ ବାଲାଟ୍ ପେପର ବ୍ୟବହାର ଆବେଦନ ସୁପ୍ରିମକୋର୍ଟରେ ଖାରଜ

Rashmita Mishra
Browse all articles by Rashmita Mishra
·1 year ago
EVM ବଦଳରେ ବାଲାଟ୍ ପେପର ବ୍ୟବହାର ଆବେଦନ ସୁପ୍ରିମକୋର୍ଟରେ ଖାରଜ

ଅର୍ଗସ ବ୍ୟୁରୋ: ଦେଶରେ ହେଉଥିବା ନିର୍ବାଚନରେ ଇଭିଏମ୍ ବଦଳରେ ବାଲାଟ ପେପର ବ୍ୟବହାର କରିବାକୁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ସୁପ୍ରିମକୋର୍ଟ ଏ ଉପରେ ଏକ ଶୁଣାଣି କରି ଆବେଦନକୁ ଖାରଜ କରିବା ସହ ଶକ୍ତ ଟିପ୍ପଣୀ କରିଛନ୍ତି। କୋର୍ଟ କହିଛନ୍ତି ଜିତିଲେ ଇଭିଏମ ଟାମ୍ପରିଂ ହୁଏନି, ହାରିଲେ ଇଭିଏମ ଟାମ୍ପରିଂ ହୋଇଥାଏ। ନିର୍ବାଚନରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ତଥା ଇଭିଏମ ପରିବର୍ତ୍ତେ ବାଲାଟ ପେପର୍ ବ୍ୟବହାର କରିବାକୁ ଆବେଦନକାରୀ କେ.ଏ ପାଲ୍ ଆବେଦନ କରିଥିଲେ। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ବିକ୍ରମ ନାଥ ଏବଂ ପିବି ବାରଲେଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହା ଉପରେ ଶୁଣାଣି କରି ଆବେଦନକୁ ଖାରଜ କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Supreme Court dismisses plea to use ballot papers instead of EVM | Argus News