Videos
|
Odisha

No Paid menstrual leave / ମହିଳାଙ୍କୁ ମିଳିବ ନାହିଁ ବାଧ୍ୟତାମୂଳକ ରୁତୁସ୍ରାବ ଛୁଟି,ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

Bikash Mohanty
Browse all articles by Bikash Mohanty
·4 months ago·2 min read
ମହିଳାଙ୍କୁ  ମିଳିବ ନାହିଁ ବାଧ୍ୟତାମୂଳକ ରୁତୁସ୍ରାବ ଛୁଟି,ଆବେଦନ ଖାରଜ କଲେ  ସୁପ୍ରିମକୋର୍ଟ
menstrual leave

Key Points

ମହିଳାଙ୍କୁ ମିଳିବ ନାହିଁ ବାଧ୍ୟତାମୂଳକ ରୁତୁସ୍ରାବ ଛୁଟି
ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ
ବାଧ୍ୟତାମୂଳକ ଛୁଟି ମହିଳାଙ୍କୁ ପଛରେ ପକାଇପାରେ
ମହିଳାଙ୍କୁ ମିଳିବ ନାହିଁ ବାଧ୍ୟତାମୂଳକ ରୁତୁସ୍ରାବ ଛୁଟି। ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ। ବାଧ୍ୟତାମୂଳକ ଛୁଟି ଦିଆଗଲେ ଭବିଷ୍ୟତରେ କମିବ ମହିଳା କର୍ମଚାରୀଙ୍କ ସଂଖ୍ୟା। ପ୍ରତିଯୋଗିତା ମୂଳକ ସମୟରେ ବାଧ୍ୟତାମୂଳକ ଛୁଟି ମହିଳାଙ୍କୁ ପଛରେ ପକାଇପାରେ ଦର୍ଶାଇ ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ।
ଏପଟେ ନିଯୁକ୍ତିଦାତା କହିଛନ୍ତି କର୍ମଚାରୀଙ୍କୁ ଛୁଟି ନୂହେଁ ବରଂ ଉଚିତ୍ ପରିବେଶ ଯୋଗାଇଦେବା ଆବଶ୍ୟକ।

ମହିଳା କର୍ମଚାରୀ ଙ୍କୁ ମିଳିବ ନାହିଁ ମାସିକ ରୁତୁସ୍ରାବ ଜନିତ ଛୁଟି. ସାଧରଣ ଦିନ ଭଲି ପିରିୟଡ ସମୟରେ ବି ମହିଳା ମାନେ କରିବେ ଅଫିସ କାମ. ମହିଳା କର୍ମଚାରୀଙ୍କ ବାଧ୍ୟତାମୂଳକ ପିରିୟଡ ଛୁଟି ଉପରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ. ସୁପ୍ରିମକୋର୍ଟ ଦର୍ଶାଇଛନ୍ତି ମହିଳା ମାନଙ୍କୁ ଆଇନତଃ ବାଧ୍ୟତାମୂଳକ ଛୁଟି ଦିଆଗଲେ ଆଗକୁ ଦେଖାଦେଇପାରେ ସଙ୍କଟ। ଘରୋଇ କମ୍ପାନୀ ମାନେ ମହିଳାଙ୍କୁ ନିଯୁକ୍ତି କ୍ଷେତ୍ରରେ ପ୍ରାଥମିକତା ଦେବାରୁ ବଞ୍ଚିତ କରିବେ। ପ୍ରତିଯୋଗୀତା ମୂଳକ ସମୟରେ ମହିଳାଙ୍କ ଏହି ଛୁଟି ସେମାନଂକ କ୍ୟାରିୟର ବଡ ଅଙ୍କୁଶ ଲଗାଇପାରେ। ଆଇନତଃ ଏହି ଛୁଟି ବାଧ୍ୟତାମୂଳକ କରାଗଲେ ନିଯୁକ୍ତିଦାତା ସେମାନଂକୁ ଭିନ୍ନ ଦୃଷ୍ଟିକୋଣର ଦେଖି ପାରନ୍ତି। ଏବଂ ବିଭିନ୍ନ କ୍ଷେତ୍ରରେ ମହିଳା ମାନେ ଚାକିରି କ୍ଷେତ୍ରରେ ବଞ୍ଚିତ ହେବାରେ ବଡ ଆଶଙ୍କା ଅନୁଭବ କରି ଏହିଭଲି ଆବେଦନ କୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ।
ଏହି ନିଷ୍ପତ୍ତି କୁ ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି. ପ୍ୟାଡ ଓମେନ୍ ତଥା Menstrural ଏଜୁକେଟର ଅନୁଶ୍ରୀ ଦାସ ଏହାକୁ ପ୍ରଶଂସା କରି କହିଛନ୍ତି ଘରୋଇ କମ୍ପାନୀ ମାନେ ମହିଳାଙ୍କୁ ଛୁଟି ନ ଦିଅନ୍ତୁ। କିନ୍ତୁ ମହିଳା ମାନଙ୍କୁ ଉପଯୁକ୍ତ ପରିବେଶ ଯୋଗାଇ ଦିଅନ୍ତୁ। ସ୍ଵଚ୍ଛ ଶୌଚାଳୟ ସହ ଏକ ସୌହାର୍ଦ୍ଦପୂର୍ଣ ପରିବେଶ ଯୋଗାଇଦେବା କୁ କମ୍ପାନୀ ମାନବସମ୍ବଳ ଅଧିକାରୀ ମାନେ ପ୍ରତିବଦ୍ଧ ହୁଅନ୍ତୁ। ଏହା ହିଁ ମହିଳାଙ୍କୁ ଉଚିତ୍ ସମ୍ମାନ ହେବ।
  
କର୍ପୋରେଟ ସଂସ୍ଥାରେ ମହିଳାଙ୍କ ଭୂମିକା ବଢୁଥିବା ବେଳେ ଏବେ ପିରିୟଡ ଛୁଟି ଗୁରୁତ୍ୱପୂର୍ଣ୍ଣ ବିଷୟ ନୂହେଁ ବୋଲି କହିଛନ୍ତି କର୍ମଚାରୀ। ମହିଳା କର୍ମଚାରୀଙ୍କ କହିବା କଥା ମହିଳା ମାନେ ସାମ୍ପ୍ରତିକ କ୍ଷେତ୍ରରେ ଏହି ଦିଗକୁ ନେଇ ବିଶେଷ ବିଚାର ବିମର୍ଷ କରିବା ଆବଶ୍ୟକତା ନାହିଁ। ଏହି ଛୁଟି ମହିଳାଙ୍କୁ ଏକ ନେଗେଟିଭ ଦୃଷ୍ଟିଭଙ୍ଗୀ ଭାବେ ପ୍ରତିତ କରିପାରେ। ସେପଟେ ନିଯୁକ୍ତିଦାତା କହିଛନ୍ତି ଘରୋଇ କମ୍ପାନୀ ମାନେ ମହିଳାଙ୍କୁ ପିରିୟଡ ଲିଭ ପରିବର୍ତେ କିଛିଟା ରିଲାକ୍ସ ସେସନ୍ ଦେବା ଆବଶ୍ୟକ।
ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ମହିଳାଙ୍କ ଭାଗୀଦାରୀ ତା ଉପରେ ପ୍ରଶ୍ନ ନ ଉଠୁ ତାକୁ ନେଇ ସୁପ୍ରିମକୋର୍ଟ ଦେଇଛନ୍ତି ଏଭଲି ନିଷ୍ପତି।

ଏଥିସହ ପଢ଼ନ୍ତୁ: ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ଉପରେ କୋର୍ଟର ପ୍ରଶ୍ନ କହିଲେ...






Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
No Paid menstrual leave | Supreme Court Rejects Petition for Mandatory Menstrual Leave in India | Argus News