Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମାହାଙ୍ଗା ଡବଲ ମର୍ଡର: ବଢ଼ିଲା ପ୍ରତାପ ଜେନାଙ୍କ ଅଡ଼ୁଆ, ନୋଟିସ୍ ଜାରି କଲେ ସର୍ବୋଚ୍ଚ ନ୍ୟାୟାଳୟ

Odisha

ମାହାଙ୍ଗା ଡବଲ ମର୍ଡର: ବଢ଼ିଲା ପ୍ରତାପ ଜେନାଙ୍କ ଅଡ଼ୁଆ, ନୋଟିସ୍ ଜାରି କଲେ ସର୍ବୋଚ୍ଚ ନ୍ୟାୟାଳୟ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ମାହାଙ୍ଗା ଡବଲ ମର୍ଡର: ବଢ଼ିଲା ପ୍ରତାପ ଜେନାଙ୍କ ଅଡ଼ୁଆ, ନୋଟିସ୍ ଜାରି କଲେ ସର୍ବୋଚ୍ଚ ନ୍ୟାୟାଳୟ

Key Points

ମାହାଙ୍ଗା ଡବଲ୍ ମର୍ଡର ମାମଲା

ବଢ଼ିଲା ପ୍ରତାପ ଜେନାଙ୍କ ଅଡ଼ୁଆ

ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

ଅର୍ଗସ ବ୍ୟୁରୋ: ଆଇନ୍ ଜାଲରେ ପୁଣି ଛନ୍ଦି ହେଲେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା । ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ହାଇକୋର୍ଟରୁ ପ୍ରତାପଙ୍କୁ ମିଳିଥିଲା କ୍ଲିନ୍‌ଚିଟ୍ । ଏବେ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ । ୪ ସପ୍ତାହ ପରେ ସର୍ବୋଚ୍ଚ ନ୍ୟାୟାଳୟରେ ହେବ ମାହାଙ୍ଗା ଡବଲ ମର୍ଡର ମାମଲାର ଶୁଣାଣି ।


ନିମ୍ନ ଅଦାଲତରେ ସାକ୍ଷୀଙ୍କ ବୟାନ ରେକର୍ଡ ସତ୍ୟପାଠ ଜରିଆରେ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ହାଇକୋର୍ଟ ପ୍ରତାପ ଜେନାଙ୍କୁ ଦେଇଥିବା କ୍ଲିନ୍‌ଚିଟ୍‌କୁ ବିରୋଧ କରି ସୁପ୍ରିମକୋର୍ଟ ଯାଇଛନ୍ତି ମୃତକ କୁଳମଣି ବରାଳଙ୍କ ପୁଅ ରଞ୍ଜିତ କୁମାର ବରାଳ । କିଛି ମାସ ପୂର୍ବରୁ ପ୍ରତାପଙ୍କ ବିରୋଧରେ ଅପରାଧିକ ମାମଲା ଚାଲିବା ପାଇଁ ନିମ୍ନ ଅଦାଲତ ଦେଇଥିବା ରାୟକୁ ରଦ୍ଦ କରିଥିଲେ ହାଇକୋର୍ଟ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ମାହାଙ୍ଗ ବ୍ଲକ ଅଧ୍ୟକ୍ଷ ତଥା ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ୨୦୨୧ ଜାନୁଆରୀ ୨ରେ ହତ୍ୟା କରାଯାଇଥିଲା । ଉଭୟ ବାଇକ୍‌ରେ ଘରକୁ ଫେରିଥିବା ବେଳେ ଅତି ବୀଭତ୍ସ ଭାବେ ହତ୍ୟା କରିଥିଲେ ଦୁର୍ବୃତ୍ତ । ମାମଲାରେ ୨୦୨୪ ଅଗଷ୍ଚ ୨୮ରେ ସାଲେପୁର ଅତିରିକ୍ତ ଜିଲ୍ଲା ଦୌରାଜଜ ମାମଲାରେ ୯ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇବା ସହ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ ।

Argus Whatsapp Channel Mobile Top
Sponsored
Supreme Court Summons Pratap Jena In Mahanga Double Murder | Argus News