ପାଠପଢାରେ ଯେମିତି ମଡେଲିଂରେ ବି ସେମିତି

ବୌଦ୍ଧ: ପାଠପଢାରେ ଯେମିତି ମଡେଲିଂରେ ବି ସେମିତି l ପିଲାଟି ଦିନରୁ ମଡେଲିଂ କରିବା ସୌକ ଆଜି ତାହା ସଫଳ ହୋଇଛି ଏବଂ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ବୌଦ୍ଧର ସୁନା ଝିଅ ସୁପ୍ରିୟା l ପାଠପଢା ରୁ ସମୟ ବାହାର କରି ଦୃଢ ଇଛା ବଳରେ ସଫଳତା ହାସଲ କରି ଗ୍ଲୋବାଲ ମୋଡେଲ ମିସ ଇଣ୍ଡିଆ ବିଜେତା ହୋଇଛନ୍ତି ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଗ୍ରାମର ସୁପ୍ରିୟା ମିଶ୍ର l ଗତ 2022 ମସିହାରେ ସୋନପୁର ଠାରେ ଅନୁଷ୍ଠିତ ଏକ ମଡେଲ ପ୍ରତିଯୋଗିତାରେ ସେ ଭାଗ ନେଇ ୱିନର ହୋଇଥିଲେ।ସେହିଦିନ ଠାରୁ ତାଙ୍କ ଆଗ୍ରହ ଆହୁରି ବଢ଼ି ଯାଇଥିଲା। ଗ୍ଲୋବାଲ ମଡେଲ ପ୍ରତିଯୋଗିତାରେ ଅଂଶ ଗ୍ରହଣ ପାଇଁ ସେ ଆବେଦନ କରିଥିଲେ।
ଗତ ଅକ୍ଟୋବର 26 ତାରିଖରେ ଭୁବନେଶ୍ଵର ଖାରବେଳନଗର ଏସ ଏସ ଷ୍ଟୁଡିଓ ରେ ଏନେଇ ଅନୁଷ୍ଠିତ ଅଡିସନ୍ ରେ 50 ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ସେ ବିଜେତା ହୋଇ ଫାଇନାଲ ରାଉଣ୍ଡକୁ ଯାଇଥିଲେ । ଚଳିତ ମାସ 24 ତାରିଖରେ ମହାରାଷ୍ଟ୍ର ସାଙ୍ଗଲି ସହରରେ ଫିନାଲେ ଅନୁଷ୍ଠିତ ହୋଇଥିଲା l
ସାରା ଭାରତ ରୁ ମୋଟ 40 ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ ସେଥିରେ ସୁପ୍ରିୟା ମିଶ୍ର ଗ୍ଲୋବାଲ ମୋଡେଲ ମିସ ଇଣ୍ଡିଆ ୱିନର ହୋଇଛନ୍ତି । ବାପା ଦେବେନ୍ଦ୍ର ମିଶ୍ରଙ୍କ ଆଶୀର୍ବାଦ ମା କଲ୍ୟାଣୀ ମିଶ୍ର ଙ୍କ ବିଶେଷ ସହଯୋଗ ଓ ପ୍ରେରଣା ଏବଂ ତାଙ୍କ ମୋଡେଲ ଗୁରୁ ଙ୍କ ତାଲିମ ଏହି ବିଜୟ ପଛର ଶ୍ରେୟ ତଥା ଅବଦାନ ବୋଲି ସୁପ୍ରିୟା କହିଛନ୍ତି । ଆସନ୍ତା ମାର୍ଚ୍ଚ 28 ତାରିଖରେ ନେପାଲରେ ହେବାକୁ ଥିବା ଗ୍ଲୋବାଲ ଓମେନ୍ ମୋଡେଲ ଇଣ୍ଟରନେସନାଲ 2024ରେ ଭାରତ ତରଫରୁ ସେ ଏକ ମାତ୍ର ପ୍ରତିନିଧିତ୍ଵ କରିବାକୁ ମନୋନୀତ ହୋଇଛନ୍ତି । ନେପାଲ ରେ ମଧ୍ୟ ସେ ୱିନର ମୁକୁଟ ପିନ୍ଧି ନିଜ ଗ୍ରାମ,ଜିଲ୍ଲା,ପ୍ରଦେଶ ତଥା ଦେଶ ର ନାମ ଗୌରବାନିତ୍ଵ କରିବେ ଦୃଢ଼ ଆଶା ରଖିଥିବା କହିଛନ୍ତି । ସୁପ୍ରିୟାଙ୍କ ଏହି ସଫଳତା ପାଇଁ ତାଙ୍କର ସାଙ୍ଗ, ବନ୍ଧୁବାନ୍ଧବ, ସୋନପୁର ସୁକାନ୍ତି ଏକାଡେମୀ ର ତାଙ୍କ ଯୁକ୍ତ ଦୁଇ ସହପାଠୀ, ଅନେକ ଅନୁଷ୍ଠାନ ର ମୁଖ୍ୟମାନେ ତାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ଶୁଭେଚ୍ଛା ଜ୍ଞାପନ କରିବା ସହ ଶୁଭକାମନା ଜଣାଇଥିଲେ।
ଅଧିକ ଦେଖନ୍ତୁ :