Videos
|
Odisha

ଓଏଚପିସି ଚେୟାରମ୍ୟାନ ପଦରୁ ଇସ୍ତଫା ଦେଲେ ସୁରେଶ ଚନ୍ଦ୍ର ମହାପାତ୍ର

Smruti Parija
Browse all articles by Smruti Parija
·2 years ago·1 min read
ଓଏଚପିସି ଚେୟାରମ୍ୟାନ ପଦରୁ ଇସ୍ତଫା ଦେଲେ ସୁରେଶ ଚନ୍ଦ୍ର ମହାପାତ୍ର

ଭୁବନେଶ୍ୱର: ଓଏଚପିସି ଚେୟାରମ୍ୟାନ ପଦରୁ ଇସ୍ତଫା ଦେଇଛନ୍ତି ସୁରେଶ ଚନ୍ଦ୍ର ମହାପାତ୍ର। ସେ ତାଙ୍କର ଇସ୍ତପା ପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପଠାଇଛନ୍ତି। ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ  ଓଏଚପିସିର ଚେୟାରମ୍ୟାନ ଭାବେ ନିଯୁକ୍ତି ଦେଇଥିଲେ ବିଦାୟୀ ସରକାର ।

ନିର୍ବାଚନ ତାରିଖ ଘୋଷଣା ହେବା ପରେ ପୂର୍ବତନ ମିଶନଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କ ନାଁରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇ ବିଭାଗ ବଦଳାଯାଇଥିଲା । କିନ୍ତୁ ସୁଜାତା ବିଜେଡି ପାଇଁ କାମ କରିବା ବନ୍ଦ କରିନଥିଲେ । କଥା ହେଲା ବିଜେଡି ସରକାର ଆସିବା ପରେ ପୁଣି ତାଙ୍କର ଦବଦବା ବଢିଥାଆନ୍ତା । ହେଲେ ବିଜେଡି ସରକାର ଯିବା ପରେ ସୁଜାତାଙ୍କ ସମେତ ଅନେକ ଅଫିସର ଚିନ୍ତାରେ । କାରଣ କେତେବେଳେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ସେକଥା କେହି ବି ଜାଣିନାହାନ୍ତି । ବୋଧହୁଏ ସେଇଥି ଲାଗି ଅଧିକାଂଶ ଅଫିସର ଏବେ ଛୁଟିରେ । 


ସୁଜାତାଙ୍କ ପୂର୍ବରୁ ତୃତୀୟ ମହଲାର ପ୍ରଭାବଶାଳୀ ଅଫିସର ଡିଏସ୍ କୁଟ୍ଟେ ଓ ଆଶିଷ ସିଂହଙ୍କୁ ସେଠାରୁ ହଟାଇ ଦିଆଯାଇଥିଲା । ଏମାନଙ୍କ ପରେ ଆର୍.ବାଲାକ୍ରିଷ୍ଣନ, ସୁରେଶ ମହାପାତ୍ର ଓ ମନୋଜ ମିଶ୍ର ନିଜ ନିଜ ପଦରୁ ଇସ୍ତଫା ଦେଇଥିଲେ । ତେବେ ଆଗାମୀ ଦିନରେ ଆଉ କିଏ କିଏ ଚାକିରି ଛାଡୁଛନ୍ତି ତାହାକୁ ନଜର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Suresh Chandra Mohapatra resigned from the post of OHPC Chairman | Argus News