Third Degree Allegation / ପୋଲିସ କାହିଁକି ସୁଶାନ୍ତଙ୍କୁ ସପ୍ତାହେ ଧରି ଦେଉଥିଲା ଥାର୍ଡ ଡିଗ୍ରୀ…୩ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ
·3 months ago·2 min read

Key Points
କବିସୂର୍ଯ୍ୟନଗର ହାଜତ ମୃତ୍ୟୁ ମାମଲାରେ ଏବେ ସାମ୍ନାକୁ ଆସିଛି ସବୁଠାରୁ ବଡ଼ ଚାଞ୍ଚଲ୍ୟକର ଖୁଲାସା
କବିସୂର୍ଯ୍ୟନଗର ହାଜତ ମୃତ୍ୟୁ ମାମଲାରେ ଏବେ ସାମ୍ନାକୁ ଆସିଛି ସବୁଠାରୁ ବଡ଼ ଚାଞ୍ଚଲ୍ୟକର ଖୁଲାସା । ଘଟଣାର Exclusive FIR କପି ଏବେ ‘ଅର୍ଗସ’ ହାତରେ । ପୋଲିସର ବର୍ବରତା ଓ ମିଥ୍ୟା ସାମ୍ରାଜ୍ୟର ପୋଲ୍ ଖୋଲି ଦେଇଛି ଏହି ସରକାରୀ ଦସ୍ତାବିଜ୍ । ଆଶ୍ଚର୍ଯ୍ୟର କଥା ହେଲା, ପୋଲିସ ଉପରେ ଆକ୍ରମଣ ଅଭିଯୋଗରେ ଖୋଦ୍ ଆଇପିଏସ ଅଫିସର ନୀତେଶ ମିଶ୍ର ଦେଇଥିବା FIRରେ ମୃତ ସୁଶାନ୍ତ ସାହୁଙ୍କ ନାଁ ହିଁ ନାହିଁ । ତେବେ ପ୍ରଶ୍ନ ଉଠୁଛି, ଯଦି ସୁଶାନ୍ତ ଘଟଣାସ୍ଥଳରେ ନଥିଲେ, ତେବେ କେଉଁ ଆଧାରରେ ତାଙ୍କୁ ଉଠାଇ ଆଣି ସପ୍ତାହେ ଧରି ଥାନାରେ ବେଆଇନ ଭାବେ ଅଟକ ରଖି ଗୋରୁ ମାଡ଼ ମରାଗଲା ? କାହିଁକି ତାଙ୍କୁ ଥାର୍ଡ ଡିଗ୍ରୀ ଦିଆଗଲା ?
ଏହାସହ ପଢ଼ନ୍ତୁ: ଟ୍ରେନ୍ ପାଲଟିଲା ରଣକ୍ଷେତ୍ର: ସିଟ୍ ପାଇଁ ଟ୍ରେନ୍ରେ ହତ୍ୟାକାଣ୍ଡ
ଗତ ୨୦ ତାରିଖରେ ପୋଲିସ ଟିମ ଉପରେ ଆକ୍ରମଣ ହୋଇଥିବା ନେଇ ଖୋଦ ଆଇପିଏସ ନୀତେଶ ମିଶ୍ରା ଅଭିଯୋଗ କରିଥିଲେ। ନଜର ପକାନ୍ତୁ କଣ ଅଛି ଏହି କପିରେ। ଏଥିରେ ସ୍ପଷ୍ଟଭାବେ ଲେଖା ଅଛି ୨୦ ତାରିଖ ରାତିରେ ସୁବଳୟା ଗାଁ ପାଖରେ ଥିବା ପଥର ଖାଦାନରେ ୪ ଜଣ ବ୍ୟକ୍ତି ହୋମଗାର୍ଡ କୃଷ୍ଣଚନ୍ଦ୍ର ପ୍ରଧାନଙ୍କୁ ଆକ୍ରମଣ କରିଥିଲେ। ସେମାନେ ହେଲେ ଦିଲ୍ଲୀପ ସାହୁ, ବସନ୍ତ ସାହୁ, ଈଶ୍ୱର ସାହୁ ଓ ପ୍ରତିମା ସାହୁ। କୌଣସି ସ୍ଥାନରେ ସୁଶାନ୍ତ ସାହୁଙ୍କ ନା ହିଁ ନାହିଁ। ଏଥିରୁ ସ୍ପଷ୍ଟ ଯେ ସୁଶାନ୍ତ ଘଟଣାସ୍ଥଳରେ ହିଁ ନଥିଲେ। ବଡ଼ ପ୍ରଶ୍ନ, ପୋଲିସ କାହିଁକି ସୁଶାନ୍ତଙ୍କୁ ସପ୍ତାହେ ଧରି ଥାନାରେ ବେଆଇନ ଭାବେ ଅଟକ ରଖି ଥାର୍ଡ ଡିଗ୍ରୀ ଦେଇଥିଲା। ଅନ୍ୟପକ୍ଷରେ ଆଇପିଏସ ନୀତେଶ ମିଶ୍ରାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଥିବା ସତ୍ତ୍ବେ ତାଙ୍କୁ ବଦଳି ନୁହେଁ ନିଲମ୍ବନ କରାଯାଉ ବୋଲି ପରିବାରଲୋକେ ଦାବି କରିଛନ୍ତି ।
ଅନ୍ୟପକ୍ଷେ IPS ନୀତେଶ ମିଶ୍ରଙ୍କ ଦବଙ୍ଗଗିରି ବିଷୟରେ । FIR ରେ ନାଁ ଥିବା ବସନ୍ତ ସାହୁଙ୍କ ଝିଅ ତଥା ସୁଶାନ୍ତଙ୍କ ଝିଆରୀ ଶ୍ରୁତି ସାହୁ କହିଛନ୍ତି, 20 ତାରିଖରେ ଯେତେବେଳେ ପୋଲିସ ବିନା ୟୁନିଫର୍ମରେ ପଥରଖାଦାନକୁ ଯାଇଥିଲେ ସେଠାରେ ବାପା ବସନ୍ତ ସାହୁ ଏବଂ ମାଆ କାମ କରୁଥିଲେ। ପ୍ରଥମେ ପୋଲିସ ମାଆଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ସହ ଅଶ୍ଳୀଳ ଭାଷାରେ ଗାଳି ଦେଇଥିଲେ। ତେଣୁ ବସନ୍ତ ସାହୁ ପୋଲିସକୁ ବିରୋଧ କରିଥିଲେ। ପରେ ଘରକୁ ଆସି ବସନ୍ତ ସାହୁକୁ ପୋଲିସ ଉଠାଇନେଇଥିଲେ। ସେତେବେଳେ ପୋଲିସ ପଚାରିଥିଲା ବାପା କୁଆଡେ ଯାଇଛନ୍ତି । ଛାତିକୁ ବନ୍ଧୁକ ଦେଖାଇବାକୁ ପଛେଇନଥିଲେ IPS ନୀତେଶ ମିଶ୍ର।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ଏହି ଘଟଣାରେ ଗଞ୍ଜାମ ଜିଲ୍ଲାପାଳ ଓ ଏସପିଙ୍କୁ ରିପୋର୍ଟ ମାଗିଲେ ଜାତୀୟ ମାନବ ଅଧିକାର ଆୟୋଗ । ୩ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି। ଦକ୍ଷିଣାଞ୍ଚଳ ଆଇଜି ନୀତିଶେଖର କହିଛନ୍ତି, CCTV ମଧ୍ୟ ତଦନ୍ତ ପରିସର ଭୁକ୍ତ ହେବ। ତଦନ୍ତ ପରେ କାର୍ଯ୍ୟନୁଷ୍ଠାନ ନିଆଯିବ। ସେପଟେ ସୁଶାନ୍ତ ଙ୍କ ମୃତଦେହ ବ୍ୟବଛେଦ ପରେ ବିଭିନ୍ନ ବାୟୋଲଜିକାଲ ଏଭିଡେନ୍ସ ସହ ଭିସେରା ପାଇଁ ମଧ୍ୟ ସାମ୍ପଲ ପଠାଯାଇଛି। ଶରୀରରେ ଆଘାତ ହୋଇଛି। ଖୁବଶୀଘ୍ର ରିପୋର୍ଟ ଆସିବ ବୋଲି କହିଛନ୍ତି MKCG ସୁପରିଣ୍ଟେଣ୍ଡେଣ୍ଟ।
Related Topics
Explore more stories