|
logo
Live
Argus News App
GET APP

Argus News - ମାଟିରେ ମିଶିଲା ବାଂଲାଦେଶୀଙ୍କ ମଦ୍ରାସା

Odisha

Suspected Bangladeshi / ମାଟିରେ ମିଶିଲା ବାଂଲାଦେଶୀଙ୍କ ମଦ୍ରାସା

Banajyotshna Ray
Browse all articles by Banajyotshna Ray
·4 months ago·2 min read
ମାଟିରେ ମିଶିଲା ବାଂଲାଦେଶୀଙ୍କ ମଦ୍ରାସା

Key Points

ଜଗତସିଂହପୁରରେ ଏକ ଭଡ଼ା ଘରେ ୩୦ରୁ ଅଧିକ ବାଂଲାଦେଶୀଙ୍କୁ ଧରିଛି ପୋଲିସ
ଏହାସହ ସନ୍ଦିଗ୍ଧ ବାଂଲାଦେଶୀଙ୍କ ଘର ଭାଙ୍ଗିଛି ପ୍ରଶାସନ
ଭଙ୍ଗାଗଲା ସନ୍ଦିଗ୍ଧ ବାଂଲାଦେଶୀଙ୍କ ଘର। ଏକ ଭଡ଼ା ଘରେ ୩୦ରୁ ଅଧିକ ବାଂଲାଦେଶୀ ରହୁଥିଲେ। ଜଗତସିଂହପୁରରେ ବଡ଼ ଧରଣର ଚଢ଼ାଉ । ସଦର ଥାନା ଅନ୍ତର୍ଗତ ବେହେରାମ୍ ବସ୍ତିରେ ପୋଲିସ ଚଢ଼ାଉ କରିଛି। ଚଢ଼ାଉ କରି ୨ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଅଟକ ରଖିଛି ପୋଲିସ। ତା’ସହ ବିପୁଳ ମାରଣାସ୍ତ୍ର ଏବଂ ବନ୍ଧୁକକୁ ପୋଲିସ ଜବତ କରିଛି। ଦୁଇ ଜଣ ମହିଳା କୋର୍ଟ ଚାଲାଣ କରାଯାଇଛି। ଆଉ ଦୁଇ ଜଣ ଅଟକ ଅଛନ୍ତି। ତାଙ୍କ ପାଖରୁ ତଥ୍ୟ ସଂଗ୍ରହ କରାଯିବ। ଖୁବ୍ ଶୀଘ୍ର ସମସ୍ତ ତଥ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଚଢ଼ାଉ ବେଳେ ପୋଲିସ ଏବଂ ସନ୍ଦିଗ୍ଧ ବାଂଲାଦେଶୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା। ଏକ ଭଡ଼ା ଘରେ ୩୦ରୁ ଅଧିକ ସନ୍ଦିଗ୍ଧ ବାଂଲାଦେଶୀରେ ରହୁଥିଲେ ବୋଲି ପୋଲିସ ସୂଚନା ପାଇଥିଲା । ଘଟଣାସ୍ଥଳରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ତେବେ ଚଢ଼ାଉ ବେଳେ ୧୦ରୁ ଅଧିକ ପରିବାର ଘଟଣାସ୍ଥଳରୁ ଖସିଯାଇଥିବା ସୂଚନା ମିଳିଛି। ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଜଗତସିଂହପୁର ଏସପି ଅଙ୍କିତ କୁମାର ବର୍ମା। ଫେରାର ହୋଇଯାଇଥିବା ଲୋକଙ୍କୁ ଖୁବଶୀଘ୍ର ଧରାଯିବ ବୋଲି କହିଛନ୍ତି ଏସପି। ଏହାସହ ଏତେ ମାରଣାସ୍ତ୍ର କେଉଁଠାରୁ ଆଣିଲେ, ସେମାନଙ୍କର ଉଦ୍ଦେଶ୍ୟ କଣ ଥିଲା ତାହା ତଦନ୍ତରୁ ଜଣାପଡ଼ିବ।


ତିଆରି ହେଉଛନ୍ତି ଆତଙ୍କବାଦୀ। ହିନ୍ଦୁ ବିରୋଧୀଙ୍କ ସଂଖ୍ୟାକୁ ବଢ଼ା ଯାଉଛି। ଜଗତସିଂହପୁରରୁ ତିଆରି ହେଉଛି ଓଡ଼ିଶାକୁ ଅକ୍ତିଆର କରିବାର ଷଡ଼ଯନ୍ତ୍ର। ଆକ୍ରମଣ ପାଇଁ ହେଉଥିଲା ବଡ଼ ପ୍ଲାନ୍‌। ଜଗତସିଂହପୁରରୁ ଆସି ପୁରା ଓଡ଼ିଶାରେ ଆତଙ୍କ ଖେଳାଇଥାନ୍ତେ। ବେଆଇନ ଭାବରେ ପରିଚୟ ଲୁଚାଇ ରହୁଥିଲେ। କରୁଥିଲେ ବଡ଼ ଆକ୍ରମଣର ପୂର୍ବ ପ୍ରସ୍ତୁତି। ଶହ ଶହ ପିଲାଙ୍କୁ ଅନ୍ୟ ରାଜ୍ୟରୁ ଆଣି ଦେଉଥିଲା ଶିକ୍ଷା। କେମିତି ଧର୍ମକୁ ବିରୋଧ କରିବେ। ହିନ୍ଦୁ ଧର୍ମକୁ କେମିତି ଅକ୍ତିଆର କରିବେ ସବୁ ପାଠ ପଢ଼ାଉଥିଲେ। ଛୋଟ ଛୋଟ ପିଲାଙ୍କୁ ଆତଙ୍କବାଦୀରୁ ରୂପ ଦେଉଥିଲେ ବୋଲି ଚର୍ଚ୍ଚା ହେଉଛି।

ଦିଲ୍ଲୀରେ ଆକ୍ରମଣ ପରେ ଜୋରଦାର ସର୍ଚ୍ଚ ଅପରେସନ ପରେ ମିଳିଛି ବାଂଲାଦେଶୀଙ୍କ ଷଡ଼ଯନ୍ତ୍ର। ଜଗତସିଂହପୁରରେ ମାଳ ମାଳ ବାଂଲାଦେଶୀ ପ୍ରାୟ ୪ରୁ ୫ ବର୍ଷ ଧରି ଭଡା ଘରେ ରହୁଥିଲେ । ତିଆରି କରିଛନ୍ତି ଅନେକ ମାଦ୍ରାସା। ଦିଆଯାଉଛି ହିନ୍ଦୁ ବିରୋଧରେ ଶିକ୍ଷା। ୨ ମାସ ତଳେ ସ୍ଥାନୀୟ ଲୋକେ ଥାନାରେ ସୂଚନା ଦେଇଥିଲେ ଯେ, ଏହି ସ୍ଥାନରେ ଅନେକ ବାଂଲାଦେଶୀମାନେ ରହୁଛନ୍ତି। ଏହା ପୂର୍ବରୁ ମଧ୍ୟ ଥରେ ପୋଲିସ ରେଡ କରିଥିଲା। 

ଅର୍ଗସ ହାତରେ ପୋଲିସ ବିଭାଗର exclusive ଚିଠି ଲାଗିଛି। ଚିଠି ରେ ଜଗତସିଂହପୁର ପୋଲିସ ଉଲ୍ଲେଖ କରି cwc ବିଭାଗକୁ ଚିଠି ଲେଖିଛନ୍ତି। ଉଲ୍ଲେଖ ରହିଛି ଯେ ସିକନ୍ଦର ଅଲ୍ଲି ଜଗତସିଂହପୁର ସ୍ଥିତ ଧନିପୂର୍ ବେହେରାମପୁର ରେ ବେଇଆନ ଭାବରେ ମାଦ୍ରାସା ସ୍କୁଲ ଚଳାଉଥିଲା। ବିହାର ଓ ଉତ୍ତରପ୍ରଦେଶରୁ ପିଲାଙ୍କୁ ଆଣି ଧର୍ମୀୟ ଶିକ୍ଷା ଦେଉଥିଲା। ଗତ ଅକ୍ଟୋବର ମାସରୁ ପୋଲିସ ସିକନ୍ଦରକୁ ସ୍କାନରରେ ରଖିଥିଲା। ସିକନ୍ଦର ପୂର୍ବରୁ ମର୍ଚ୍ୟାଣ୍ଟ ନାଭିରେ କାମ କରୁଥିଲା। ସେଠାରୁ କାମ ଛାଡି ବେଆଇନ ଭାବେ ମାଦ୍ରାସା ସ୍କୁଲ ଗଢିଥିଲା। ଗତକାଲି ରାତିରେ ପୋଲିସର ଚଢ଼ାଉ ପରେ ସିକନ୍ଦର ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି। ପୋଲିସ ସିକନ୍ଦରର ଏକ କାର ଜବତ କରିବା ସହ ଘଟଣାର ଖୋଳତାଡ଼ କରୁଛି ବୋଲି ସୂଚନା ଦେଇଛନ୍ତି । ସିକନ୍ଦରର ଭାଇ ଙ୍କୁ ମଧ୍ୟ ପୋଲିସ ଖୋଜୁଛି।


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Suspected Bangladeshi: ମାଟିରେ ମିଶିଲା ବାଂଲାଦେଶୀଙ୍କ ମଦ୍ରାସା | Argus News